ବବିତା ସାମଲ(ଭଦ୍ରକ)ମହାନ ସ୍ୱାଧୀନତା ସଂଗ୍ରାମୀ, ଭଦ୍ରକ ମାଟିର ସୁଯୋଗ୍ୟ ସନ୍ତାନ,କୃଷକ ନେତା ତଥା କଲେଇ ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ, ସ୍ବର୍ଗତ ହୃଦାନନ୍ଦ ରାଉତ ଙ୍କ ଦେହାନ୍ତ ରେ କଳେଇ ଗ୍ରାମ ପଞ୍ଚାୟତ ବାସୀ ଅତ୍ୟନ୍ତ ମର୍ମାହତ | ତାଙ୍କ ଦେହାନ୍ତ ଭଦ୍ରକ ମାଟି ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି |ଆଜି ତାଙ୍କ ମରଶରୀରକୁ ପଞ୍ଚାୟତ ଭ୍ରମଣ କରାଇ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଜାତୀୟ ପତାକା ଦ୍ଵାରା ସମ୍ମାନିତ […]
ନବୀନ ସାହୁ(ଜଳେଶ୍ବର) ଜଳେଶ୍ବରରେ ପୁଣି ବ୍ରାଉନ ସୁଗାର ଜବତ ।ଗତ କାଲି ବିଳମ୍ବିତ ରାତିରେ ରାଜପୁର ବସ୍ତି ଉପରେ ପୋଲିସର ଚଢ଼ାଉ କରି ଆନୁମାନିକ ୬୦୦ ଗ୍ରାମର ବ୍ରାଉନ ସୁଗାର ସହିତ ଜଣେ ମହିଳା ଙ୍କୁ ଅଟକ ରଖିଛନ୍ତି । ଅଟକ ମହିଳା ଜଣକ ହେଲେ ସେକ ସରିଫଙ୍କ ସ୍ତ୍ରୀ ଜୟୀଗୁନ ବିବି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ରାଜପୁର ବସ୍ତି […]
ପ୍ରକାନ୍ତ କୁମାର ମିଶ୍ର (ବୁଗୁଡା)ଗଞ୍ଜାମଜିଲ୍ଲା ବୁଗୁଡା ବ୍ଳକ ଅନ୍ତର୍ଗତ ମୋଟାବାଡି ପଞ୍ଚାୟତ ମଧ୍ୟରେ ଥିବା ଠଣାପଲ୍ଲୀ ଛକଠାରୁ ଡାକରା ବାଡି ଛକ ପର୍ଯ୍ୟନ୍ତ ୫୦୦ ଶହ ମିଟର ପାଖାପାଖି ରାସ୍ତା କାହାର କାମ କରିବ କିଏ ? ଏ ନେଇ ଏବେ ବ୍ଳକ ଏବଂ ଆରଡି ମଧ୍ୟରେ ଲାଗିଛି ଛକାପଞ୍ଝା | ମରଣଯନ୍ତା ପାଲଟିଛି ରାସ୍ତା, ଯାହାଫଳରେ ରାତିପାହିଲେ ଏହି ରାସ୍ତାଦେଇ ଶହଶହ ଗାଡିମୋଟର ଓ ବହୁଲୋକେ ହନ୍ତସନ୍ତ ହେଉଛନ୍ତି […]
ଦେବାଶିଷ ମିଶ୍ର (କଟକ)ଏବେ ବି ବଞ୍ଚିଛି ମାନବିକତା, ପୋଲିସ୍ ର ବର୍ଦି ଲୋକଙ୍କ ମନରେ ଭୟ ସୃଷ୍ଟି କରେ । ସମସ୍ତଙ୍କ ମନରେ ଗୋଟିଏ ଭାବନା ପୋଲିସ୍ ବାଲାଙ୍କ ହୃଦୟ ନାହିଁ, ହେଲେ ସେ’ବି ମଣିଷ ସେ’ବି ଅନ୍ୟର ଦୁଃଖରେ ଲୁହ ଝରାନ୍ତି, ଅନେକ କୁହନ୍ତି ପୋଲିସ୍ ନେଇ ଶିଖିଛି ଦେଇ ଶିଖିନି । ପୋଲିସ୍ କୁ କିଏ କୋଉ ଦୃଷ୍ଟି ରେ ଦେଖୁଥିବା ବେଳେ ଭୁବନେଶ୍ଵର ଇନ୍ଫୋସିଟି ଥାନା […]
ଦେବକାନ୍ତ ମହାନ୍ତି,(ଚାନ୍ଦବାଲି,) ୨୩/୦୮/୨୦୨୧। ଆଙ୍କର-ଚାନ୍ଦବାଲି ବ୍ଲକ ଧାମରା ଜାଗୁଳା ପଂଚାୟତରେ ତାରିଣୀ ଛକରେ କାଉ ମଡ଼କ ଦେଖିବାକୁ ମିଳିଛି, ଅଧିକାଂଶ ସ୍ଥାନରେ କାଉ ଗୁଡିକ ମରି ପଡିବା ନେଇ ସ୍ଥାନୀୟ ବାସୀ ଧାମରା ପଶୁ ସମ୍ପଦ ବିଭାଗ ନିକଟରେ ଅଭିଯୋଗ କରଛନ୍ତି l କାଉ ମାନେ କୌଣସି ବିଷାକ୍ତ ଖାଦ୍ୟ ଖାଇଵା ଫଳରେ ମୃତ୍ୟୁ ହେବା କିମ୍ବା ଭୁତାଣୁ ଜନିତ କାରଣ ପାଇଁ ତାଙ୍କର ମୃତ୍ୟୁ ହେଉଛି ବୋଲି ସ୍ଥାନୀୟ […]
