ବାସ୍ତବ ବ୍ୟୁରୋ: ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ପାଇଁ ବାତିଲ ହେଲା ଆକାଉଣ୍ଟାଣ୍ଟ ପରୀକ୍ଷା । ସୂଚନାନୁଯାୟୀ, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (ଓଏସ୍ଏସ୍ସି) ଦ୍ବାରା ଗତକାଲି ଅର୍ଥାତ ୨୩ ଏପ୍ରିଲ ରେ ହୋଇଥିବା ଆକାଉଣ୍ଟାଣ୍ଟ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ଓଡ଼ିଆ ଲେଖାଥିବା ପ୍ରଶ୍ନପତ୍ର ଆସିଥିଲା । ଏଥିରେ ଓଡ଼ିଆ ଭାଷା ଅତ୍ୟନ୍ତ ବିକୃତ ହୋଇ ଛପାଯାଇଥିଲା। ଆଉ ଏହାକୁ ନେଇ ପରୀକ୍ଷାର୍ଥୀ ଚିନ୍ତାରେ ପଡିଯାଇଥିଲେ । ପ୍ରଶ୍ନପତ୍ରରେ ଲେଖାଯାଇଥିବା ପ୍ରଶ୍ନଗୁଡ଼ିକର ଭାଷା ଓଡ଼ିଆ […]
ବାସ୍ତବ ବ୍ୟୁରୋ: କାଳବୈଶାଖୀର ପ୍ରଭାବରେ ଏବେ ସାରା ରାଜ୍ୟରେ କୋହଲା ପାଗ । ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ରହିଛି। ଏହା ପ୍ରଭାବରେ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ରହିବ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପଶ୍ଚିମ ଝଡ଼ ସହ କାଳବୈଶାଖୀର ପ୍ରଭାବ ଲାଗି ରହିବ। ସୋମବାର ସକାଳ ୯ଟା ସୁଦ୍ଧା କଳାହାଣ୍ଡି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଗଞ୍ଜାମ, କଟକ, ଯାଜପୁର, ଭଦ୍ରକ, […]
ପୁରୁଷୋତ୍ତମ ମହାପାତ୍ର(ଭଞ୍ଜନଗର):ଜାମୁ କାଶ୍ମୀର ପୁଞ୍ଚ ଜିଲ୍ଲାରେ ଆତଙ୍କୀ ହମଲାରେ ଗୁରୁବାର ସହିଦ ହୋଇଥିବା ୫ ଜଣ ବୀର ଯବାନଙ୍କ ସ୍ମୃତି ଉଦେଶ୍ୟରେ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ମହମବତୀ ଶୋଭାଯାତ୍ରା ସହ ନିରବ ପ୍ରାଥନା କରାଯାଇଥିଲା ।ସଙ୍ଘର ସଭାପତି ପ୍ରଦୀପ କୁମାର ସ୍ୱାଇଁ ନେତୃତ୍ୱରେ ସଙ୍ଘର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସ୍ଥାନୀୟ ରଘୁନାଥ ମନ୍ଦିରରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଥାନା […]
ବାସ୍ତବ ବ୍ୟୁରୋ: ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୦,୧୧୨ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୭,୦୦୦ରୁ ଅଧିକ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୦,୧୧୨ କରୋନାଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୦,୧୧୨ ନୂତନ ଆକ୍ରାନ୍ତଙ୍କୁ ମିଶାଇ […]
ବାସ୍ତବ ବ୍ୟୁରୋ: ଶେଷରେ ଆତ୍ମସମର୍ପଣ କରିଛି ପଳାତକ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ । ପଞ୍ଜାବର ମୋଗା ପୁଲିସ ନିକଟରେ ଅମ୍ରିତପାଲ ଆତ୍ମସମର୍ପଣ କରିବା ପରେ ତାକୁ ଗିରଫ କରାଯାଇଛି। ଅମ୍ରିତପାଲକୁ ଗିରଫ କରାଯାଇଥିବା ନେଇ ପଞ୍ଜାବ ପୁଲିସ ପକ୍ଷରୁ ଟ୍ୱିଟ୍ କରି ସ୍ପଷ୍ଟ କରାଯାଇଛି। ଏହା ସହିତ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ଅନୁରୋଧ କରିଛି ପଞ୍ଜାବ ପୁଲିସ। ଗିରଫ ଅମ୍ରିତପାଲ ସିଂହକୁ ଆସାମର ଦିବ୍ରୁଗଡ଼ ଜେଲକୁ ନିଆଯିବ। […]
