ରାଜ୍ୟ ସଭାପତି ପଦରେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ମନମୋହନ ସାମଲ ସମସ୍ତ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନାମାଙ୍କନ ଦାଖଲ କଲେ ଆଜି ସଭାପତିଙ୍କ ନାମ ଘୋଷଣା…. ଭୁବନେଶ୍ୱର(ନି.ପ୍ର):ବିଜେପି ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ.କେ.ଲକ୍ଷ୍ମଣଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ରାଜ୍ୟ ସଭାପତି ପଦରେ ଏକମାତ୍ର ପ୍ରାର୍ଥୀଭାବେ ଶ୍ରୀ ମନମୋହନ ସାମଲ […]
ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ ଓ ୮ରେ ଚୂଡ଼ାନ୍ତ ଫଳାଫଳ ଘୋଷଣା: ଡ.ଯତୀନ ମହାନ୍ତି ଚୂଡ଼ାନ୍ତ ମତାଦାତାଙ୍କ ସୂଚୀ ପ୍ରକାଶ ନାମାଙ୍କନ ପତ୍ର ଦାଖଲ ଆସନ୍ତା କାଲି ମଧ୍ୟାହ୍ନ ୧୨.୩୦ରୁ ଆରମ୍ଭ ହୋଇ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ହେବ ଏବଂ ନାମାଙ୍କନ ସମ୍ପର୍କିତ ଆପତି ଅଭିଯୋଗର ଯାଂଚ କରାଯାଇ ଅପରାହ୍ନ ୪.୩୦ସୁଦ୍ଧା ଅନ୍ତିମ ସୂଚୀ ପ୍ରକାଶ କରାଯିବ ଭୁବନେଶ୍ୱର(ନି.ପ୍ର)୦୬/୦୭: ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ.କେ.ଲକ୍ଷ୍ମଣଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟ […]
୧୦୮ ଆମ୍ବୁଲାନ୍ସ ଅବ୍ୟବସ୍ଥା ଯୋଗୁଁ ଯୁବକଙ୍କ ମୃତୁ୍ୟ ଘଟଣାସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାରଙ୍କ ଅପରାଧିକଅବହେଳା: ବିଜେଡି।ଆମ୍ବୁଲାନ୍ସ ପରିଚାଳନାରେ ସ୍ୱାସ୍ଥ୍ୟ ବିଭାଗର ଚରମ ଦାୟିତ୍ୱହୀନତା ଜୀବନର ମୂଲ୍ୟ ୪ ଲକ୍ଷ ଟଙ୍କା ନୁହେଁ।ପ୍ରଚାର ଓ ଉତ୍ସବରେ ନ ମାତି ଜୀବନର ମୂଲ୍ୟ ବୁଝନ୍ତୁ ସରକାର।ଭୁବନେଶ୍ୱର(ନି.ପ୍ର)୦୬/୦୭/: ୧୦୮ ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ଚରମ ଅବ୍ୟବସ୍ଥା ଲାଗି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇତପୁର ଗ୍ରାମର ଶଙ୍କର ମହାରଣା ନାମକ ଏକ ଯୁବକର ମୃତୁ୍ୟ […]
ବାସ୍ତବ ବ୍ୟୁରୋ: ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରଥାରୁଢ଼ ଚତୁର୍ଦ୍ଧାମୂରତି । ମହଣ ମହଣ ସୁନାରେ ସୁଶୋଭିତ ହୋଇଛନ୍ତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶକୁ ରାଜାଧିରାଜ ବେଶ ବା ରାଜା ବେଶ ଓ ରାଜରାଜେଶ୍ବର ବେଶ ବୋଲି ମଧ୍ୟ କୁହାଯାଏ । ମହାପ୍ରଭୁଙ୍କ ସୁନା ବେଶ ଦେଖିବା ପାଇଁ ରବିବାର ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଲାଗି ରହିଛି। ରାତ୍ର ୧୧ଟା ପର୍ଯ୍ୟନ୍ତ ଭକ୍ତ ମାନେ ମହାପ୍ରଭୁଙ୍କ ସୁନାବେଶ […]
ସ୍ୱଳ୍ପ ସମୟ ଅବଧିରେ ଲମ୍ବା ସଂଘର୍ଷର ଯାତ୍ରା ଅତିକ୍ରମ କରିଥିଲେ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ : ମନମୋହନ ସାମଲ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜେପି ନେତୃବୃନ୍ଦ। ଭୁବନେଶ୍ୱର(ନି.ପ୍ର)୦୬/୦୭: ଭାରତୀୟ ଜନସଂଘର ପ୍ରତିଷ୍ଠାତା ସ୍ୱର୍ଗତଃ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ଦୂରଦ୍ରଷ୍ଟା ରାଜନେତା ଥିଲେ ।ଦେଶର ସାମଗ୍ରିକ ବିକାଶ, ଅର୍ଥନୀତି ବିକାଶ, ସାମାଜିକ ନୀତି ଏବଂ ଦେଶର ରାଷ୍ଟ୍ରୀୟ ସୁରକ୍ଷା ନୀତି କିଭଳି […]
