ବାସ୍ତବ ବ୍ୟୁରୋ:ମହିଳାଙ୍କ ଡ୍ରେସ କୋଡକୁ ନେଇ ଇରାନର ସଂସଦ ଏକ ନୂତନ ନିୟମ ପ୍ରଣୟନ କରିଛି। ଏହା ଅଧୀନରେ ଯଦି ମହିଳାମାନେ ହିଜାବ ପିନ୍ଧନ୍ତି ନାହିଁ, ତେବେ ତାଙ୍କୁ ୪୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ। ଇରାନର ସାଂସଦ ହୁସେନି ଜଲାଲୀ ଏହି ସୂଚନା ଦେଇଛନ୍ତି। ଜଲାଲୀ କହିଛନ୍ତି ଯେ ଜରିମାନା ବ୍ୟତୀତ ଯଦି ମହିଳାମାନେ ନୂଆ ଡ୍ରେସ କୋଡ ପାଳନ ନକରନ୍ତି, ତେବେ ସେମାନଙ୍କ ପାସପୋର୍ଟ […]
ଦେଶ ଓ ବିଦେଶ
ବାସ୍ତବ ବ୍ୟୁରୋ :ମଙ୍ଗଳବାର ଦିନ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ କେରଳର ଏକ ଘାଟିରେ ଖସିପଡି ୬୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପୋଲିସର ସୂଚନାନୁସାରେ, ଭକ୍ତମାନେ ତାମିଲନାଡୁର ସାବରିମାଲା ମନ୍ଦିରରୁ ପ୍ରଭୁ ଆୟାପ୍ପାଙ୍କୁ ଦର୍ଶନ କରି ଫେରୁଥିଲେ। ଏହି ବସ୍ କେରଳର ପଠାନମିତ୍ର ଜିଲ୍ଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣାର କାରଣ ଜଣାପଡିନାହିଁ। ପୋଲିସ କହିଛି […]
ବାସ୍ତବ ବ୍ୟୁରୋ:କେନ୍ଦ୍ର ସରକାର ପାନ୍-ଆଧାରକୁ ସଂଯୋଗ କରିବାର ସମୟସୀମାକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ରିଲିଜ୍ ଅନୁଯାୟୀ, ପାନ୍ କୁ ଆଧାର ସହିତ ସଂଯୋଗ କରିବାର ସମୟ ସୀମା ମାର୍ଚ୍ଚ ୩୧ ରୁ ଜୁନ୍ ୩୦ , ୨୦୨୩ କୁ ବୃଦ୍ଧି କରାଯାଇଛି। ଆଧାର-ପାନ୍ ଲିଙ୍କ୍ ପାଇଁ ସମୟ ସୀମା ଅତୀତରେ ଅନେକ ଥର ବୃଦ୍ଧି କରାଯାଇଛି । ମାର୍ଚ୍ଚ […]
ବାସ୍ତବ ବ୍ୟୁରୋ: ଏମପି ପଦ ଯିବା ପରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଏକ ଝଟ୍କା। ରାହୁଲ ଗାନ୍ଧୀଙ୍କୁ ନିଜର ସରକାରୀ ବଙ୍ଗଳା ଛାଡ଼ିବାକୁ ନୋଟିସ୍। ଏକ ମାସ ମଧ୍ୟରେ ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ପଡିବ। ସୋମବାର ଏଥିପାଇଁ ଲୋକ ସଭାର ଗୃହ କମିଟି ଏକ ବିଜ୍ଞପ୍ତି ଜାରି କରିଛି। ବର୍ତ୍ତମାନ ରାହୁଲ ଦିଲ୍ଲୀର ୧୨ତୁଗଲକ ଲେନ୍ ସ୍ଥିତ ସରକାରୀ ବଙ୍ଗଳାରେ ରହୁଛନ୍ତି। ୨୦୦୪ରୁ […]
ବାସ୍ତବ ବ୍ୟୁରୋ: ୮୭ ବର୍ଷୀୟ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଚୀନ୍କୁ ଦେଇଛନ୍ତି ଏକ ବଡ଼ ଝଟକା । ସେ ଆମେରିକାରେ ଜନ୍ମିତ ଏକ ୮ ବର୍ଷର ମୋଙ୍ଗୋଲିଆ ଶିଶୁକୁ ତିବ୍ଦତୀୟ ବୌଦ୍ଧ ଧର୍ମର ତୃତୀୟ ସର୍ବୋଚ୍ଚ ଧର୍ମଗୁରୁ ବନେଇ ଦେଇଛନ୍ତି। ଉକ୍ତ ପିଲାଟି ଯାଆଁଳା ପିଲାମାନଙ୍କ ମଧ୍ୟରୁ ଜଣେ। ଦଲାଇ ଲାମା ଏହି ଶିଶୁକୁ ଦଶମ ଖଲଖା ଜେଟସନ୍ ଧମ୍ପା ରିନ୍ପୋଚେଙ୍କ ପୁନର୍ଜନ୍ମ ବୋଲି କହିଛନ୍ତି। ନୂତନ ଧର୍ମଗୁରୁଙ୍କୁ […]
