ଟିଏମସି ସାଂସଦ ଦୀନେଶ ତ୍ରିବେଦୀ ରାଜ୍ୟସଭାରୁ ଇସ୍ତଫା ଘୋଷଣା — ତେବେ କଣ ବିଜେପି ଜିବେକି ବାସ୍ତବବ୍ୟୁରୋ:ତୃଣମୂଳ କଂଗ୍ରେସ ନେତା ତଥା ପୂର୍ବତନ ରେଳମନ୍ତ୍ରୀ ଦୀନେଶ ତ୍ରିବେଦୀ ଶୁକ୍ରବାର (ଆଜି) ରାଜ୍ୟସଭାରେ ସଦସ୍ୟତା ପଦରୁ ଇସ୍ତଫା ଘୋଷଣା କରିଛନ୍ତି| ‘ପଶ୍ଚିମବଙ୍ଗରେ ହିଂସା’ ଏବଂ ‘ଶ୍ୱାସରୁଦ୍ଧ ପରିସ୍ତିଥି ଦର୍ଶାଇ ଇସ୍ତଫା ଘୋଷଣା କରିଛନ୍ତି, ଯଦିଓ ଆସାନଙ୍କ ତରଫରୁ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି |କାରଣ ଇସ୍ତପା ପାଇଁ ସମୁଚିତ ତରିକା ରେ […]
କୋଟିଆ କୁ ନେଇ ଆନ୍ଧ୍ର ଓଡିଶା ଏହି ସୀମା ବିବାଦକୁ ନେଇ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୋଧରେ ରାଜ୍ୟସରକାର ଦାଖଲ କରିଥିବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଆଜି କଟକ, ଭୁବନେଶ୍ୱରରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା । ଏତେ କୁହୁଡି କାରଣରୁ ରାସ୍ତାଘାଟ ଦୃଶ୍ୟମାନ ହେଉନଥିଲା । ଯାନବାହାନ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜିଠୁ ଲାଗୁ ହେଉଛି ନୂଆ ଏସଓପି । ଏଣିକି ରବିବାର ବି ଶ୍ରୀଜୀଉଙ୍କ […]
ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ହିଞ୍ଜିଳିକାଟୁର ୧୪ଟି ପ୍ରକଳ୍ପର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ବାସ୍ତବବ୍ୟୁରୋ:ଆଜି (ଗୁରୁବାର) ୧୪ଟି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପୌର ପରିଷଦର ବିଭିନ୍ନ ପ୍ରକଳ୍ପର, ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉଦ୍ଘାଟନୀ ଉତ୍ସବରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ଉପସ୍ଥିତ […]
ଆଜି(ଗୁରୁବାର) ସନ୍ଧ୍ୟା ୫ଟା ସମୟରେ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ହିଞ୍ଜିଳିରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ୩ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ହିଞ୍ଜିଳିକାଟୁର ନୂତନ ବସ ଟର୍ମିନାଲ, ବରିଷ୍ଠ ନାଗରିକଙ୍କ ପାଇଁ ଚିତୋ ବିନୋଦନ କେନ୍ଦ୍ର, ପୌର ପରିଷଦ ଅତିଥି ଭବନ, ୧୨ଲକ୍ଷ ବ୍ୟୟରେ ନିର୍ମିତ ବିଜୁ ବାବୁଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତି, ଶୀତଳ ଭଣ୍ଡାର, ଆର୍.ଏମ.ସି ମାର୍କେଟ କମ୍ପ୍ଲେକ୍ସକୁ […]
ବାସ୍ତବବ୍ୟୁରୋ:ୟୁପି: ୮୦ ଫୁଟ ଗଭୀର କୂଅରୁ ନଅ ବର୍ଷର ବାଳକ ତିନି ଦିନ ପରେ ଜୀବନ୍ତ ଉଦ୍ଧାର ହେବାପରେ ଭୟଙ୍କର ସତ୍ୟ ପଦାକୁ ଆସିଲା | କୁହାଯାଏ ଯେ ‘ଜାକୋ ରାଖେ ସାଇୟାନ୍, ମାର ସକେ ନ କୋଇ ‘ | ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଏହି କଥା ସତ୍ୟ ପ୍ରମାଣିତ ହୋଇଛି। ଏଠାରେ ଏକ ନଅ ବର୍ଷର ବାଳକକୁ ୮୦ ଫୁଟ ଗଭୀର କୂଅରେ ଫିଙ୍ଗି ଦିଆଯାଇଥିଲା […]
