ଭୁବନେଶ୍ବର(ତ୍ରିଭୁବନ ମହାପାତ୍ର):ଏହି ସ୍ମରଣୀୟ ଦିବସରେ ୨୨ତାରିଖ ରୁ ୨୪ ତାରିଖ ମଧ୍ୟରେ ମନ୍ଦିର ପରିସରରେ ଏକ ଯଂଜ୍ଞର ଆୟୋଜିତ ହୋଇଥିଲା। ଏହି ଅବସରରେ ଅଂକୁର ପୂଜା, କଳସ ଯାତ୍ରା, ସୂର୍ଯ୍ୟପୂଜା, ଧେନୁ ପୂଜା, ଅଗ୍ନି ସ୍ଥାପନ, ଗୀତାପାଠ, ରୁଦ୍ରାଭିଷେକ ଓ଼ ଚଣ୍ଡୀପାଠ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ସମ୍ମାନୀୟ ଅତିଥିଭାବେ ଏକାମ୍ର ବିଧାୟକ ବାବୁ ସିଂ,ବି.ଏମ୍.ସି ମେୟର ସୁଲୋଚନା ଦାସ, କର୍ପୋରେଟର ବିରଞ୍ଚି ନାରାୟଣ ମହାଶୂପକାର, ସମାଜସେବୀ ସଂଗ୍ରାମ କିଶୋର […]
ଭୁବନେଶ୍ୱର(ବାସ୍ତବବ୍ୟୁରୋ): ଆସନ୍ତା ୩୦ ଜାନୁଆରୀରେ ମୁକ୍ତିଲାଭ କରିବ ନୂଆ ଓଡିଆ ଚଳଚ୍ଚିତ୍ର “ପରୀ”।ସେହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ପ୍ରେସ୍ କ୍ଲବଠାରେ ପରୀ ଟିମ୍ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ ସଞ୍ଜୟ ମହାନ୍ତି, ନିର୍ଦ୍ଦେଶକ ତ୍ରିପତି ସାହୁ, ସଂଳାପକାର ଡଃ ରଜନୀ ରଞ୍ଜନ, ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇ, ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଟୁଟୁ ନାୟକ, ଟିକି ପଟ୍ଟନାୟକ, ଅଭିନେତା ଜ୍ୟୋତି […]
୭୨ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସସଂପୃକ୍ତ ସେଣ୍ଟର ଆଉ ନିଜ ଆଇଡିରୁ ଲଗ୍ ଇନ୍ କରିପାରିବେ ନାହିଁ।ଅପରାଧିକ ମାମଲା ରୁଜୁ ସହ ଗିରଫ କରିବାକୁ ମଧ୍ୟ ନିର୍ଦ୍ଦେଶଏଭଳି ସେଣ୍ଟର ଉପରେ ନଜର ରଖିବାକୁ ଆର୍ଟିଓଙ୍କୁ ନିର୍ଦ୍ଦେଶ।ସୂଚନା ଦେଲେ ଅତିରିକ୍ତ ପରିବହନ କମିଶନର ଦୀପ୍ତିରଞ୍ଜନ ପାତ୍ର ।ପ୍ରାୟ ୯୦ ଲକ୍ଷ ଗାଡ଼ିର ହେବ PUC ସାର୍ଟିଫିକେଟଏଯାବତ୍ ହୋଇଛି ୪୪ ଲକ୍ଷ ଗାଡ଼ିର ସାର୍ଟିଫିକେଟ । ଭୁବନେଶ୍ବର(ତ୍ରିଭୁବନ ମହାପାତ୍ର): ପ୍ରଦୁଷଣ ମୁକ୍ତ […]
ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ଓଡ଼ିଶାର ଯଶସ୍ୱୀ ଗୀତିକାର, ଦକ୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ସାହିତ୍ୟିକ ସ୍ୱର୍ଗତ ବୃନ୍ଦାବନ ଜେନାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ସ୍ମୃତି ସଭା ଓ ସଙ୍ଗୀତ ଆସର “ମନପକ୍ଷୀ ଝୁରେ” ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିରର ନୂତନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।ଏହି ଗରିମାମୟ ସଭାରେ ଓଡ଼ିଶା ସଂସ୍କୃତି ବିଭାଗର ପ୍ରାକ୍ତନ ସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଯୁବ ସାହିତ୍ୟିକ, […]
କେନ୍ଦ୍ରାପଡ଼ା(ଜୟନ୍ତ ଶତପଥି):କେନ୍ଦ୍ରାପଡ଼ା ଜିଲ୍ଲାର ପୁଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ ହୋଇଛି। ଜିଲ୍ଲାର ୫ଟି ଥାନାର ଆଇଆଇସିଙ୍କୁ ବଦଳି କରିଛନ୍ତି ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଦ୍ଧାର୍ଥ କଟ୍ଟାରିଆ। କେନ୍ଦ୍ରାପଡ଼ା ଟାଉନ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଥିବା ବେଳେ ସଦର ଥାନାର ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କୁ ଟାଉନ୍ ଥାନାକୁ ବଦଳି କରାଯାଇଛି। ସେହିପରି ନିକିରାଇ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନଙ୍କୁ ସଦର […]