ବାସ୍ତବ ବ୍ୟୁରୋ: ଶନିବାର ଦିନ ଜାମ୍ମୁ ଓ କାଶ୍ମୀରର ରାମବାନ ଜିଲ୍ଲାରେ ପାଞ୍ଚଟି ବସ୍ ମଧ୍ୟରେ ଧକ୍କା ହେବାରୁ ବିଭିନ୍ନ ରାଜ୍ୟରୁ ଆସିଥିବା ଅତି କମରେ ୩୬ ଜଣ ଅମରନାଥ ଯାତ୍ରୀ ଆହତ ହୋଇଛନ୍ତି। ରାମବନ ଡେପୁଟି କମିଶନର ଏ ନେଇ ଏକ ଟ୍ୱିଟ୍ କରିଛନ୍ତି। ବସ୍ର ବ୍ରେକ୍ ଫେଲ୍ ହୋଇଯିବାରୁ ସକାଳ ପ୍ରାୟ ୮ଟା ସମୟରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ କଡ଼ରେ ଚନ୍ଦରକୋଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। […]
ନୀଳଗିରି ହାତୀ ହତ୍ୟା ଓ ଦାନ୍ତ ଲୁଟ ଘଟଣାବିଧାୟକ ସନ୍ତୋଷ ଖଟୁଆଙ୍କୁ ସରକାର ଘଣ୍ଟ ଘୋଡାଉଛନ୍ତି: ବିଜେଡି।ତିନି ଜଣ ମୁଖ୍ୟ ଅଭିଯୁକ୍ତ ବିଧାୟକଙ୍କ ଫାର୍ମ ହାଉସରୁ ଗିରଫବିଧାୟକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଶୂନ।ଏହି ଘଟଣାରେ, ବିଧାୟକଙ୍କୁ ତୁରନ୍ତ ଗିରଫ କରାଯାଉ।ଭୁବନେଶ୍ବର(ନି.ପ୍ର): ଗତ ଜୁନ ୧୫ ତାରିଖରେ ନୀଳଗିରି ଅଞ୍ଚଳରେ ଘଟିଥିବା ଏକ ଦନ୍ତା ହାତୀର ହତ୍ୟା ଓ ଏହାର ଦାନ୍ତ ଲୁଟ ଘଟଣାରେ ସ୍ଥାନୀୟ ଜଙ୍ଗଲ ଅଧିକାରୀଙ୍କ ଦ୍ୱାରା ପାଞ୍ଚଜଣଙ୍କୁ ଗିରଫ […]
ସଂଜୟ ଶତପଥୀ(କଟକ)୨।୭ : ଭକ୍ତିରେ ବନ୍ଧା, ଭାବରେ ଛନ୍ଦା । ତାଙ୍କରି ଯାତ୍ରାକୁ ନେଇ ମହାନଦୀବିହାରସ୍ଥିତ ମଙ୍ଗଳାମନ୍ଦିର ଛକରେ ଆୟୋଜିତ ହେଉଅଛି ଶ୍ରୀଗୁଣ୍ଡିଚା ମହୋତ୍ସବ – ୨୦୨୫ । ମହୋତ୍ସବ କମିଟିର ଆବାହକ ସଞ୍ଜୟ ଜେନା ଓ ହିମାଂଶୁ ଷଡ଼ଙ୍ଗୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ଷଷ୍ଠ ସନ୍ଧ୍ୟାରେ,ଉଦଘାଟକ ଭାବେ କଟକ ଡିସିପି ରିଷିକେଶ ଖିଲାର ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ବିଜେପିର ବରିଷ୍ଠ ନେତା ନୟନ କିଶୋର ମହାନ୍ତି, […]
ରଥଯାତ୍ରା ଅବ୍ୟବସ୍ଥା ଓ ବିଏମସିରେ ଗୁଣ୍ଡାରାଜ ଘଟଣା ସାରା ଦେଶରେ ରାଜ୍ୟକୁ ନିନ୍ଦିତ କରିଛି।ବିଏମସି ଘଟଣାରେ ଜଗନ୍ନାଥ ପ୍ରଧାନଙ୍କୁ ତୁରନ୍ତ ଗିରଫ କରାଯାଉ।ଭୁବନେଶ୍ୱର(ନି.ପ୍ର)୦୨/୦୭: ବିଏମସିର ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ନହେବା ଓ ପୁରୀରେ ରଥଯାତ୍ରାକୁ ନେଇ ବ୍ୟାପକ ଅବ୍ୟବସ୍ଥା ପରେ, ଆଇନ ମନ୍ତ୍ରୀଙ୍କ ଭୂମିକାକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଏହି ଦୁଇ ଘଟଣା ସାରା ଦେଶରେ […]
ବରଗଡ଼(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁମେଲ୍ ସିଂହା ୫୪ନଂ ରାଜ୍ୟ ରାଜପଥ କଡ ସ୍ଥିତ ସାଇ କଲ୍ୟାଣ ମଣ୍ଡପ ଠାରେ ଭିମ ଆର୍ମୀ ଗୋଡଭଗା ଜୋନ୍ ର ସମସ୍ତ କର୍ମକର୍ତ୍ତା ଙ୍କ ମିଳିତ ଉଦ୍ୟମରେ ଜୋନ୍ ର ସଭାପତି ଟିଙ୍କୁ ଉଗର ଙ୍କ ଜନ୍ମ ଦିବସ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେଇ ଥିଲା। ଏଥିରେ ଭିମ ଆର୍ମୀ ଗୋଡଭଗା ଜୋନ୍ ର […]


