କିଶନନଗର: କଟକସଦରର ନବନିର୍ବାଚିତ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ କାର୍ ଉପରେ ଗତ ରାତିରେ ଆକ୍ରମଣ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଯୁବକକୁ ପୁଲିସ ଧରି ଥାନାରେ ଅଟକ ରଖିଛି। ଏହା ଜଣାପଡ଼ିବା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ମୁତାବକ,ଗତ ରାତି ପ୍ରାୟ ୧୧ଟାରେ କିଶୋରନଗର ରେ ଆୟୋଜିତ କଟକସଦର ରଜ ମହୋତ୍ସବ ଶେଷ ହେବା ପରେ ବିଧାୟକ ଶ୍ରୀ ସେଠୀ, ସୋମପୁର ପାଲା […]
ବାସ୍ତବ ବ୍ୟୁରୋ: ପଶ୍ଚିମବଙ୍ଗ ନ୍ୟୁ ଜଲପାଇଗୁଡିରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍କୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍। ଫଳରେ ଟ୍ରେନ୍ର ତିନୋଟି ବଗି ବ୍ୟାପକ ରୂପେ କ୍ଷତିଗ୍ରସ୍ତ ହୋଇଛି। ଏନଜେପିରୁ ସିଆଲଦା ଅଭିମୁଖେ ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ ସିଲିଗୁଡ଼ି ଅତିକ୍ରମ କରିବା ପରେ ରଙ୍ଗପନୀର ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରେନ୍ ର ପଛଭାଗରେ ଥିବା ୩ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୮ […]
ବାସ୍ତବ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମନ୍ତ୍ରୀମାନଙ୍କୁ ବିଭାଗ ଆବଂଟିତ ହୋଇଛି । ରାଜଭବନ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ପାଖରେ ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ , ଜଳସମ୍ପଦ, ଯୋଜନା ଓ ସଂଯୋଜନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି । ତେବେ ଅର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ କାହାରିକୁ ଆବଂଟନ କରାଯାଇନି । […]
ବାସ୍ତବ ବ୍ୟୁରୋ: ଆଜି ସାହିତ୍ୟ ଏକାଡେମୀ ବୋର୍ଡ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସାହିତ୍ୟ ଏକାଡେମୀର ମୁଖ୍ୟ ମାଧବ କୌଶିକ ଯୋଗ ଦେଇ ୨୦୨୪ ପାଇଁ ୨୩ ଜଣ ଲେଖକଙ୍କୁ ପୁରସ୍କୃତ କରାଯିବା ନେଇ ଘୋଷଣା କରାଯାଇଛି । ବୋର୍ଡର ଜୁରୀ ମେମ୍ବରମାନେ ଯୁବ ସାହିତ୍ୟ ପୁରସ୍କାର ପାଇଁ ୨୩ ଜଣଙ୍କ ନାମ ଘୋଷଣା କରିଛନ୍ତି । ଏହି ପୁରସ୍କାର ପାଇବାକୁ ଥିବା ଲେଖକମାନଙ୍କୁ […]
ସଂଜୟ ଶତପଥୀ(କଟକ): କଟକ ର ବାଣୀପିଠ ଶ୍ରୀରାମଚନ୍ଦ୍ର ଭବନ ଠାରେ କଟକ ଜିଲ୍ଲା ର କୁସୁପୁର, ମାହାଙ୍ଗା ର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ନନ୍ଦ କିଶୋର ସାମଲ ସ୍ମୃତିନ୍ଯାସ ର ଓଡ଼ିଶାର ବିଶିଷ୍ଟ ନାଟ୍ୟକାର,ଗୀତିକବି,ଶିଶୁ ସାହିତ୍ୟକ ତଥା ଆଦର୍ଶ ଶିକ୍ଷକ ସ୍ଵର୍ଗତ ନନ୍ଦ କିଶୋର ବଳଙ୍କର ଜନ୍ମ ଶତବାର୍ଷିକୀ ସମାରୋହ ମହାସମାରୋହରେ ସ୍ମୃତିନ୍ଯାସ ର ସଭାପତି ଡଃ ମହେଶ୍ୱର ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଜନ୍ମ ଶତବାର୍ଷିକୀ […]
