ବାସ୍ତବବ୍ୟୁରୋ(କେନ୍ଦ୍ରାପଡ଼ା): ଖୋଲିଲା ଭିତରକନିକା।ପର୍ଯ୍ୟଟକ ମାନଙ୍କ ପାଇଁ ଜାନୁୟାରୀ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ବନ୍ଦ ରହିଥିଲା ଭିତରକନିକା ଜାତୀୟ ଉଦ୍ୟାନ। ରାଜନଗର ବନଖଣ୍ଡ ଅଧିକାରୀ ଗୋପୀନାଥ ଯାଦବ ଙ୍କ ସୂଚନା ଅନୁଯାଇ, କୁମ୍ଭୀର ଓ ପକ୍ଷୀ ଗଣନା ନିମନ୍ତେ ଭିତରକନିକାକୁ ବନ୍ଦ ରଖାଯାଇଥିଲା । ଗତ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି କୁମ୍ଭୀର ଗଣନା କରାଯାଇଥିଲା। ଚଳିତ ବର୍ଷ, ବଉଳାକୁମ୍ଭୀରଙ୍କ […]

ବାସ୍ତବ ବ୍ୟୁରୋ: ଆସନ୍ତା ୨୦୨୪-୨୫ ଶିକ୍ଷାବର୍ଷରୁ ରାଜ୍ୟରେ ଆଉ ୧୮ଟି ସରକାରୀ ଡିଗ୍ରୀ କଲେଜ ଖୋଲିବ । ୧୦ଟି ଜିଲ୍ଲାର ୧୮ଟି ବ୍ଲକରେ ଏହି ସରକାରୀ ଡିଗ୍ରୀ କଲେଜ ଖୋଲିବ। ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଜାରି ବିଜ୍ଞପ୍ତି ଅନୁସାରେ ଶିକ୍ଷାରେ ସମାନତା ଓ ଉତ୍କର୍ଷ ଆଣିବା ସହ ଶିକ୍ଷାକୁ ସୁଦୂର ପ୍ରସାରୀ କରିବା ନିମନ୍ତେ କଲେଜ ନଥିବା ୧୮ଟି ବ୍ଲକରେ ସରକାରୀ ଡିଗ୍ରୀ କଲେଜ(କଳା) ଖୋଲିବାକୁ ରାଜ୍ୟ ଉଚ୍ଚଶିକ୍ଷା […]

ବାସ୍ତବ ବ୍ୟୁରୋ:ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଶନିବାର ୧୩ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟ ସରକାର ଆଜି ୧୩ଟି ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି।  ସେଗୁଡିକ ହେଲା:

ସଂଜୟ ଶତପଥୀ(କଟକ): ସମ୍ପ୍ରଦାୟର ଦଶମ ଧର୍ମଗୁରୁ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ପୁତ୍ରମାନଙ୍କ ଶହୀଦତାକୁ ସ୍ମରଣ କରିବା ପାଇଁ ଗତ ବର୍ଷ ଠାରୁ ସାରା ଦେଶରେ ୨୬ ଡିସେମ୍ବର କୁ ବୀର ବାଲ୍ ଦିବସ ରୁପେ ପାଳନ କରାଯାଉଛି।ଏହି ଅବସରରେ ଦିଲ୍ଲୀର ଭାରତ ମଣ୍ଡପମ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହି ସ୍ଵାଧୀନତାର ସୁବର୍ଣ୍ଣଯୁଗରେ ‘ବୀର ବାଲ ଦିବସ’ ଆକାରରେ […]

ବାସ୍ତବ ବ୍ୟୁରୋ : ସାରା ବିଶ୍ୱରେ ସୋସିଆଲ ମିଡ଼ିଆ ‘ଏକ୍ସ’ର ସର୍ଭର ଡାଉନ ହୋଇଥିବା ସୂଚନା ମିଳିଛି। ଫଳରେ ନିଜ ଟାଇମ ଲାଇନ କିମ୍ବା ଅନ୍ୟ ଟାଇମ ଲାଇନ ଦେଖିପାରୁନାହାନ୍ତି ବ୍ୟବହାରକାରୀ। ସର୍ଭର ଡାଉନ୍‌ ଯୋଗୁ ଟାଇମ ଲାଇନ ବ୍ଲାଙ୍କ୍ ହୋଇଯାଇଛି। ପ୍ରାୟ ଦିନ ୧୧ଟାରୁ ସର୍ଭର ଡାଉନ୍‌ ରହିଛି। ମାଇକ୍ରୋ ବ୍ଲଗିଂଗ ସାଇଟ ‘ଏକ୍ସ’ର ସର୍ଭର ଡାଉନ୍‌ ପରେ ସୋସିଆଲ ମିଡିଆ ୟୁଜର୍ସ ଅସୁବିଧାରେ ପଡ଼ିଛନ୍ତି। ମୋବାଇଲ ଓ ଡେସ୍କଟପ୍‌ରେ […]

ବାସ୍ତବ ବ୍ୟୁରୋ: ଚୀନରେ ଶକ୍ତିଶାଳୀ ଭୂକମ୍ପ ଝଟକାରେ ୧୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଗତକାଲି ବିଳମ୍ବିତ ରାତ୍ରିରେ ଚୀନର ଗାଂନସୁ-କିଙ୍ଘାଇ ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ ଭୂମଧ୍ୟସାଗରୀୟ ଅଞ୍ଚଳରେ ଭୂମୀକମ୍ପର କେନ୍ଦ୍ରସ୍ଥଳ ରହିଥିଲା। କେନ୍ଦ୍ରସ୍ଥଳରେ ଭୂକମ୍ପ ତୀବ୍ରତା ୬.୧  ରହିଥିବା କୁହାଯାଉଛି। କିନ୍ତୁ ଚୀନା ଗଣମାଧ୍ୟମ ରିପୋର୍ଟ […]

ବାସ୍ତବ ବ୍ୟୁରୋ: ଆଜି କୋରାପୁଟ ଜିଲ୍ଲାରେ ଗଡିଲା ସରକାରଙ୍କ ଲକ୍ଷ୍ମୀ ବସ୍ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଲାଣ୍ଡିଗୁଡ଼ା ସ୍ଥିତ ସରକାରୀ କଲେଜ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ଏହାର ଉଦଘାଟନ କରିଥିଲେ । ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। କୋରାପୁଟରେ ୬୩ଟି ବସ୍ […]

ସଂଜୟ ଶତପଥୀ(କଟକ):କଟକ ନଗର ଜିଲ୍ଲା ବିଜେପି ତରଫରୁ କଟକ ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ଓ ସଦର ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ନେତୃତ୍ୱରେ ଗତ କାଲି ଅପରାହ୍ନରେ କଟକ ସବ କଲେକଟରଙ୍କ ଅଫିସ ସମ୍ମୁଖରେ ରେ ନବୀନ ସରକାରର ଶଙ୍ଖ ଖୋଳପା ଭିତରେ କଂଗ୍ରେସର ଦୁର୍ନୀତି ଗ୍ରସ୍ତ ମଦ ମାଫିଆଙ୍କୁ ଅନୁକମ୍ପା କାରଣରୁ ରାଜ୍ୟ ସଭା ସାଂସଦ ଧୀରାଜ ସାହୁଙ୍କ ଘରୁ ମିଳିଥିବା ବିପୁଳ ବେନାମୀ କଳା […]

Pin It on Pinterest