ବାସ୍ତବ ବ୍ୟୁରୋ:ରାଜ୍ୟ କ୍ୟାବିନେଟ୍ ବୈଠକରେ ଶନିବାର ୧୩ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟ ସରକାର ଆଜି ୧୩ଟି ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି। ସେଗୁଡିକ ହେଲା:
ସଂଜୟ ଶତପଥୀ(କଟକ): ସମ୍ପ୍ରଦାୟର ଦଶମ ଧର୍ମଗୁରୁ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ପୁତ୍ରମାନଙ୍କ ଶହୀଦତାକୁ ସ୍ମରଣ କରିବା ପାଇଁ ଗତ ବର୍ଷ ଠାରୁ ସାରା ଦେଶରେ ୨୬ ଡିସେମ୍ବର କୁ ବୀର ବାଲ୍ ଦିବସ ରୁପେ ପାଳନ କରାଯାଉଛି।ଏହି ଅବସରରେ ଦିଲ୍ଲୀର ଭାରତ ମଣ୍ଡପମ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହି ସ୍ଵାଧୀନତାର ସୁବର୍ଣ୍ଣଯୁଗରେ ‘ବୀର ବାଲ ଦିବସ’ ଆକାରରେ […]
ବାସ୍ତବ ବ୍ୟୁରୋ : ସାରା ବିଶ୍ୱରେ ସୋସିଆଲ ମିଡ଼ିଆ ‘ଏକ୍ସ’ର ସର୍ଭର ଡାଉନ ହୋଇଥିବା ସୂଚନା ମିଳିଛି। ଫଳରେ ନିଜ ଟାଇମ ଲାଇନ କିମ୍ବା ଅନ୍ୟ ଟାଇମ ଲାଇନ ଦେଖିପାରୁନାହାନ୍ତି ବ୍ୟବହାରକାରୀ। ସର୍ଭର ଡାଉନ୍ ଯୋଗୁ ଟାଇମ ଲାଇନ ବ୍ଲାଙ୍କ୍ ହୋଇଯାଇଛି। ପ୍ରାୟ ଦିନ ୧୧ଟାରୁ ସର୍ଭର ଡାଉନ୍ ରହିଛି। ମାଇକ୍ରୋ ବ୍ଲଗିଂଗ ସାଇଟ ‘ଏକ୍ସ’ର ସର୍ଭର ଡାଉନ୍ ପରେ ସୋସିଆଲ ମିଡିଆ ୟୁଜର୍ସ ଅସୁବିଧାରେ ପଡ଼ିଛନ୍ତି। ମୋବାଇଲ ଓ ଡେସ୍କଟପ୍ରେ […]
ବାସ୍ତବ ବ୍ୟୁରୋ: ଚୀନରେ ଶକ୍ତିଶାଳୀ ଭୂକମ୍ପ ଝଟକାରେ ୧୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଗତକାଲି ବିଳମ୍ବିତ ରାତ୍ରିରେ ଚୀନର ଗାଂନସୁ-କିଙ୍ଘାଇ ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ ଭୂମଧ୍ୟସାଗରୀୟ ଅଞ୍ଚଳରେ ଭୂମୀକମ୍ପର କେନ୍ଦ୍ରସ୍ଥଳ ରହିଥିଲା। କେନ୍ଦ୍ରସ୍ଥଳରେ ଭୂକମ୍ପ ତୀବ୍ରତା ୬.୧ ରହିଥିବା କୁହାଯାଉଛି। କିନ୍ତୁ ଚୀନା ଗଣମାଧ୍ୟମ ରିପୋର୍ଟ […]
ବାସ୍ତବ ବ୍ୟୁରୋ: ଆଜି କୋରାପୁଟ ଜିଲ୍ଲାରେ ଗଡିଲା ସରକାରଙ୍କ ଲକ୍ଷ୍ମୀ ବସ୍ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଲାଣ୍ଡିଗୁଡ଼ା ସ୍ଥିତ ସରକାରୀ କଲେଜ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ଏହାର ଉଦଘାଟନ କରିଥିଲେ । ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। କୋରାପୁଟରେ ୬୩ଟି ବସ୍ […]