ପ୍ରମୋଦ ନାୟକ(ଭୁବନେଶ୍ବର) : ଆମ ରାଜ୍ୟରେ ବିଜେପି ସରକାର,୨୪ଘଣ୍ଟା ନପୁରୁଣୁ ଗୋଟିଏପରେ ଗୋଟିଏ ଆଖିଦୃଶିଆ ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି। ନୂଆ ସରକାର ଶପଥ ସମାରୋହର ମାତ୍ର ୨ଘଣ୍ଟା ଭିତରେ କ୍ୟାବିନେଟ୍ ବୈଠକରେ ଓଡ଼ିଶା ଓ ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ୪ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବାବେଳେ ଆଜି ରାଜ୍ୟ ସରକାରଙ୍କ ଅତିଥି ଭବନ(ଗେଷ୍ଟ ହାଉସ)ରୁ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି । […]
ମନୋଜ ମହାନ୍ତି(ଭୁବନେଶ୍ବର) :ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ଜାଲ ପ୍ରମାଣପତ୍ର ଦେବା ଘଟଣାରେ ସିବିଆଇ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବଡ ଧରଣର ଚଢ଼ଉ। ସୂଚନା ଅନୁସାରେ, ସିବିଆଇ ପକ୍ଷରୁ କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ବାଲେଶ୍ବର, ଭଦ୍ରକ ଆଦି ଜିଲ୍ଲାର ୬୭ ସ୍ଥାନରେ ଚଢାଉ କରାଯାଉଛି। ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ଏହି ଚଢାଉରେ ସାମିଲ ଅଛନ୍ତି। ସେହିପରି ବିଭିନ୍ନ ବିଭାଗର ଆଉ ୮୨ ଜଣ ଅଧିକାରୀ […]
ଭୁବନେଶ୍ବର(ପ୍ରମୋଦନାୟକ):ବହୁ ପ୍ରତିକ୍ଷାର ଅନ୍ତ ଘଟିଛି,ଖୋଲିଛି ଶ୍ରୀମନ୍ଦିରର ଚାରି ଦ୍ୱାର। ଆଜି ପ୍ରାତଃ ମଙ୍ଗଳ ଆରତୀ ଦର୍ଶନ ସହ,ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଗଣ, ସାଂସଦ ଓ ବିଧାୟକ ମାନଙ୍କ ଉପସ୍ଥିତିରେ, ଭକ୍ତ ମାନଙ୍କ ପାଇଁ ଶ୍ରୀ ମନ୍ଦିରର ଚାରିଦ୍ୱାର ଖୋଲା ଯାଇଛି। ଆଜି ପ୍ରତ୍ୟୁଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ […]
ବାସ୍ତବ ବ୍ୟୁରୋ: ମହାପ୍ରଭୁଙ୍କ ମଙ୍ଗଳ ଆଳତି ପରେ ଭକ୍ତଙ୍କ ପାଇଁ ଆଜି ସକାଳେ ଖୋଲିଛି ଶ୍ରୀମନ୍ଦିରର ୪ ଦ୍ୱାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ନୂତନ ମନ୍ତ୍ରି ପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଛି ଶ୍ରୀମନ୍ଦିରର ୪ଦ୍ୱାର। ୪ ଦ୍ୱାର ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ମହାପ୍ରଭୁଙ୍କ ଅପାର କରୁଣାରୁ ରାଜ୍ୟରେ ନୂଆ ସରକାର ଆସିଛି। ମହାପ୍ରଭୁଙ୍କ ଆଶୀର୍ବାଦରେ ୪ ଦ୍ୱାର ଖୋଲାଯାଇଛି। ଦର୍ଶନ […]
ସଂଜୟ ଶତପଥୀ(କଟକ): ଶ୍ରମିକର କ୍ଷତିପୂରଣ ଓ ସ୍ଥାୟୀ ନିଯୁକ୍ତି ଦାବି ଜିଲ୍ଲା ଶ୍ରମ ଅଧିରୀଙ୍କ ପ୍ରତିଶ୍ରୁତି ପରେ ହଟିଲା ଧାରଣା ।ସମ୍ମାନ ଓ ଆନୁଗତ୍ୟର ସହିତ ସହୃଦୟ ସହଯୋଗ ଓ ଆଶୁ ପଦକ୍ଷେପ କାମନା କରି ଆମ୍ବେଦକର ସ୍ମୃତି ପରିଷଦର ସଭାପତି ତଥା ସାମାଜିକକର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ବରେ ଆଜି କଟକ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କଟକ ସଦର ଥାନା ଅନ୍ତର୍ଗତ […]


