ବାସ୍ତବ ବ୍ୟୁରୋ: ପାଣିପାଗ ବିଭାଗର ସୂଚନା, ବଙ୍ଗୋପସାଗରରେ ଘନୀଭୂତ ହେବ ଲଘୁଚାପ। ଆଗାମୀ ୧୨ ଘଣ୍ଟାରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି।   ଗତକାଲିର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସାମାନ୍ୟ ଉତ୍ତର ଆଡ଼କୁ ଗତି କରିଛି। ଏହା ଆଜି ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି। ଏହା ଆହୁରି ଅଧିକ ଘନୀଭୂତ ହୋଇ ୧୨ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ […]

ସଂଜୟ ଶତପଥୀ(କଟକ): ରାଜ୍ୟର ପ୍ରଗତି ପାଇଁ ସବୁଠାରୁ ମହତ୍ଵପୂର୍ଣ୍ଣ ଭୂମିକା ରାଜ୍ୟର ପୋଲିସ ବଳ ତୁଲାଇଥାନ୍ତି। ଏହି ପୋଲିସ ବିଭାଗରେ କନଷ୍ଟେବଳ ଏବଂ ସିପାହୀମାନେ ସବୁଠାରୁ ଗୁରୁ ଦାୟିତ୍ଵ ତୁଲାଉଛନ୍ତି । କନଷ୍ଟେବଳ ଏବଂ ସିପାହୀମାନେ ପୋଲିସ ବିଭାଗର ମେରୁଦଣ୍ଡ ସଦୃଶ ବୋଲି ମହାସଂଘର ବାର୍ଷିକ ଉତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି । ଖରା, ବର୍ଷା, ଶୀତ କାକରକୁ ଭୃକ୍ଷେପ ନକରି […]

ବାସ୍ତବବ୍ୟୁରୋ: ନିଶା କବଳରେ ଯୁବପୀଢି। ନଷ୍ଟ ହେଉଛି ଭବିଷ୍ୟତ। ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। କୋର୍ଟ କହିଛନ୍ତି ନିଶାରେ ବୁଡିବା ଅର୍ଥ କୁଲ୍ ନୁହେଁ। ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବା ଦରକାର। ଏଥିପାଇଁ ଅବିଭାବକ, ସମାଜ ଓ ସରକାରୀ ଏଜେନ୍ସିକୁ ଚେଷ୍ଟା କରିବା ଉଚିତ। ଯୁବପୀଢିଙ୍କୁ ଏଥିରୁ ବାହାର କରିବା ଦରକାର। ନଚେତ ପରିଣାମ ଖୁବ୍ ଭୟଙ୍କର ହୋଇପାରେ। କୋର୍ଟ କହିଛନ୍ତି ନିଶାରେ ବୁଡିବା […]

ସଂଜୟ ଶତପଥୀ(କଟକ): କଟକ ସଦର ୪୨ ମୌଜାସ୍ଥିତ ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠର ୪୪ତମ ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ସୁଲୋଚନା ଦାଶ ଙ୍କ ସଭାପତିତ୍ୱ ରେ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଭାବେ ପ୍ରଫେସର ଡ଼ଃ. ଏସ. କେ. କଲ୍ଲୀମୁଲାହ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଜୀବନରେ କ୍ରୀଡା ର ମହତ୍ତ୍ୱ ସମ୍ବନ୍ଧରେ ବୁଝାଇ ପ୍ରେରଣା ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ […]

ସଂଜୟ ଶତପଥୀ(କଟକ): ହିନ୍ଦୁ ଧର୍ମର ସମସ୍ତ ପର୍ବ ମଧ୍ୟରୁ “ଧନୁ ସଂକ୍ରାନ୍ତି” ଏକ ଶ୍ରେଷ୍ଠ ପର୍ବ ର ମାନ୍ୟତା ବହନ କରିଛି। ଏହି ପବିତ୍ର ଦିନ ରେ ବିଶ୍ଵନିୟନ୍ତା ଶ୍ରୀକ୍ଷେତ୍ର ଅଧୀଶ୍ଵର ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପହିଲି ଭୋଗ ଭାବେ ଧନୁମୁଆଁ ଲାଗି କରାଯାଏ। ଓଡ଼ିଶା ର ପ୍ରତ୍ୟେକ ପୁରପଲ୍ଲୀରେ ଏହି ଧନୁ ସଂକ୍ରାନ୍ତି ଘରେ ଘରେ ପାଳନ ହେଉଥିବା ବେଳେ ଏହାର ମହତ୍ତ୍ଵ ଓ ତତ୍ତ୍ୱ […]