ସଂଜୟ ଶତପଥୀ(କଟକ):କଟକ ନଗର ଜିଲ୍ଲା ବିଜେପି ତରଫରୁ କଟକ ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ଓ ସଦର ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ନେତୃତ୍ୱରେ ଗତ କାଲି ଅପରାହ୍ନରେ କଟକ ସବ କଲେକଟରଙ୍କ ଅଫିସ ସମ୍ମୁଖରେ ରେ ନବୀନ ସରକାରର ଶଙ୍ଖ ଖୋଳପା ଭିତରେ କଂଗ୍ରେସର ଦୁର୍ନୀତି ଗ୍ରସ୍ତ ମଦ ମାଫିଆଙ୍କୁ ଅନୁକମ୍ପା କାରଣରୁ ରାଜ୍ୟ ସଭା ସାଂସଦ ଧୀରାଜ ସାହୁଙ୍କ ଘରୁ ମିଳିଥିବା ବିପୁଳ ବେନାମୀ କଳା […]
ବାସ୍ତବ ବ୍ୟୁରୋ: ଜାନୁଆରୀ ୨ ତାରିଖରୁ +୨ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହେବ। ଜାନୁଆରୀ ୨ରୁ ୧୨ ତାରିଖ ଯାଏଁ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗର ବିଭିନ୍ନ ବିଷୟ ପରୀକ୍ଷା ଅନୁଷ୍ଠିତ ହେବ। ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଇଲେକ୍ ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ବାୟୋ- ଟେକ୍ନୋଲୋଜି, ପରିସଂଖ୍ୟାନ, ଭୂଗୋଳ, ଭୂତତ୍ତ୍ବ ବିଜ୍ଞାନ ଓ ଆଇଟି ବିଷୟର ପ୍ରାକ୍ଟିକାଲ ପରୀକ୍ଷା […]
ବାସ୍ତବ ବ୍ୟୁରୋ: ଆଜି ବିଜେପି ବିଧାୟକ ଦଳର ନେତା ଭାବେ ମୋହନ ଯାଦବ ମନୋନୀତ ହୋଇଛନ୍ତି। ବିଧାୟକ ଦଳ ନେତା ଭାବେ ଶ୍ରୀ ଯାଦବ ଏବେ ରାଜ୍ୟପାଳଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି ଜଣାଇବେ। ଫଳରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ। ସେହିପରି ଜଗଦୀଶ ଦେଭଡା ଓ ରାଜେନ୍ଦ୍ର ଶୁକ୍ଳା ମଧ୍ୟପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୨୦୨୩ ବିଧାନସଭା ନିର୍ବାଚନରେ ଶ୍ରୀ ଯାଦବ ଉଜ୍ଜୟୀନ […]
ସଂଜୟ ଶତପଥୀ(କଟକ): ଦାରିଦ୍ର୍ୟ ସୀମାରେଖା ର ତଳେ ରାସ୍ତା କଡ଼ରେ ରହୁଥିବା ଅସହାୟ, ଦରିଦ୍ର, ନିଃସହାୟ ଓ ଅବହେଳିତ ତଥା ବୟସ୍କ ବ୍ୟକ୍ତିମାନେ ସଂପ୍ରତି ପ୍ରବଳ ଶୀତ ପ୍ରଭାବ ରେ ଦୟନୀୟ ଅବସ୍ଥାରେ ନିଜର ଜୀବନ କାଟୁଥିବା ବେଳେ ସହାୟତା ର ହାତ ବଢ଼ାଇଛି ବିଶିଷ୍ଟ ଆଧ୍ୟାତ୍ମିକ ଅନୁଷ୍ଠାନ ଶ୍ରୀରାମକୃଷ୍ଣ ମିଶନ୍। ବିଗତ ଦୁଇ ଦିନ ଧରି କଟକ ର ମାତାମଠସ୍ଥିତ ଶ୍ରୀରାମକୃଷ୍ଣ ମିଶନ୍ ର ପ୍ରମୁଖ, ସନାତନ ଧର୍ମର […]


