ବରଗଡ଼/ଭଟଲି୦୫/୦୯(ନବୀନ କୁମାର ଦାଶ): ଭଟଲି ନିକଟସ୍ଥ ରାୟଶୋଭା ସେବାଶ୍ରମ ଓ ରାୟଶୋଭା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ୨୦୨୫ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କମଳ ଲୋଚନ ପଟେଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ବରଗଡ଼ ଜିଲ୍ଲାର ବିଶିଷ୍ଟ ସମାଜସେବୀ ସଂଘମିତ୍ରା ପଟେଲ ଯୋଗଦେଇ ସମାଜରେ ଗୁରୁ ମାନଙ୍କ ମହତ୍ବ କୁ ପ୍ରତି ପାଦନ କରିଥିଲେ।ସେବାଶ୍ରମ ର ପ୍ରଧାନ ସେବିକା ଡକ୍ଟର […]

ବରଗଡ଼/ଭଟଲି୦୫/୦୯(ନବୀନ କୁମାର ଦାଶ): ବରଗଡ଼ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ ରାୟ ଶୋଭା ଗ୍ରାମରେ ସପ୍ତାହ ବ୍ୟାପି ଚାଲିଥିବା ୮୦ ତମ ଶ୍ରୀମଦ୍ଭାଗ ବଦ୍ ପାରାୟଣ ଉତ୍ସବରେ ବରଗଡ ଜିଲ୍ଲାର ବିଶିଷ୍ଟ ସମାଜସେବୀ ସଂଘମିତ୍ରା ପଟେଲ ଯୋଗଦେଇ ଭଗବତ୍ କୃପା ଲାଭ କରିଥିଲେ। ମହିଳା ଭକ୍ତଙ୍କ ସହ ନାମ ସଙ୍କିର୍ତ୍ତନ୍ୟ ରେ ଯୋଗଦାନ କରି ଭଗବାନଙ୍କ ଆଶିର୍ବାଦ ପୂର୍ବକ ସମାଜ ସେବା ରେ ସମସ୍ତଙ୍କୁ ବ୍ରତୀହେବାର କାମନା କରିଥିଲେ।

ବାସ୍ତବ ବ୍ୟୁରୋ: ଏବେ ୟୁପିଆଇ ମଧ୍ୟମରେ ଦୈନିକ ସର୍ବାଧିକ ୧ ଲକ୍ଷ ଟଙ୍କା ପଠା ହୋଇପାରୁଛି । କିନ୍ତୁ ଏବେ ୧୫ ସେପ୍ଟେମ୍ବର, ୨୦୨୫ ଠାରୁ, କିଛି ନିର୍ଦ୍ଦିଷ୍ଟ ନେଣଦେଣ ପାଇଁ ଏହି ସୀମାକୁ ଯଥେଷ୍ଟ ବୃଦ୍ଧି କରାଯାଇଛି। ୟୁପିଆଇ ବ୍ୟବସ୍ଥାର ପରିଚାଳନା କରୁଥିବା ଏନପିସିଆଇ ଏହି ପରିବର୍ତ୍ତନ ଘୋଷଣା କରିଛି ।   ନୂଆ ନିୟମ ଦ୍ବାରା  ଟିକସ ଦେବା, ବୀମା ପ୍ରିମିୟମ ଦେବା, ଋଣ ଇଏମଆଇ ଦେବା, […]

ବ୍ରହ୍ମପୁର୦୩.୦୯.୨୫: ଉତ୍କଳରେ ଯେତେ ଥର ମୋଗଲ ଗୋଳ ହୋଇଛି, ଓଡ଼ିଶାର ଆରାଧ୍ୟ ଦେବତାଙ୍କୁ ତତ୍କାଳୀନ ଗଜପତି ମହାରାଜା ଗଣ ନିଜର ଶକ୍ତି ସାମର୍ଥ ପ୍ରଦର୍ଶନ କରି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସୁରକ୍ଷିତ ରଖିଛନ୍ତି। ରାଜା ରାମଚନ୍ଦ୍ର ଦେଓ କିଭଳି ତକିଖାଁ କବଳରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଚିଲିକାର ଗୁରୁବାଇ ଦୀପକୁ ଆଣି ପୁଣି ଠାକୁର ମାନଙ୍କୁ ରତ୍ନ ସିଂହାସନରେ ଅବସ୍ଥାନ କରାଇଥିଲେ ଓ ଗୁମଟରେ ବଡ଼ ଠାକୁରଙ୍କୁ ବିଜେ କରାଇ ସର୍ବଧର୍ମର ସମନ୍ନୟ […]

ବରଗଡ଼୦୨/୦୯(ନବୀନ କୁମାର ଦାଶ):ବରଗଡ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ପରିସର ରେ ସ୍ବେଛାସେବୀ ଜନକଲ୍ୟାଣ ସଂଗଠନ-ଓଡିଶା ଜନତା ସଂଘର୍ଷ ସମିତି,ବରଗଡ଼ ପକ୍ଷରୁ ୨ୟ ବର୍ଷ “ନୂଆଁଖାଇ ଭେଟଘାଟ” ଆୟୋଜିତ ହୋଇ ଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମିତିର ବରିଷ୍ଠ ସଭ୍ୟ କାମ ଦେବ ବେହେରା ସ୍ୱାଗତ ସଂଗୀତ ଗାନ କରିଥିଲେ।ସଭାପତି କିଶୋର ଚନ୍ଦ୍ର ସାହୁ ଙ୍କ ଆବାହକ ଏବଂ ଉପସଭାପତି ଅଭୟ କୁମାର ପଧାନ,ସମ୍ପାଦକ ମେଘନାଦ ସାହୁ ଏବଂ ସହ- ସମ୍ପାଦକ ନେପାଳ […]

