ସଂଜୟ ଶତପଥୀ(କଟକ): ଜଗତପୁରସ୍ଥିତ ସଦଗୁରୁ ଚିକିତ୍ସାଳୟରେ ନୂତନ ଭାବେ ନିର୍ମିତ ଅତ୍ୟାଧୁନିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ସଦଗୁରୁ ଚିକିତ୍ସାଳୟର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ପ୍ରଦୀପ କୁମାର ମହାନ୍ତିଙ୍କ ପୌରୋହିତରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ, ଅନନ୍ତମୟ କୋଷରୁ ଜାତ ହେଉଥିବା ଅମୃତମୟ ସନ୍ତାନ ମାନଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଚିକିତ୍ସକ ମାନଙ୍କ ଅପରିହାର୍ଯ୍ୟତା […]
ବାସ୍ତବ ବ୍ୟୁରୋ: ଦେଶ ତଥା ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ୁଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୩ ଜଣ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ଏନେଇ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।ଗତ ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୬୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁର ରେ ୭୧, କଟକ ୬୫, ମୟୂରଭଞ୍ଜ ୨୮,ବଲାଙ୍ଗୀର ୨୧, ଖୋର୍ଦ୍ଧାରେ ୨୭, ଅନୁଗୁଳରୁ ୨ ଜଣ, […]
ଜୟସେନ୍ ରଇତ(ଗଜପତି): ଦିନକୁ ଦିନ ଗଜପତି ଜିଲ୍ଲାର ମୋହନା ଓ ଅଡବା ଥାନା ଅଞ୍ଚଳରେ ପୋଲିସ ଜୋର ଜାର ପାଟ୍ରୋଲିଙ୍ଗ ସହ ଗାଡି ଯାଞ୍ଚ ଏବଂ ଗଞ୍ଜେଇ ଚାଡାଉକରି ଗଞ୍ଜେଇ ମାଫିଆ ମାନଙ୍କ ନିଦ ହାଯାଉଥିଲେ ମଧ୍ୟ ଏହି ଗଞ୍ଜେଇ ଚାଲାଣରେ ପୂର୍ଣଛେଦ ପଡୁନାହିଁ । ଆଜି ଅଡବା ପୋଲିସ ଏସଆଇ ବି॰ଏନ ରେଡ୍ଡୀଙ୍କ ନେତୃତ୍ବରେ ଗୁଳୁବା ପଞ୍ଚାୟତର ଶୁଣ୍ଡିପଡା ଓ କୁଡିକିମା ଅଞ୍ଚଳରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ଶୁଣ୍ଡିପଡା […]
ବାସ୍ତବ ବ୍ୟୁରୋ: ଆଜି ଏପ୍ରିଲ ୧୫ ରେ ଆରମ୍ଭ ହୋଇଥିବା ସୁଦାନର ସେନା ଏବଂ ଅର୍ଦ୍ଧସାମରିକ-ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ମଧ୍ୟରେ କ୍ଷମତା ଦଖଲକୁ ନେଇ ଗୃହଯୁଦ୍ଧ ଆଜି ଦଶମ ଦିନରେ ପହଞ୍ଚିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଏପର୍ଯ୍ୟନ୍ତ ୪୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩,୫୫୧ ଜଣ ଆହତ ହୋଇଛନ୍ତି । ସୁଦାନର ଗୃହଯୁଦ୍ଧ ମଧ୍ୟରେ ସେଠାରେ ଫସି ରହିଥିବା ପ୍ରାୟ ୪ହଜାର ଭାରତୀୟମାନଙ୍କୁ […]
ବାସ୍ତବ ବ୍ୟୁରୋ: ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ପାଇଁ ବାତିଲ ହେଲା ଆକାଉଣ୍ଟାଣ୍ଟ ପରୀକ୍ଷା । ସୂଚନାନୁଯାୟୀ, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (ଓଏସ୍ଏସ୍ସି) ଦ୍ବାରା ଗତକାଲି ଅର୍ଥାତ ୨୩ ଏପ୍ରିଲ ରେ ହୋଇଥିବା ଆକାଉଣ୍ଟାଣ୍ଟ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ଓଡ଼ିଆ ଲେଖାଥିବା ପ୍ରଶ୍ନପତ୍ର ଆସିଥିଲା । ଏଥିରେ ଓଡ଼ିଆ ଭାଷା ଅତ୍ୟନ୍ତ ବିକୃତ ହୋଇ ଛପାଯାଇଥିଲା। ଆଉ ଏହାକୁ ନେଇ ପରୀକ୍ଷାର୍ଥୀ ଚିନ୍ତାରେ ପଡିଯାଇଥିଲେ । ପ୍ରଶ୍ନପତ୍ରରେ ଲେଖାଯାଇଥିବା ପ୍ରଶ୍ନଗୁଡ଼ିକର ଭାଷା ଓଡ଼ିଆ […]
