ନୂଆଦିଲ୍ଲୀ (ବାସ୍ତବ ବ୍ୟୁରୋ)-ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩୦ ଅଗଷ୍ଟରେ ଏକ ବଡ ଘୋଷଣା କରିଛନ୍ତି | ଦେଶରେ ଦଶଟି ବ୍ୟାଙ୍କକୁ ମିଶାଇ ଚାରୋଟି ବଡ ବ୍ୟାଙ୍କ ସୃଷ୍ଠି ହେବାକୁ ଯାଉଛି ଯାହାଦ୍ୱାରା ସରକାରୀ ବ୍ୟାଙ୍କ ସଂଖ୍ୟା ୨୭ ରୁ ୧୨ କୁ ହ୍ରାସ ପାଇଛି | ବ୍ୟାଙ୍କ ଗୁଡିକର ମିଶ୍ରଣ ଦ୍ୱାରା ଗ୍ରାହକମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବନାହିଁ କେବଳ ଆକାଉଣ୍ଟ ନମ୍ବର,ଆଇଏଫ୍ଏସ କୋଡ଼୍ ଆଦି ବଦଳିବ | […]
ଦେଶ ଓ ବିଦେଶ
ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସମୟରେ ଏବେ କ୍ୟାଟେରିଙ୍ଗ ସେବା କୁ ଇଛାଧିନ ଭାବେ ରେଳବାଇ ପକ୍ଷରୁ ଅନୁଶୀଳନ କରାଯାଉଅଛି I ସେପ୍ଟେମ୍ବର ମାସ ପହିଲା ଠାରୁ ଏହି ଟ୍ରେନ ରେ ଯାତ୍ରା କରିବା ପାଇଁ କ୍ରୟ କରାଯାଉଥିବା ଟିକେଟରେ ଏଣିକି କ୍ୟାଟେରିଙ୍ଗ ସେବାକୁ ଯାତ୍ରୀମାନେ ଇଛାଧିନ ଭାବେ ବାଛି ପାରିବେ I ପୁରୀ-ହାଓଡ଼ା ଶତାବ୍ଦୀ ଏବଂ ଭୁବନେଶ୍ୱର-ନୂଆ ଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ ମାନଙ୍କରେ ପୂର୍ବରୁ କ୍ୟାଟେରିଙ୍ଗ ସେବାକୁ ଇଛାଧିନ […]
ଦକ୍ଷିଣ କାଶ୍ମୀରରେ ଆଜି ସ୍ଥାନୀୟ ହିଂସାକାରୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ପଥରରେ ଆକ୍ରମଣ କରିଛନ୍ତି | ଅନନ୍ତନାଗ ଜିଲ୍ଲା ଅଧୀନରେ ଥିବା ବିଜବହାର ଅଞ୍ଚଳରେ ପଥରମାଡ ଯୋଗୁଁ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି | ଜମ୍ମୁ-କାଶ୍ମୀର ପୋଲିସ୍ ସୂତ୍ରରୁ ଜଣାପଡିଛି ଯେ ସୁରକ୍ଷାକର୍ମୀଙ୍କ ଗାଡି ଭାବି ସ୍ଥାନୀୟ ହିଂସା ସୃଷ୍ଠିକାରୀ ଯୁବକମାନେ ପ୍ରବଳ ମାତ୍ରାରେ ପଥର ମାଡ଼ କରିଥିଲେ|ଟ୍ରକ ଚାଳକ ନୁର ମହମ୍ମଦ ପଥର ମାଡ଼ ହୋଇଥିଲା|ତାଙ୍କୁ […]
ନୂଆଦିଲ୍ଲୀ(ବାସ୍ତବ ବ୍ୟୁରୋ)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର ସମ୍ମିଳନୀରେ ଭାଗ ନେଇଛନ୍ତି | ଏଥିପାଇଁ ଗତ କାଲି ସେ ଫ୍ରାନ୍ସରେ ପହଁଞ୍ଚିଛନ୍ତି,ସେଠାରେ ବିଶ୍ୱର ଅନ୍ୟ ନେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ସାକ୍ଷାତ ହେବା ସହ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ମଧ୍ୟ ସାକ୍ଷାତ ହୋଇଛି | ଏଥିରେ ଦୁଇ ଦେଶର ନେତାଙ୍କ ମଧ୍ୟରେ କାଶ୍ମୀର ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ,ସଂଯୁକ୍ତ ଆରବ ଏମିରଟସ(ୟୁଏଇ) ଏବଂ ବହାରିନ୍ […]
