ଭୁବନେଶ୍ୱରବ୍ୟୁରୋ: ୨୧/୦୬- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଆଜିଠାରୁ ଏହି ଅଭିଯୋଗ ଶୁଣାଣୀ ଆରମ୍ଭ ହେବ।ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ ଏବଂ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ। ସୂଚନା ଯୋଗ୍ୟ ଯେ ନୂଆ ସରକାର ଗଠନ ପରେ […]
ଭୁବନେଶ୍ୱର ୨୧/୦୬(ଗୌତମ ମିଶ୍ର ): ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ଚାମ୍ବରରେ ବସିଥିବା ବେଳେ ଶରତଙ୍କ ଉପରକୁ ଅସନ୍ତୁଷ୍ଟ ଗୋଷ୍ଠୀ କାଳିମାଡ଼ କରିଥିବା କୁହାଯାଉଛି । କାଳିମାଡ ସାଙ୍ଗକୁ ନାରାବାଜି ବି କରିଛନ୍ତି କିଛି ଯୁବକ । ତେବେ କଂଗ୍ରେସ ପକ୍ଷରୁ ନିଟ୍ ପ୍ରଶ୍ନପତ୍ର ଲିକ୍ ପାଇଁ ସାରା ଦେଶରେ ପ୍ରତିବାଦ କରାଯାଉଥିବାରୁ ସ୍ବର ଦବାଇବାକୁ କିଛି ଦୁବୃର୍ତ୍ତ ଏଭଳି କାଳିମାଡ କରିଛନ୍ତି ବୋଲି […]
ଭୁବନେଶ୍ୱରବ୍ୟୁରୋ ୨୧/୦୬: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ରେ ବୁଧବାର ପିଜି ଫଳାଫଳ ପ୍ରକାଶ ପାଇଛି।ସସ୍ମିତା ଚୌଧୁରୀ ଦର୍ଶନ ଶାସ୍ତ୍ର ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଅଧୀନ ରେ ପରୀକ୍ଷା ଦେଇଥିବା ସମସ୍ତ କଲେଜ ର ଛାତ୍ରୀ ମାନଙ୍କ ମଧ୍ୟ ରେ ଟପର ହୋଇଛନ୍ତି। ସସ୍ମିତା କଟକ ରାଣୀହାଟ ର ସ୍ବର୍ଗତ ସଚ୍ଚିଦାନନ୍ଦ ଚୌଧୁରୀ ଓ ସମାଜସେଵୀ ରୂପଶ୍ରୀ ଚୌଧୁରୀ ଙ୍କ କନ୍ୟା ଅଟନ୍ତି।ସସ୍ମିତା ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ରେ ଟପର […]
ଭୁବନେଶ୍ୱର ୨୧/୦୬(ଗୌତମ ମିଶ୍ର ):ବିଜେଡି ସରକାର ସାଧାରଣ ନିର୍ବାଚନକୁ ଆଖିରେ ରଖି, ନିଜର ସ୍ତୃତିଗାନ ପାଇଁ ସାଧାରଣ ଲୋକଙ୍କ ଟିକସ ଟଙ୍କାକୁ କିଛି ଆଖିବୁଜା ଲୁଟିଛନ୍ତି। ରାଜ୍ୟ ରେ ବିଜ୍ଞାପନ ନୀତି ଥାଇ ମଧ୍ୟ ଲୋକଙ୍କ ଟଙ୍କାକୁ ଲୁଟ୍ ପାଇଁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ କିଭଳି ନୂଆ କୌଶଳ ଆପଣାଇଥିଲା ସେନେଇ ତଥ୍ୟ ନିର୍ଦ୍ଧିଷ୍ଟ ସୂତ୍ରରୁ ହସ୍ତ ଗତ ହୋଇଛି । ବିଜ୍ଞାପନ ନୀତିରେ ସ୍ୱଚ୍ଛତା ଓ […]
ବରଗଡ:-୨୧.୧(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ବିଦ୍ୟୁତ୍ ବିଭାଗ ଅଧୀନସ୍ଥ ଗୋଡଭଗା-ତୁରୁମ୍ ୫୪ନଂ ରାଜ୍ୟ ରାଜପଥ ବାମ କଡ ଫାଣ୍ଡି ପରେ ରହିଥିବା ବିଦ୍ୟୁତ୍ ବିଭାଗ ଟାଟା ପାୱାର ର ମନ୍ ମାନୀ ଓ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍ କାଟ କୁ ନେଇ ଗୋଡଭଗା ଟାଟା ପାୱାର ବିଦ୍ୟୁତ୍ ସେକ୍ସନ କାର୍ଯ୍ୟାଳୟ କୁ ଲୋକେ ଘେରିଲେ। ଅଞ୍ଚଳରେ ଖରାତାତି ସହ ଗୁଲୁଗୁଳି ରେ ଜନ ଜୀବନ ଅସ୍ତବ୍ୟସ୍ତ […]
