ବାସ୍ତବ ବ୍ୟୁରୋ: ଆସନ୍ତା ୩୦ ତାରିଖରେ କଳାହାଣ୍ଡି ଜିଲ୍ଲାରୁ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗରିବ ଲୋକଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯିବ । ଭିନ୍ନକ୍ଷମ, ବିଧବା, ଦୂରାରୋଗରେ ପୀଡିତ ଥିବା ବ୍ୟକ୍ତି ଏବଂ ସହିଦ ପରିବାର ବ୍ୟକ୍ତି, ପଦ୍ମଶ୍ରୀ ପରିବାର ବ୍ୟକ୍ତି, ବନ୍ୟା ବାତ୍ୟା ଓ ଅଗ୍ନିକାଣ୍ଡ ଘଟି ଘରପୋଡି ଥିବା ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବେ । ୫୦ ହଜାର ଲୋକଙ୍କୁ […]
ବରଗଡ଼:-୧୩.୩(ବାସ୍ତବ ଟିଭି ନବୀନ କୁମାର ଦାଶ)କଳଙ୍ଗା ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ବା ଏସ.ଟିର ମାନ୍ୟତା ଦିଆଯାଉ।କେନ୍ଦ୍ର ସରକାରଙ୍କ ନିକଟରେ ଏହି ଦାବି ରଖିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।ଓଡ଼ିଶାରେ କଳଙ୍ଗା ସମ୍ପ୍ରଦାୟକୁ ଏସଟିର ମାନ୍ୟତା ଦିଆଯାଉ ବୋଲି ଅନେକ ଦିନରୁ ଦାବି ହୋଇ ଆସୁଛି।ଯେତେବେଳେ କି ବହୁ ପୂର୍ବରୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଏହି ସମ୍ପ୍ରଦାୟଙ୍କୁ ଏସଟିରେ ସାମିଲ କରାଯାଇଛି। କଳଙ୍ଗା ସମ୍ପ୍ରଦାୟ ମୁଖ୍ୟତଃ ଜଙ୍ଗଲ ଓ ପାହାଡ଼ିଆ ଅଂଚଳରେ […]
ବାସ୍ତବ ବ୍ୟୁରୋ: ଆସନ୍ତା ୨୪ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଗସ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ନୟାଗଡ଼ କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ କରିବା ନେଇ ସୂଚନା ମଳିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥା, ଅସ୍ଥାୟୀ ହେଲିପ୍ୟାଡ ଓ ଅନ୍ୟାନ୍ୟ ବ୍ୟବସ୍ଥା ପରିଚାଳନା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ଓ ଏସପି । ସୂଚନା ଥାଉକି, ରାଷ୍ଟ୍ରପତି ୨୪ ତାରିଖ […]
ଓଡିଶା କଂଗ୍ରେସ ନେତୃବୃନ୍ଦ ସମବେଦନା ଜଣାଇବା ଦୂର କଥା, ସାମାନ୍ୟତମ ନିନ୍ଦା ମଧ୍ୟ କରିନାହାନ୍ତି ନିଜ ଅସ୍ତିତ୍ୱ ବଂଚାଇ ରଖିବା ପାଇଁ ଓଡିଶାରେ କଂଗ୍ରେସ ନେତାମାନେ ପ୍ରୟାସ ଜାରୀ ରଖି ପ୍ରତିଦିନ ଡ୍ରାମାବାଜୀ କରୁଛନ୍ତି ବାସ୍ତବବ୍ୟୁରୋ(ଭୁବନେଶ୍ୱର): ତା.୦୯/୦୩- ଗତ କାଲି ସମଗ୍ର ବିଶ୍ୱ ଯେତେବେଳେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରୁଥିଲା, ସେତେବେଳେ କଂଗ୍ରେଶ ଶାସିତ କର୍ଣ୍ଣାଟକ ପ୍ରଦେଶରୁ ଆସିଥିବା ଏକ ଦୁଖଦଃ ସମ୍ବାଦ ସମସ୍ତଙ୍କୁ ବ୍ୟଥୀତ କରିଥିଲା […]
ସୀମାନିର୍ଦ୍ଧାରଣ କରାଗଲେ ଓଡିଶାର ଲୋକସଭା ଏବଂ ବିଧାନସଭା ଆସନ ସଂଖ୍ୟା ବଢିବ ବିଜେଡି ୨୦୨୪ ବିଧାନସଭା ନିର୍ବାଚନ ହାରିବା ପରେ ଏବେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଂଟ ମୁହାଁବାସ୍ତବବ୍ୟୁରୋ(ଭୁବନେଶ୍ୱର)ତା.୧୧/୦୩: ଦେଶରେ ଇଣ୍ଡି ମେଂଟର କିଛି ରାଜନୈତିକ ଦଳ ମାନେ ଡିଲିମିଟେସନକୁ ନେଇ ଅଯଥାରେ ମିଥ୍ୟାପ୍ରଚାର କରୁଛନ୍ତି, ବିବାଦୀୟ ବୟାନ ଦେଇ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ସୀମାନିର୍ଦ୍ଧାରଣ ପ୍ରକ୍ରିୟା ଦେଶର ଗଣତନ୍ତ୍ରକୁ ସୁଦୃଢ କରିବ ।ସାରା […]
