ବାସ୍ତବ ବ୍ୟୁରୋ: ୮୭ ବର୍ଷୀୟ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଚୀନ୍‌କୁ ଦେଇଛନ୍ତି ଏକ ବଡ଼ ଝଟକା । ସେ ଆମେରିକାରେ ଜନ୍ମିତ ଏକ ୮ ବର୍ଷର ମୋଙ୍ଗୋଲିଆ ଶିଶୁକୁ ତିବ୍ଦତୀୟ ବୌଦ୍ଧ ଧର୍ମର ତୃତୀୟ ସର୍ବୋଚ୍ଚ ଧର୍ମଗୁରୁ ବନେଇ ଦେଇଛନ୍ତି। ଉକ୍ତ ପିଲାଟି ଯାଆଁଳା ପିଲାମାନଙ୍କ ମଧ୍ୟରୁ ଜଣେ। ଦଲାଇ ଲାମା ଏହି ଶିଶୁକୁ ଦଶମ ଖଲଖା ଜେଟସନ୍ ଧମ୍ପା ରିନ୍ପୋଚେଙ୍କ ପୁନର୍ଜନ୍ମ ବୋଲି କହିଛନ୍ତି। ନୂତନ ଧର୍ମଗୁରୁଙ୍କୁ […]

ସଂଜୟ ଶତପଥୀ(କଟକ): ସମଗ୍ର ଓଡ଼ିଶାରେ‌ ବିଦ୍ଯୂତ୍ ଶକ୍ତି ଯୋଗାଉଥିବା ତଥା ଏକ ଘରୋଇ କମ୍ପାନୀ ଟାଟା ପାୱାର କମ୍ପାନୀର ମନୋମୁଖୀ ଶାସନ ବିରୁଦ୍ଧରେ କମ୍ପାନୀ ଅଧୀନରେ କାର୍ଯ୍ୟରତ ସମସ୍ତ ଠିକା କର୍ମଚାରୀମାନେ କଳାବ୍ୟାଚ ପରିଧାନ କରି ପ୍ରତିବାଦର ସ୍ବର ଉତ୍ତୋଳନ କରିବା ସହ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଠିକା କର୍ମଚାରୀସଂଘର କର୍ମକର୍ତ୍ତା ମତବ୍ୟକ୍ତ କରିଛନ୍ତି। ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ, ଟାଟା ପାୱାର […]

ବାସ୍ତବ ବ୍ୟୁରୋ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାନୁଯାୟୀ ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧,୮୯୦ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯,୦୦୦ରୁ ଯଥେଷ୍ଟ ଅଧିକ । ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୨୮ ତାରିଖ ଦିନ ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ୨,୨୦୮ ହୋଇଥିବା ରେକର୍ଡ କରାଯାଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଆଜି (ରବିବାର) ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା […]

ନୂଆଦିଲ୍ଲୀ:ଜାତିସଂଘ ଆନ୍ତଃସରକାରୀ ଜଳବାୟୁ ପରିବର୍ତ୍ତନ କମିଟି (ଆଇପିସିସି)ର ରିପୋର୍ଟ ଅନୁସାରେ ଆଗାମୀ ଦିନରେ ଭାରତ ତାପମାତ୍ରା ବୃଦ୍ଧି, ସାମୁଦ୍ରିକ ଜଳପତ୍ତନ ବୃଦ୍ଧି, ଜୀବନ ଓ ଜୀବିକା ଉପରେ ବିପର୍ଯ୍ୟୟକର ପ୍ରଭାବ ଆଦି ବିରାଟ ଆହ୍ବାନର ସମ୍ମୁଖୀନ ହୋଇପାରେ। ଛଅଟି ଭିନ୍ନ ଭିନ୍ନ ରିପୋର୍ଟକୁ ଆଧାର କରି ଉକ୍ତ ସଂଶ୍ଳେଷିତ ରିପୋର୍ଟ ପ୍ରକାଶ କରାଯାଇଛି। ଏହି ରିପୋର୍ଟ ଅନୁଯାଇ ଆଗାମୀ ଦିନରେ ନାନା ଚରମ ଜଳବାୟୁଗତ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ ଭାରତ। […]