ବରଗଡ଼୦୨/୦୯(ନବୀନ କୁମାର ଦାଶ):ଜନଜାତି ବ୍ୟାପାର ମନ୍ତ୍ରଣାଳୟ ତଥା ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ ତୃଣମୂଳ ସ୍ତରୀୟ ଜନଜାତି ନେତୃତ୍ୱ କାର୍ଯ୍ୟକ୍ରମ ଆଦି କର୍ମ ଯୋଗୀ ଅଭିଯାନର ଜିଲ୍ଲା ସ୍ତରୀୟ ଅବଲୋକନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସେବା (ସେବା),ସଂକଳ୍ପ (ସମାଧାନ) ଏବଂ ସମର୍ପଣ (ଉତ୍ସର୍ଗ) ଉପରେ ଗୁରୁତ୍ୱାରୋପ କରେ, ଯାହା “ସବକା ସାଥ, ସବକା ବିକାଶ, […]

ବରଗଡ଼୦୧/୦୮(ନବୀନ କୁମାର ଦାଶ):ଡ୍ରାଇଭର ଦିବସ ତଥା କୃଷି ଭିତ୍ତିକ ମହାନ୍ ଗଣ ପର୍ବ ନୂଆଁ ଖାଇ ଅବସର ରେ ବରଗଡ଼ ଜିଲ୍ଲା ସୋହେଲା ନିୟନ୍ତ୍ରିତ ବଜାର ଠାରେ ଓଡିଶା ଡ୍ରାଇଭର ମହାସଂଘ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟ ରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଇରାଶିସ ଆଚାର୍ଯ୍ୟ ଭଟଲି ବିଧାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ […]

ବାସ୍ତବ ବ୍ୟୁରୋ: ରବିବାର ଅଗଷ୍ଟ ୩୧ ତାରିଖ ବିଳମ୍ବିତ ରାତିରେ ଆଫଗାନିସ୍ତାନରେ ଘଟିଯାଇଥିବା ଧ୍ୱଂସକାରୀ ଭୂକମ୍ପ ଯୋଗୁଁ ଗଲାଣି ୮୦୦ରୁ ଉର୍ଦ୍ଧ୍ବ ଜୀବନ । ପୂର୍ବ ଆଫଗାନିସ୍ତାନରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ଥିଲା ବୋଲି କୁହାଯାଉଛି।  ତାଲିବାନ ସରକାରଙ୍କ ଜଣେ ମୁଖପାତ୍ରଙ୍କ ଅନୁଯାୟୀ, ଏହି ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୮୦୦ ରୁ ଅଧିକ ହୋଇଛି। ଏହା ବ୍ୟତୀତ ହଜାର ହଜାର ଲୋକ ଆହତ […]

କେନ୍ଦ୍ରାପଡ଼ା(ରାକେଶ ମହାନ୍ତି) ୩୧/୦୮: କେନ୍ଦ୍ରାପଡ଼ା ପୌରପାଳିକା ତରଫରୁ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ୨୦୨୫ ପାଳିତ ହୋଇଯାଇଛି । ସ୍ଥାନୀୟ ପୌରପାଳିକା ଟାଉନ ହଲଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇଥିଲେ ।ମାନ୍ୟବର ବିଧାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ରାଜ୍ୟର ସର୍ବପୁରାତନ ପୌର ପରିଷଦ କେନ୍ଦ୍ରାପଡ଼ାକୁ ଗୋଟିଏ ଆଦର୍ଶ ପୌରପାଳିକା ଗଠନ କରିବାକୁ ହେଲେ ସମସ୍ତଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି […]

ବରଗଡ଼୨୯/୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଥାନା ଗୋଡଭଗା ଫାଣ୍ଡି ଅନ୍ତର୍ଗତ ଲହଣ୍ଡା ପଞ୍ଚାୟତ ସିଲେଟ ରେ ବେନିୟମ ଭାବେ ଘୁଦୁଘୁଡୁ ପଟି ଖେଳ ଚାଲିଥିବା ବେଳେ ପୋଲିସ ର ଅବହେଳା ତଥା ଅପାରଗତା ସାମ୍ନାକୁ ଆସିଛି। ବରଗଡ଼ ଏବେ ଚୋର,ଡକାୟତ ତଥା ନିଶାର ଗଡ ଭାବେ ବେଶ୍ ପରିଚିତ ଥିବା ବେଳେ ନିଇତି ନିଶାଡି ମାନଙ୍କ ଦ୍ଵାରା ଛୋଟ ମୋଟ ଘଟଣା ଦୁର୍ଘଟଣା ର ଲୋକେ ଶିକାର ହୋଇ […]

Pin It on Pinterest