ବାସ୍ତବ ବ୍ୟୁରୋ: ଆସୁଛି କାଳବୈଶାଖୀ, ୨୪ରେ ପ୍ରବଳ ବର୍ଷା । କାଳବୈଶାଖୀ ଯୋଗୁ ପାଗରେ ଧୀରେ ଧୀରେ ପରିବର୍ତ୍ତନ ହେଉଥିବାରୁ ତାତିରୁ ମିଳିବ ଆଶ୍ୱସ୍ତି। ଆଗକୁ ଏମିତିକା ପାଗ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ଆଜି ରାଜ୍ୟର ଅଧିକାଂଶ ସହରର ତାପମାତ୍ର ୪୦ ଡିଗ୍ରୀ ତଳେ ରହିଛି। ତେବେ ୨୪ ତାରିଖରେ କିଛି ଜିଲ୍ଲାରେ […]
ତ୍ରିନାଥ ବାରିକ(ସାକ୍ଷୀଗୋପାଳ):ଆଜି ଅପରାହ୍ନ ୨-୩୦ ସମୟରେ ପଞ୍ଚଭୂତରେ ଲିନ ହେଲେ,ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଲାନ୍ସନାୟକ ଦେବାଶିଷ ବିଶ୍ୱାଳ। ପରିବାର ଲୋକ, ବନ୍ଧୁବାନ୍ଧବ, ସ୍ଥାନୀୟ ଜନତା, ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ସେନା ଅଧିକାରୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଥା କର୍ମଚାରୀଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଖଣ୍ଡାୟତସାହିରେ ଦେବାଶିଷଙ୍କ ଶେଷକୃତ୍ୟ ଗାଁ ମଶାଣିରେ ସଂପନ୍ନ ହୋଇଛି। ସାନଭାଇ ଦେବୀ ପ୍ରସାଦ ବିଶ୍ୱାଳ ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ସତ୍ୟବାଦୀ […]
ସଂଜୟ ଶତପଥୀ(କଟକ): ପ୍ରଚଣ୍ଡ ରୌଦ୍ରତାପରେ ଜନସାଧାରଣ ପାଣି ଟୋପାଏ ଲାଗି ଡହଳବିକଳ ହେଉଥିବା ବେଳେ ତଥା ଯେତେବେଳେ କଟକ ମହାନଗର ନିଗମ ଏହି କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ସେତେବେଳେ କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ପକ୍ଷରୁ ମାନନୀୟ ପୋଲିସ୍ କମିଶନର ଶ୍ରୀ ସୈାମେନ୍ଦ୍ର ପ୍ରିୟଦର୍ଶୀ ଙ୍କ ନିର୍ଦ୍ଦେଶକ୍ରମେ କଟକ-ଭୁବନେଶ୍ୱର ର ପ୍ରତ୍ୟେକ ପୋଲିସ୍ ଥାନା ସମ୍ମୁଖରେ ଜଳଛତ୍ର କେନ୍ଦ୍ର ଖୋଲାଯାଇଛି। ଏହି ପରିପ୍ରେକ୍ଷୀରେ କଟକ ସହରର ବକ୍ସି ବଜାରସ୍ଥିତ ରିଜର୍ଭ ପୋଲିସ୍ […]
ବାସ୍ତବ ବ୍ୟୁରୋ: ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ପୁଣି ୧୨,୦୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୭,୦୦୦ରୁ ଅଧିକ ହୋଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୧୯୩ କରୋନାଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୨,୧୯୩ ନୂତନ […]
ବାସ୍ତବ ବ୍ୟୁରୋ: ଶୁକ୍ରବାର ରାତିରେ ଉତ୍ତର ପ୍ରଦେଶର ଅଯୋଧ୍ୟା ଅନ୍ତର୍ଗତ ଲକ୍ଷ୍ନୌ-ଗୋରଖପୁର ରାଜପଥରେ ଗୋଟାଏ ଯାତ୍ରୀବାହୀ ବସ୍ ଗୋଟାଏ ଟ୍ରକ୍ ସହିତ ଧକ୍କାଖାଇବାରୁ ୭ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସୂଚନାନୁସାରେ, ଅଯୋଧ୍ୟାରୁ ଆସୁଥିବା ଉକ୍ତ ଘରୋଇ ବସ୍ ଆମ୍ବେଦକର ନଗର ଆଡ଼କୁ ଯିବା ପାଇଁ ରାଜପଥ ମୋଡ଼ରେ ବୁଲୁଥିବା ବେଳେ ବିପରୀତ ପାର୍ଶ୍ବରୁ ଆସୁଥିବା ଗୋଟାଏ ମାଲ୍ବାହୀ ଟ୍ରକ୍ ସହିତ ଧକ୍କା […]