ସଂଜୟ ଶତପଥୀ(କଟକ) : ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ଆସନ୍ତା ଏପ୍ରିଲ ୧୫ ତାରିଖରେ ଅନୁଷ୍ଠିତ ହେବ। ‌ରାଜ୍ୟର ସମସ୍ତ ଜିଲ୍ଲାରେ ଏଥର ୧୬୭ଟି ବୁଥ୍‌ରେ ଭୋଟ ଗ୍ରହଣ କରାଯିବ। ରାଜ୍ୟ ଆଇନଜୀବୀ ପରିଷଦର ୨୫ଟି ସଦସ୍ୟ ପଦ ପାଇଁ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନ ଲାଗି ପ୍ରକାଶିତ ଭୋଟର ତାଲିକାରେ ୩୪ହଜାର ୯୦୮ଜଣ ଆଇନଜୀବୀ ଭୋଟ ଦେବା ପାଇଁ ତାଲିକାଭୁକ୍ତ ହୋଇଛନ୍ତି। ଏହି ନିର୍ବାଚନରେ କଟକ […]

ବାସ୍ତବ ବ୍ୟୁରୋ: ଦେଶରେ ଧୀରେଧୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜି(ଶନିବାର) କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ନୂଆ ଗାଇଡଲାଇନ ସମ୍ପର୍କରେ ଅବଗତ କରାଇଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ର, ଗୁଜୁରାଟ, କେରଳ, ଦିଲ୍ଲୀ ଏବଂ କର୍ଣ୍ଣାଟକରେ ସର୍ବାଧିକ ସଂଖ୍ୟକ ମାମଲା ରୁଜୁ ହୋଇଛି। କରୋନାର ଶେଷ ଦୁଇଟି ଲହରରେ ଏହି ରାଜ୍ୟଗୁଡିକ ସର୍ବାଧିକ ପ୍ରଭାବିତ ହୋଇଥିଲେ । ଏଥି ପାଇଁ କେନ୍ଦ୍ର ସରକାର […]

ସଂଜୟ ଶତପଥୀ(କଟକ):ବିଜୁ ଜନତା ଦଳ ର ଛାମୁଆ କର୍ମକର୍ତ୍ତାଙ୍କୁ ସହ ନିଜେ ଇ ବାଇକ ଚଲେଇ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ନିଜ ୱାର୍ଡ ୪୭ନମ୍ବର ପରିକ୍ରମା କରିଛନ୍ତି ପ୍ରାକ୍ତନ ବିଧାୟକ ଡା. ପ୍ରଭାତ ରଞ୍ଜନ ବିଶ୍ୱାଳ। ଶନିବାର ସକାଳୁ ମହାନଦୀ ବିହାର ଅଂଚଳର ବିଭିନ୍ନ ଉନୟନ କାର୍ଯ୍ୟର ସମୀକ୍ଷା କରିବା ସହିତ ଚା ଖଟିରେ ଚା ପିଇ ଲୋକଙ୍କ ଭଲ ମନ୍ଦ ବୁଝିବା ସହିତ ୱାର୍ଡର ସମସ୍ୟା […]

ବାସ୍ତବ ବ୍ୟୁରୋ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧,୫୯୦ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮,୦୦୦ ଟପି ଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁଯାୟୀ, ଆଜି (ଶନିବାର) ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୫୯୦ କରୋନାଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧,୫୯୦ ନୂତନ […]

ବାସ୍ତବ ବ୍ୟୁରୋ: କଂଗ୍ରେସ ଦଳକୁ ଲାଗିଛି ବଡ଼ ଝଟ୍‌କା। ଲୋକସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି କଂଗ୍ରେସ ଦଳର ପୂର୍ବତନ ସଭାପତି ରାହୁଲଗାନ୍ଧୀ। ୨୦୧୯ ମସିହାର ମୋଦୀଙ୍କ ସାଙ୍ଗିଆ କୁ ନେଇ ରାହୁଲଙ୍କ ବିରୋଧରେ ହୋଇ ଥିବା ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତହେବା ଯୋଗୁ  ଲୋକସଭା ସଦସ୍ୟତା ହରାଇଛନ୍ତି ବୋଲି ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଜନପ୍ରତିନିଧି ଆଇନର ଧାରା […]

Pin It on Pinterest