ବାସ୍ତବବ୍ୟୁରୋ:ଫ୍ରେବୁୟାରୀ ୧୨ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ସମୟସୀମା ,ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୃଦ୍ଧି କରାଯାଇଛି।ପୂର୍ବରୁ ଶେଷ ତାରିଖ ଫ୍ରେବୁୟାରୀ ୧୦ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ଏହି ସମୟସୀମା ଭିତରେ ବହୁ ଛାତ୍ରଛାତ୍ରୀ ଫର୍ମପୂରଣ କରି ପାରି ନଥିବାର ଅଭିଯୋଗ ହେବାପରେ, ଫର୍ମପୂରଣ ସମୟସୀମା ଦୁଇଦିନ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।ବୋର୍ଡର ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରୁ ସୂଚନାନୁଯାୟୀ,ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ସେମାନଙ୍କ ଛାତ୍ରଛାତ୍ରୀଙ୍କ […]
ବାସ୍ତବବ୍ୟୁରୋ:(ପୁରୀ) ଶ୍ରୀମନ୍ଦିର ଚତୁପାର୍ଶ୍ୱ ସୁରକ୍ଷା ଜୋନ୍ ଏବଂ ଐତିହ୍ୟ କରିଡର୍ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଜନ ଶୁଣାଣି ଆଜି ସକାଳ ୯ ଟାରୁ ଆରମ୍ଭ ହୋଇଛି। ନୀଳାଦ୍ରି ଭକ୍ତ ନିବାସରେ ଏହି ଜନ ଶୁଣାଣିରେ ଅଧ୍ୟକ୍ଷତା କରୁଛନ୍ତି ପୁରୀର ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ। ସୁରକ୍ଷା ଜୋନ୍ ଏବଂ ଐତିହ୍ୟ କରିଡର୍ କାରଣରୁ ବାସେଳୀ ସାହିର ୨ ଓ ୩, ମଣିକର୍ଣ୍ଣିକା ସାହିର ୪ ଓ ୯, କାଳିକାଦେବୀ […]
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ଆଜି ରାଜ୍ୟସଭାରେ ଗୃହନିର୍ମାଣ ଓ ନଗରାଞ୍ଚଳ ବ୍ୟାପାର ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତିକି, ଓଡ଼ିଶାରେ ମେଟ୍ରୋ ଟ୍ରେନ ନେର୍ଟଓ୍ଵାର୍କ ନିମନ୍ତେ ରାଜ୍ୟ ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଏପର୍ଯ୍ୟନ୍ତ ମଳିନାହିଁ |ଓଡ଼ିଶାରେ ମେଟ୍ରୋ ଟ୍ରେନ ନେଟ୍ଓ୍ଵାର୍କ ନିମନ୍ତେ କୌଣସି ଯୋଜାନ ଅଛି କି, ଏବଂ ଯଦି ଅଛି ତାହା କେବେ ଆରମ୍ଭ ହେବ ବୋଲି ରାଜ୍ୟସଭା ସାଂସଦ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଶ୍ନର ଉତ୍ତର ଦେଇ […]
ଆସନ୍ତା ୧୫ତାରିଖରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ନିରଞ୍ଜନ ପଟ୍ଟନାୟକ ପ୍ରେସମିଟ୍ରେ କହିଛନ୍ତି ଯେ, ତୈଳ ଦର ବୃଦ୍ଧି, ଆଇନଶୃଙ୍ଖଳା ଓ କୋଟିଆ ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସ ଏହି ବନ୍ଦ ଡାକରା ଦେଇଛି କଂଗ୍ରେସ । ଆସନ୍ତା ରବିବାର ମହାପ୍ରଭୁଙ୍କ ପଦ୍ମମୁଖ ବେଶ ଦର୍ଶନ । କରୋନା କଟକଣା ପାଇଁ ରବିବାର ଭକ୍ତଙ୍କ […]
ବାସ୍ତବବ୍ୟୁରୋ:ଓଡ଼ିଶା କଂଗ୍ରେସ ପକ୍ଷରୁ ଆସନ୍ତା ଫ୍ରେବୁୟାରୀ ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ୧୫ ତାରିଖ ଦିନ ସକାଳ ୭ଟାରୁ ଦିନ ୧ଟା ଯାଏଁ ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କହିଛନ୍ତିକି ଓଡ଼ିଶାର ସ୍ୱାର୍ଥ ପାଇଁ ରାଜ୍ୟବାସୀ ଏହି ବନ୍ଦକୁ ସହଯୋଗ କରନ୍ତୁ । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୮୭ […]