ବାସ୍ତବ ବ୍ୟୁରୋ:(କଟକ) କମିଶନରେଟ ପୋଲିସକୁ ମିଳିଲା ବଡ ସଫଳତା । ଡି ବ୍ରଦର୍ସଙ୍କ ସହଯୋଗୀ ଦିଲୁ ଓରଫ ପ୍ରଦୀପ କୁମାର ସାହୁକୁ ଗିରଫ କରିବାରେ ସଫଳ ହେଇଛି କମିଶନରେଟ୍ ପୋଲିସ । ୨୦୧୬ ମସିହାରେ ବହୁ ଚର୍ଚ୍ଚିତ ଓମ୍ ଓ ଦିପୁ ହତ୍ୟାକାଣ୍ଡ ପରେ ୫ ବର୍ଷ ହେଲା ପୋଲିସକୁ ଚକମା ଦେଇ ଫେରାର ରହିଥିଲା ଦିଲୁ । ତେବେ ଆଜି(ସୋମବାର) ଦିଲୁକୁ ରାୟଗଡ଼ାରୁ ଗିରଫ କରିଛି କଟକ ପୋଲିସ […]
ପ୍ରକାନ୍ତ ମିଶ୍ର (ଗଂଜାମ) ଗଂଜାମ ଜିଲ୍ଲାର ବୁଗୁଡା ଥାନା ର ବାଲିପଦର ଫାଣ୍ତି ଅନ୍ତର୍ଗତ ଅନ୍ତପଡା ଗ୍ରାମରୁ ରାଜେସ ଆପଟଙ୍କୁ ଅପହରଣ କରି ନେବା ସମୟରେ ପୋଲିସ୍ ପିଛା କରି ସେମାନଙ୍କୁ ଧରିବାରେ ସକ୍ଷମ ହୋଇଛି | ଦୁଇଟି ବାଇକ୍ ରେ ତିନିଜଣ ଦୂର୍ବୁତ ଆସି ରାଜେସଙ୍କୁ ଛୁରି ମୁନରେ ନିଜଘରୁ ଉଠାଈ ନେବାରେ ସକ୍ଷମ ହୋଇଥିଲେ ା ରାଜେସଙ୍କ ଦାଦା ଏହା ଜାଣିବାପରେ ସେମାନଙ୍କ ପିଛା କରିଥିଲେ ବିଫଳହୋଈ […]
ବବିତା ସାମଲ(ଭଦ୍ରକ):୨୩/୦୮:-କଟକ ଭିଜିଲାନ୍ସ ସେଲ ପକ୍ଷରୁ ଭଦ୍ରକ ଜିଲ୍ଲା ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କୁ, ସୋମବାର ପୂର୍ବାହ୍ନରେ ମାରାଥନ୍ ଜେରା କରାଯାଇଛି ।୨ ଜଣ ଡିଏସପି ଓ ଜଣେ ଇନ୍ସେକ୍ଟରଙ୍କ ସମେତ ୧୧ ଜଣିଆ ଟିମ୍ ତିହିଡି ତହସିଲ କାର୍ଯ୍ୟାଳୟରେ ଏହି ଜେରାରେ ସାମିଲ ହୋଇଥିଲେ । କଟକ ଭିଜିଲାନ୍ସ ଟିମ୍ ପ୍ରାୟ ଅଢେଇ ଘଣ୍ଟା ଜେରା ପରେ ଶ୍ରୀ ପଣ୍ଡାଙ୍କୁ କଟକ ନେଇ ଯାଇଥିବା ଜଣାଯାଇଛି । […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୨୩ -୮-୦୨୧ ଚାନ୍ଦବାଲି ବ୍ଲକ ମହୁଲିଆ ଫଚାୟତ ଚନ୍ଦନପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଆଜି ଭୋର ସମୟରେ ପଦ୍ମ ପୋଖରୀରେ ପଦ୍ମଫୁଲ ତୋଳିବାକୁ ଯାଇ ଜଣେ ଯୁବକ ସର୍ପାଘାତରେ ଶିକାର ହୋଇଛନ୍ତି । ସ୍ଥାନୀୟ ବାସୀ ଯୁବକଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଯୁବକ ଜଣକ ହେଉଛନ୍ତି […]
ବାସ୍ତବବ୍ୟୁରୋ:ଆଫଗାନିସ୍ତାନ ଦଖଲ ପରେ ତାଲିବାନ ପ୍ରଥମ ଥର ପାଇଁ ଏକ ଆହ୍ବାନର ସମ୍ମୁଖୀନ ହୋଇଛି। ବାଗଲାନ ପ୍ରଦେଶରେ ତାଲିବାନ ଉପରେ ଆକ୍ରମଣ କରାଯାଇ ୩୦୦ ତାଲିବାନ ଯୋଦ୍ଧା ପ୍ରାଣ ହରାଇଛନ୍ତି । ଏଥି ସହିତ, ଉତ୍ତର ଆଫଗାନିସ୍ତାନର ବାଗଲାନ ପ୍ରଦେଶର ସ୍ଥାନୀୟ ଟୋଟୋ ନ୍ୟୁଜକୁ ସୂଚନା ଦେଇଛି ଯେ ସ୍ଥାନୀୟ ବିଦ୍ରୋହୀ ବାହିନୀ ତାଲିବାନ ନିୟନ୍ତ୍ରଣରୁ ତିନୋଟି ଜିଲ୍ଲାକୁ ଫେରାଇ ଆଣିଛନ୍ତି। ଉଭୟ ପାର୍ଶ୍ୱରେ ପ୍ରବଳ ଆହତ ହୋଇଥିବା ଖବର […]