ସଂଜୟ ଶତପଥୀ(କଟକ): ସମଗ୍ର ଭାରତବର୍ଷରେ କାର୍ଯ୍ୟରତ ନିର୍ମାଣ ଶ୍ରମିକମାନଙ୍କର ଦ୍ବୀଦିବସୀୟ ସର୍ବଭାରତୀୟ ସମ୍ମିଳନୀ କର୍ଣ୍ଣାଟକର ମାଙ୍ଗାଲୋର ସହରସ୍ଥିତ ସଂଘ ନିକେତନ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ମହାସମାବେଶ ରେ ଭାରତ ର ୨୮ ଟି ରାଜ୍ୟରୁ ଅନ୍ୟୁନ ୪୦୦ ଜଣ ପ୍ରତିନିଧି ଯୋଗଦେଇଥିଲେ। ଏହି ମହାସମାବେଶ ରେ ଭାରତୀୟ ମଜଦୂର ସଂଘ ର ସର୍ବଭାରତୀୟ ସଭାପତି ଶ୍ରୀ ହିରଣ୍ମୟ ପାଣ୍ଡିଆ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି […]
ବାସ୍ତବ ବ୍ୟୁରୋ: ପାକିସ୍ତାନରେ ଏକ ଯାତ୍ରୀବାହୀ ଏକ୍ସପ୍ରେସକୁ ଅପହରଣ କରି ନେଇଛନ୍ତି ବେଲୁଚିସ୍ତାନ ମୁକ୍ତି ବାହିନୀ (ବିଏଲଏ)ର ସଶସ୍ତ୍ର ବିଦ୍ରୋହୀମାନେ । ଟ୍ରେନଟି କ୍ବେଟାରୁ ପେଶାଓ୍ବର ଯାଉଥିଲା ଓ ଏଥିରେ ପ୍ରାୟ ୪୦୦ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରେ ୧୦୦ରୁ ଅଧିକ ସେନା ଅଧିକାରୀ ଓ ଯବାନ ଥିବା କୁହାଯାଉଛି । ଟ୍ରେନକୁ ଅପହରଣ କରିନେବା ପରେ ଆତଙ୍କବାଦୀମାନେ ସେଥିରେ ଥିବା ୬ ସେନା ଅଧିକାରୀଙ୍କୁ ମାରିଦେଇଛନ୍ତି । ବିଏଲଏ […]
ବାସ୍ତବ ବ୍ୟୁରୋ: ଜଷ୍ଟିନ୍ ଟ୍ରୁଡୋଙ୍କ ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେବାପରେ ମାର୍କ କାର୍ନି କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ରବିବାର ଦିନ ଶାସକ ଲିବରାଲ ପାର୍ଟି ମାର୍କ କାର୍ନିଙ୍କୁ ଏହାର ନେତା ଭାବରେ ନିର୍ବାଚିତ କରିଛି । କାର୍ନି ୮୬ ପ୍ରତିଶତ ସଦସ୍ୟଙ୍କ ଭୋଟ ଜିତିଥିଲେ । ସୂଚନା ଥାଉକି, ୫୯ ବର୍ଷୀୟ କାର୍ନି ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ସ୍ଥାନ ନେବେ । ଯିଏ ଜାନୁଆରୀରେ ଇସ୍ତଫା ଘୋଷଣା […]
ବାସ୍ତବ ବ୍ୟୁରୋ: ଆଜି ଭୋର ୪ ଟା ବେଳେ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପରଲୋକ ହୋଇଯାଇଛି। ଏନେଇ ସୂଚନା ଦେଇଛନ୍ତି ପୁତ୍ର ଅଭିଜିତ ଦାସ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଅନନ୍ତ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ। ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ତାଙ୍କର ପରଲୋକ ହୋଇଛି। ପୂର୍ବତନ […]
ବାସ୍ତବ ବ୍ୟୁରୋ : ମହିଳା ଦିବସରେ ୧ କୋଟି ୬୩ ହଜାର ମହିଳାଙ୍କ ବ୍ୟାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା । ବ୍ରହ୍ମପୁର ସମାବେଶରେ ସୁଭଦ୍ରାର ୨ୟ କିସ୍ତି ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସଭାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ, ପ୍ରଭାତୀ ପରିଡ଼ାଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକମାନେ ଉପସ୍ଥିତ ରହିଥିଲେ । ସୁଭଦ୍ରା ଯୋଜନା ପାଇଁ ୧ କୋଟି ୮ ଲକ୍ଷ […]