ସଂଜୟ ଶତପଥୀ(କଟକ):ଆଜି କଟକ ର ଓ.ଏମ୍.ପି ଛକ ସ୍ଥିତ ୬ଷ୍ଠ ସଶସ୍ତ୍ର ଆରକ୍ଷୀ ସୁରକ୍ଷା ବଳ, କାର୍ଯ୍ୟାଳୟ ପରିସରରେ ଥିବା ପଡ଼ିଆ ରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ବିଗତ ଦିନରେ ଅନୁଷ୍ଠିତ ହୋଇଯାଇଥିବା ଓଡ଼ିଶା ପୋଲିସ୍ ହାବିଲଦାର, ସିପାହୀ ଓ କନେଷ୍ଟବଳ ମହାସଂଘ ର ନିର୍ବାଚନରେ ବିଜୟୀ କର୍ମକର୍ତ୍ତାମାନଙ୍କର ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଗତ ୫ ବର୍ଷ ଧରି ଏହି ମହାସଂଘ ର ନିର୍ବାଚନ ଅନିର୍ବାଯ୍ଯ […]

ବାସ୍ତବ ବ୍ୟୁରୋ: ପରଲୋକରେ ଭାରତୀୟ ସଂଗୀତ ଜଗତର କିମ୍ବଦନ୍ତୀ ତବଲା ବାଦକ ପଦ୍ମଶ୍ରୀ ଉସ୍ତାଦ ଜାକିର ହୁସେନ। ସେ ହୃଦରୋଗ ଜନିତ ସମସ୍ୟା ନେଇ ଆମେରିକାର ସାନ୍‌ ଫ୍ରାନ୍ସସିସ୍‌କୋ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଗତ ସପ୍ତାହେ ହେଲା ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।  ୭୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୨୦୨୩ ମସିହାରେ ସଙ୍ଗୀତ ଜଗତରେ ତାଙ୍କର ଅତୁଳନୀୟ […]

ବରଗଡ଼-୧୬/୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସର୍ବ ପୁରାତନ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଲରମ୍ଭା ଉଚ୍ଚ ବିଦ୍ୟାଳୟ ୧୯୯୦ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ସମାରୋହ ଧୁମଧାମରେ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗୁରୁ ଶିଷ୍ୟ ପରମ୍ପରା କୁ ବଜାୟ ରଖି ପାରମ୍ପରିକ ରୀତିନୀତି ରେ ଛାତ୍ରଛାତ୍ରୀ ମାନେ ଗୁରୁ ମାନଙ୍କ ପାଦ ଧୌତ ପୁର୍ବକ ଫୁଲ,ଚନ୍ଦନ ଓ ଉପ ଢୌକନ ଦେଇ […]

ବାସ୍ତବ ବ୍ୟୁରୋ: ଆଜି (ରବିବାର) ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାବିସଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ବିଜେପି, ଶିବସେନା ଓ ଏନସିପି ମନ୍ତ୍ରୀମାନେ ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାରଙ୍କ ଉପସ୍ଥିତିରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଥିଲେ ।  ନାଗପୁରରେ ଏହି ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ସୂଚନାନୁଯାୟୀ, ଏହି ମନ୍ତ୍ରୀ ପରିଷଦର କାର୍ଯ୍ୟକାଳ ମାତ୍ର ଅଢ଼େଇ ବର୍ଷ ହେବ। ମନ୍ତ୍ରୀ […]

ସଂଜୟ ଶତପଥୀ(କଟକ): କଟକର ବାଣୀ ପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ଓଡ଼ିଶା ର ବିଶିଷ୍ଟ ଓଡିଆ ଅନୁଷ୍ଠାନ ନିହାରୀକା ସ୍ମୃତି ନ୍ୟାସ,ଝାଞ୍ଜିରୀମଙ୍ଗଳା ପକ୍ଷରୁ ଓଡ଼ିଆ ଭାଷାର ଶ୍ରେଷ୍ଠ ପୃଫ୍-ସଂଶୋଧକ ଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ଡଃ ସଙ୍କର୍ଷଣ ମିଶ୍ର ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟ ର ପ୍ରାକ୍ତନ ବିଚାରପତି ଜଷ୍ଟିସ ଡଃ […]

Pin It on Pinterest