ବାସ୍ତବ ବ୍ୟୁରୋ: ଆଗାମୀ ୬ ତାରିଖ ବେଳକୁ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି ଏବଂ ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ପାଗ ମେଘୁଆ ରହିବା ସହ ବିଭିନ୍ନ […]

ବାସ୍ତବ ବ୍ୟୁରୋ: ଏନସିପି ମୁଖ୍ୟ ଶରଦ ପାୱାର ଦୁଇ ଦଶଂଧି ଧରି ରହିଥିବା ଦଳ ଏନସିପିର ଜାତୀୟ ସଭାପତି ପଦରୁ ଇସ୍ତଫା ଘୋଷଣା କରିଛନ୍ତି।  ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶରଦ କହିଛନ୍ତି, ‘ମୁଁ ଏନ୍‌ସିପିର ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି।’ ସେ ଏହି ଘୋଷଣା କରିବା ପରେ ତାଙ୍କୁ ଉପସ୍ଥିତ ଜନତା ଖୁସିରେ ପାଟି ଚିଲାଇ ଶୁଭେଚ୍ଛା ଜଣାଇଥିଲେ। ତେବେ ଶରଦ ଏକଥା ସ୍ପ‌ଷ୍ଟ କରିଛନ୍ତି ଯେ […]

ବାସ୍ତବ ବ୍ୟୁରୋ: ପରଲୋକରେ ମହାତ୍ମା ଗାନ୍ଧିଙ୍କ ନାତି ତଥା ସାମାଜିକ- ରାଜନୈତିକ କାର୍ଯ୍ୟକର୍ତ୍ତା ଅରୁଣ ମଣିଲାଲ ଗାନ୍ଧିଙ୍କ ଆଜି (ମଙ୍ଗଳବାର) ପରଲୋକ ଘଟିଛି। ୮୯ ବର୍ଷ ବୟସରେ ମହାରାଷ୍ଟ୍ରର କୋହ୍ଲାପୁରରେ ତାଙ୍କର ଦେହାନ୍ତ ହୋଇଛି। ଅରୁଣ ଗାନ୍ଧିଙ୍କ ପୁଅ ତୁଷାର ଗାନ୍ଧି ମଙ୍ଗଳବାର ଟୁଇଟ କରି ଏହି ଦୁଃଖଦ ଖବରର ସୂଚନା ଦେଇଛନ୍ତି। ଅରୁଣ ଗାନ୍ଧି ଜଣେ ଲେଖକ ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ ସେ ତାଙ୍କ ଜେଜେବାପା […]

ବାସ୍ତବ ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଥିବା ବେଳେ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ଆଜି ଦଳର ଝାରସୁଗୁଡ଼ା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ କୁମାର ମିଶ୍ର। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ସଭାପତି ପଦ ଛାଡ଼ିଥିଲେ ହେଁ ସେ ଏବେବି ଦଳର ପ୍ରାଥମିକ ସଦସ୍ୟ ଥିବା ସ୍ପଷ୍ଟ […]

ବାସ୍ତବ ବ୍ୟୁରୋ: ୧୯ କେଜି ବିଶିଷ୍ଟ କମର୍ସିଆଲ ଏଲ୍‌ପିଜି ସିଲିଣ୍ଡରର ଦର ହ୍ରାସ ପାଇଛି। ଏହାର ଦରରେ ୧୭୧ ଟଙ୍କା ୫୦ ପଇସା କମିଛି। ଆଜିଠାରୁ ନୂଆ ଦରକୁ ଲାଗୁ କରାଯାଇଛି। ଫଳରେ ଦିଲ୍ଲୀରେ ୧୯ କେଜି ବିଶିଷ୍ଟ କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ୧୮୫୬ ଟଙ୍କା ୫୦ ପଇସାରେ ଉପଲବ୍ଧ ହେବ। ମୁମ୍ବାଇରେ ଏହାର ଦର ୧୮୦୮ ଟଙ୍କା ୫୦ ପଇସାକୁ ଖସିଥିବା ବେଳେ କୋଲକାତାରେ ୧୯୬୦ ଟଙ୍କା ୫୦ […]

ବାସ୍ତବ ବ୍ୟୁରୋ: ଆଜିଠୁ ଅର୍ଥାତ ମେ ୧ରୁ ଜୁଲାଇ ୩୧ ତାରିଖ, ୩ମାସ ଧରି ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ବିରଳ ବଉଳା କୁମ୍ଭୀରଙ୍କ ପାଇଁ ଭିତରକନିକା ପ୍ରସିଦ୍ଧି ଲାଭ କରିଛି। ଏହି ସମୟ ବିରଳ କୁମ୍ଭୀରଙ୍କ ପ୍ରଜନନ ଋତୁ। କୁମ୍ଭୀରମାନେ ସ୍ଥଳ ଭାଗକୁ ଉଠି ସୁରକ୍ଷିତ ସ୍ଥାନ ଦେଖି ବସା ବାନ୍ଧି ଅଣ୍ତା ଦେଇଥାନ୍ତି। ଏହି ସମୟରେ ମା କୁମ୍ଭୀର ଅଧିକ ହିଂସ୍ର ହୋଇଥାଏ। […]

ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ୫,୦୦୦ ତଳକୁ ଖସି ଆସିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୮,୦୦୦ ତଳକୁ ଖସି ଆସିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୨୮୨ କରୋନାଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୪,୨୮୨ […]

ନବୀନ ଦାଶ(ବରଗଡ) :ମୃତ୍ୟୁର ପଥ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ରେ ଦୁର୍ଘଟଣା। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଛକ ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ରେ ଦୁର୍ଘଟଣା।ଜଣେ ଗୁରୁତର ହେବା ସହ ଅନ୍ୟ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କୁ ବୁର୍ଲା ଡାକ୍ତର ଖାନା କୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

ସଂଜୟ ଶତପଥୀ(କଟକ): ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ।ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଚୈ।ଦ୍ବାର ର ମଙ୍ଗରାଜପୁର ବେରଣାସ୍ଥିତ ନନ୍ଦିଗ୍ରାମ ବୃଦ୍ଧ ଗୋ ସେବାଶ୍ରମ ରେ ୫୦୦୦ ଗୋ ଖାଦ୍ୟ ଲାଗି ଘାସ ଚାରା ରୋପଣ କରାଯାଇଛି। ଏହି ଆଶ୍ରମ ର ପ୍ରାରମ୍ଭ ରୁ ପ୍ରାୟ ୧୩୦ ବୃଦ୍ଧ,କ୍ଷତବିକ୍ଷତ, ବୟସ୍କ ରୋଗୀଣା ଗାଈଗୋରୁ ମାନଙ୍କୁ ସେବାଶୂଶ୍ରୁଷା କରି ରାଜ୍ୟରେ ଗୋ ସମ୍ପଦ ସୁରକ୍ଷା କରିବା ଦିଗରେ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି। […]

Pin It on Pinterest