ବାସ୍ତବ ବ୍ୟୁରୋ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାନୁଯାୟୀ ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧,୮୯୦ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯,୦୦୦ରୁ ଯଥେଷ୍ଟ ଅଧିକ । ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୨୮ ତାରିଖ ଦିନ ଦେଶରେ ଦୈନିକ କୋଭିଡ୍ ସଂକ୍ରମଣ ୨,୨୦୮ ହୋଇଥିବା ରେକର୍ଡ କରାଯାଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଆଜି (ରବିବାର) ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା […]
ବାସ୍ତବ ବ୍ୟୁରୋ: ଦେଶରେ ଧୀରେଧୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜି(ଶନିବାର) କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ନୂଆ ଗାଇଡଲାଇନ ସମ୍ପର୍କରେ ଅବଗତ କରାଇଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ର, ଗୁଜୁରାଟ, କେରଳ, ଦିଲ୍ଲୀ ଏବଂ କର୍ଣ୍ଣାଟକରେ ସର୍ବାଧିକ ସଂଖ୍ୟକ ମାମଲା ରୁଜୁ ହୋଇଛି। କରୋନାର ଶେଷ ଦୁଇଟି ଲହରରେ ଏହି ରାଜ୍ୟଗୁଡିକ ସର୍ବାଧିକ ପ୍ରଭାବିତ ହୋଇଥିଲେ । ଏଥି ପାଇଁ କେନ୍ଦ୍ର ସରକାର […]
ବାସ୍ତବ ବ୍ୟୁରୋ: ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧,୫୯୦ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮,୦୦୦ ଟପି ଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁଯାୟୀ, ଆଜି (ଶନିବାର) ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୫୯୦ କରୋନାଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧,୫୯୦ ନୂତନ […]
ବାସ୍ତବ ବ୍ୟୁରୋ: କ୍ରିକେଟ୍ ର ରୋମାଞ୍ଚ ଏବଂ କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ଖୁବ ଶୀଘ୍ର ପାର୍ବତ୍ୟ ଉପତ୍ୟକାର ସମତଳ ଉପରୁ ଉପରକୁ ଉଠିଥିବାର ଦେଖାଯିବ, କାରଣ ତୁଷାରପାତ ସମତଳ ମଧ୍ୟରେ ବିଶ୍ୱର ସର୍ବୋଚ୍ଚ କ୍ରିକେଟ୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି । ବିଶ୍ୱର ସର୍ବୋଚ୍ଚ କ୍ରିକେଟ୍ ଷ୍ଟାଡିୟମ୍ ହିମାଚଳ ପ୍ରଦେଶର ଲାହଲ୍ ସ୍ପିତିର ସିସୁ ଠାରେ ସମୁଦ୍ର ପତ୍ତନଠାରୁ ୧୦୧୩୫ ଫୁଟ ଉଚ୍ଚରେ ନିର୍ମାଣ ହେବ । ଏହି […]
ବାସ୍ତବ ବ୍ୟୁରୋ: ଇଣ୍ଟେରନେଶନାଲ ଡେ ଅଫ ହାପିନେସ୍ ଅବସରରେ ବାର୍ଷିକ ୱାଲର୍ଡ ହାପିନେସ୍ ରିପୋର୍ଟ ପ୍ରକାଶ ପାଇଛି। ୧୩୭ ଦେଶ ତାଲିକାରେ ଭାରତ ୧୨୫ ତମ ସ୍ଥାନରେ ରହିଛି । ଏହି ତାଲିକାରେ ଭାରତର ପଡୋଶୀ ଦେଶ ପାକିସ୍ତାନ (୧୦୮), ମିଆଁମାର (୭୨), ନେପାଳ (୭୮), ବାଂଲାଦେଶ (୧୦୨) ଏବଂ ଚୀନ୍ (୬୪) ରହିଛନ୍ତି। ଏହି ରିପୋର୍ଟରେ ଫିନଲ୍ୟାଣ୍ଡକୁ ଦୁନିଆର ସବୁଠାରୁ ଖୁସି ଦେଶ ଭାବେ ଘୋଷଣା କରାଯାଇଛି। କ୍ରମାଗତ […]