ଶିଶୁଙ୍କ ମଧ୍ୟରେ ସଂସ୍କୃତି ସଚେତନତା ଉପରେ ଗୁରୁତ୍ୱାରୋପଭବାନୀପାଟଣା(କିଶୋର ନାଏକ)୧୬/୧: କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଅବସରରେ ସହିଦ ରେଣ୍ଡୋ ମାଝୀ ମଞ୍ଚରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବ ଅବସରରେ ମଞ୍ଚରେ ଅନୁଷ୍ଠିତ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଛଅଗୋଟି ଘୁମୁରା ଦଳ ଭାଗ ନେଇଥିଲେ। ଏଥିରେ ଜୟପାଟଣାରୁ ଆସିଥିବା ଜଗଜ୍ଜନନୀ ଘୁମୁରା ଦଳ, ଗୋଲାମୁଣ୍ଡା ଘୁମୁରା ଦଳ, ଭବାନୀପାଟଣା କାରୁଣ୍ଡ ଘୁମୁରା ଦଳ ତୃତୀୟ ସ୍ଥାନ ଅଧିକାର କରି […]
କଳାହାଣ୍ଡିଆ ସ୍ୱାଭିମାନ ଯୁଗେ ଯୁଗେ ବଜାୟ ରହିବ ଲୋକ ଉତ୍ସବ ଆୟୋଜନ ପାଇଁ ପ୍ରେରଣା ଯୋଗାଇଛି ଭବାନୀପାଟଣା୧୫/୦୧(କିଶୋର ନାଏକ):କଳାହାଣ୍ଡିର ଲୋକ କଳା, ଲୋକ ସଂସ୍କୃତିର ମହାକୁମ୍ଭ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬। ଆଜି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ କଳାହାଣ୍ଡିଆ ସ୍ୱାଭିମାନ ଆଗରେ ରହିଛି ଓ ଯୁଗେ ଯୁଗେ ବଜାୟ ରହିବ। ଆଜି ଜିଲ୍ଲାର ଏ ଉତ୍ସବ ମହାପର୍ବରେ ପରିଣତ ହୋଇଥିବାବେଳେ ୨୮ ବର୍ଷରେ ପହଞ୍ଚିଥିବା ଏହି ଉତ୍ସବ ଅନ୍ୟ […]
ସଂଜୟ ଶତପଥୀ(କଟକ): କଟକର ଅନ୍ୟତମ ବଜାର ଗଙ୍ଗା ମନ୍ଦିର ର ନୂତନ ବର୍ଷ ରେ ନୂତନ କମିଟି ସର୍ବସମ୍ମତିକ୍ରମେ ଗଠିତ ହୋଇଯାଇଛି। ଆଜି ଗଙ୍ଗା ମନ୍ଦିର ପୁଜା କମିଟି ପରିସରରେ ଆହୁତ ବୈଠକ ରେ ଉପସ୍ଥିତ ଥିବା ଗଙ୍ଗା ମନ୍ଦିର ଅଞ୍ଚଳର ସମସ୍ତ ବାସିନ୍ଦା ଙ୍କ ଅନୁମୋଦନ ଓ ସର୍ବସମ୍ମତିକ୍ରମେ ଗଙ୍ଗା ମନ୍ଦିର ପୁଜା କମିଟି ର ସଭାପତି ଭାବେ ଶ୍ରୀ ଉମାଶଙ୍କର ଦାସ ମନୋନୀତ ହୋଇଥିବା ବେଳେ ସାଧାରଣ […]
କଟକ(ବାସ୍ତବବ୍ୟୁରୋ): କଟକ ସହରରେ ଦିନକୁ ଦିନ ଅପରାଧ ବଢ଼ି ଚାଲିବା ଦେଖି କଟକ କମିଶନରେଟ୍ ପୋଲିସ୍ ଉପ-ଆୟୁକ୍ତ ଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଅପରାଧୀଙ୍କ ଉପରେ କଡା ନଜର ରଖୂଛି କଟକ ପୋଲିସ୍। ବିଭିନ୍ନ ସ୍ଥାନରେ, ବିଭିନ୍ନ ସମୟରେ ଚଢ଼ାଉ, ଜାରି ରହିଥିବା ବେଳେ ଆଜି ଏହି ଅପରେସନ ରେ ୨ ପେଷାଦାର ତଥା ଅଭ୍ୟାସଗତ ଅପରାଧୀ ଙ୍କୁ ଗିରଫ କରିଛି ପୁରୀଘାଟ ପୋଲିସ୍। ଜଣାଯାଏ ଯେ ଗତ ତା ୦୬/୦୧/୨୦୨୬ […]
କଟକ(ବାସ୍ତବବ୍ୟୁରୋ): କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କଟକ ର ୨ ଟି ଯାଗାରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ହିରୋଇନ୍ ଜବତ କରାଯିବା ସହ ୨ ଜଣ ହିରୋଇନ୍ ବେପାରୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜଣାଯାଏ ଯେ,ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକ ଅବକାରୀ ଥାନା-୩ ର ଭାରପ୍ରାପ୍ତ ଅଧିକାରୀ […]