ଭୁବନେଶ୍ୱର ୨୦/୦୬ (ଗୌତମ ମିଶ୍ର ):ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି।ବିଧାନସଭାରେ ନୂଆ ବାଚସ୍ପତି ହୋଇଛନ୍ତି ଜଣେ ମହିଳା ବିଧାୟିକା। ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି। ଆଜି ବିଧିବଦ୍ଧ ଭାବେ ସେ ବାଚସ୍ପତି ଆସନ ଗ୍ରହଣ କରିଛନ୍ତି । ବାଚସ୍ପତି ହେବା ପରେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରମା ପାଢ଼ୀ। ଏହାପରେ ସୁରମା […]
ବାସ୍ତବ ବ୍ୟୁରୋ: ଓଡ଼ିଶାର ସପ୍ତଦଶ ବିଧାନସଭାରେ ପୁଣି ଜଣେ ମହିଳାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି। ପ୍ରମିଳା ମଲ୍ଲିକଙ୍କ ପରେ ସୁରମା ପାଢୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ସମର୍ଥନ ଜଣାଇଥିଲେ। ସର୍ବସମ୍ମତି କ୍ରମେ ସୁରମା ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ନିର୍ବାଚିତ ହୋଇଥିଲେ। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ […]
ବାସ୍ତବ ବ୍ୟୁରୋ: ବିଜେପିର ବାଚସ୍ପତି ପ୍ରାର୍ଥୀ ହେଲେ ରଣପୁର ବିଧାୟିକା ସୁରମା ପାଢୀ । ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ସୁରମା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ ଓ ବିଜେପିର ଅନ୍ୟ ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ସୁରମା ପାଢୀ । ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ବିଜେପି […]
ବାସ୍ତବ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ। ଏହି ଅବସରରେ ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ। ସେମାନଙ୍କୁ ଶପଥ ପାଠ କରାଇଛନ୍ତି ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ଓ ପ୍ରଭାତୀ ପରିଡା ମଧ୍ୟ ବିଧାନସଭାରେ ବିଧାୟକ ଭାବେ ଶପଥଗ୍ରହଣ […]
ଆଗାମୀ ଦିନରେ ଦୌଡ଼ିବ ମିଶନ ଶକ୍ତି, ପୂରଣ ହେବ ବିକଶିତ ଓଡ଼ିଶାର ସ୍ୱପ୍ନ । ସରକାର ବଦଳିବା ପରେ ମିଶନ ଶକ୍ତିକୁ ନେଇ ବିଭିନ୍ନ ଚର୍ଚ୍ଚା ଭିତରେ ଏପରି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ା । ସଚିବ ଓ ବରିଷ୍ଠ ଅଧିକାରୀ ସହ ବିଭାଗର ସମୀକ୍ଷା ପରେ ପ୍ରଭାତୀ ପରିଡ଼ା କହିଛନ୍ତି, ମିଶନ ଶକ୍ତି ଏକ ମାଇକ୍ରୋ ସରକାର, ୧୯ଟି ବିଭାଗ ଏବଂ ୟୁଏନ୍ […]