ବାସ୍ତବ ବ୍ୟୁରୋ: କାଳବୈଶାଖୀର ପ୍ରଭାବରେ ଏବେ ସାରା ରାଜ୍ୟରେ କୋହଲା ପାଗ । ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ରହିଛି। ଏହା ପ୍ରଭାବରେ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ରହିବ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପଶ୍ଚିମ ଝଡ଼ ସହ କାଳବୈଶାଖୀର ପ୍ରଭାବ ଲାଗି ରହିବ। ସୋମବାର ସକାଳ ୯ଟା ସୁଦ୍ଧା କଳାହାଣ୍ଡି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଗଞ୍ଜାମ, କଟକ, ଯାଜପୁର, ଭଦ୍ରକ, […]
ପୁରୁଷୋତ୍ତମ ମହାପାତ୍ର(ଭଞ୍ଜନଗର):ଜାମୁ କାଶ୍ମୀର ପୁଞ୍ଚ ଜିଲ୍ଲାରେ ଆତଙ୍କୀ ହମଲାରେ ଗୁରୁବାର ସହିଦ ହୋଇଥିବା ୫ ଜଣ ବୀର ଯବାନଙ୍କ ସ୍ମୃତି ଉଦେଶ୍ୟରେ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ମହମବତୀ ଶୋଭାଯାତ୍ରା ସହ ନିରବ ପ୍ରାଥନା କରାଯାଇଥିଲା ।ସଙ୍ଘର ସଭାପତି ପ୍ରଦୀପ କୁମାର ସ୍ୱାଇଁ ନେତୃତ୍ୱରେ ସଙ୍ଘର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସ୍ଥାନୀୟ ରଘୁନାଥ ମନ୍ଦିରରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଥାନା […]
ବାସ୍ତବ ବ୍ୟୁରୋ: ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୦,୧୧୨ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୭,୦୦୦ରୁ ଅଧିକ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୦,୧୧୨ କରୋନାଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୦,୧୧୨ ନୂତନ ଆକ୍ରାନ୍ତଙ୍କୁ ମିଶାଇ […]
ବାସ୍ତବ ବ୍ୟୁରୋ: ଶେଷରେ ଆତ୍ମସମର୍ପଣ କରିଛି ପଳାତକ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ । ପଞ୍ଜାବର ମୋଗା ପୁଲିସ ନିକଟରେ ଅମ୍ରିତପାଲ ଆତ୍ମସମର୍ପଣ କରିବା ପରେ ତାକୁ ଗିରଫ କରାଯାଇଛି। ଅମ୍ରିତପାଲକୁ ଗିରଫ କରାଯାଇଥିବା ନେଇ ପଞ୍ଜାବ ପୁଲିସ ପକ୍ଷରୁ ଟ୍ୱିଟ୍ କରି ସ୍ପଷ୍ଟ କରାଯାଇଛି। ଏହା ସହିତ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ଅନୁରୋଧ କରିଛି ପଞ୍ଜାବ ପୁଲିସ। ଗିରଫ ଅମ୍ରିତପାଲ ସିଂହକୁ ଆସାମର ଦିବ୍ରୁଗଡ଼ ଜେଲକୁ ନିଆଯିବ। […]
ବାସ୍ତବ ବ୍ୟୁରୋ: ଆସୁଛି କାଳବୈଶାଖୀ, ୨୪ରେ ପ୍ରବଳ ବର୍ଷା । କାଳବୈଶାଖୀ ଯୋଗୁ ପାଗରେ ଧୀରେ ଧୀରେ ପରିବର୍ତ୍ତନ ହେଉଥିବାରୁ ତାତିରୁ ମିଳିବ ଆଶ୍ୱସ୍ତି। ଆଗକୁ ଏମିତିକା ପାଗ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ଆଜି ରାଜ୍ୟର ଅଧିକାଂଶ ସହରର ତାପମାତ୍ର ୪୦ ଡିଗ୍ରୀ ତଳେ ରହିଛି। ତେବେ ୨୪ ତାରିଖରେ କିଛି ଜିଲ୍ଲାରେ […]