ନୂଆଦିଲ୍ଲୀ (ବାସ୍ତବ ବ୍ୟୁରୋ)-ସପ୍ତମ ବେତନ କମିଶନ : କେନ୍ଦ୍ରରେ ମୋଦି ସରକାର ଦଶହରା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ବଡ ଭେଟି ଦେବାକୁ ଚିନ୍ତା କରିଛନ୍ତି | କେନ୍ଦ୍ରୀୟ କର୍ମଚାରୀଙ୍କ ବେତନ ଏବଂ ମହଙ୍ଗା ଭତ୍ତା ବିଷୟରେ ବନ୍ଦ କୋଠରୀରେ ଅଧିକାରୀମାନଙ୍କ ସହ ବହୁଥର ଆଲୋଚନା କରାଯାଇଛି | ଅକ୍ଟୋବର ମାସରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ବଢ଼ାଇ ଦିଆଯାଇପାରେ |ଏହାଛଡା ସର୍ବନିମ୍ନ ଦରମା ୧୮ ହଜାର ଟଙ୍କାରୁ ୨୬ ହଜାର […]
ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତା ଅରୁଣ ଜେଟଲୀଙ୍କର ଆଜି ଚିକିସ୍ଥାଧିନ ଅବସ୍ତାରେ ପରଲୋକ ହୋଇଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ ୬୭ ବୟସ ହୋଇଥିଲା | ଗତ କିଛି ଦିନରୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା ଏବଂ ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ | ଚିକିତ୍ସିତ ହେଉଥିବା ସମୟରେ ଗୃହମନ୍ତ୍ରୀ ଅମିତ ସାହା,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସମେତ ବହୁ ମାନ୍ୟଗଣ୍ୟ ନେତା ତାଙ୍କ […]
ଧାରା ୩୭୦ ହଟାଯିବା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ କିନ୍ତୁ ପାକିସ୍ତାନ ଏହାକୁ ସ୍ୱୀକାର କରିବାକୁ ନାରାଜ | ଭାରତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପାକିସ୍ତାନର ଇମ୍ରାନ ସରକାର ଚୀନର ସାହାଯ୍ୟ ନେଇ ଜାତିସଂଘର ଦ୍ୱାରସ୍ଥ ହୋଇଛି| ଜାତିସଂଘ ନିରାପତ୍ତା ପରିଷଦ ସଦସ୍ୟଙ୍କ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଯାଇଛି କିନ୍ତୁ ଏଥିରେ ପାକିସ୍ତାନକୁ ନିରାଶ ହେବାକୁ ପଡିଛି |ଭାରତ କୂଟନୈତିକ ସ୍ତରରେ ଏହାକୁ ବିଫଳ କରିଦେଇଛି | ଜାତିସଂଘରେ ଆନୁଷ୍ଠାନିକ […]
ନୂଆଦିଲ୍ଲୀ(ବାସ୍ତବ ଟିଭି): ବହୁଜନ ସମାଜବାଦୀ ପାର୍ଟିର ସର୍ବେସବା ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏବଂ ସେ କହିଛନ୍ତିକି ସମାଜବାଦୀ ପାର୍ଟି ଏବଂ ବହୁ ଜନ ସମାଜବାଦୀ ପାର୍ଟିର ମେଣ୍ଟ ଏବେବି ମଜବୁତ ରହିଛି । ଏବଂ ଏବେ ତାଙ୍କର ଜିତିବାଠାରୁ ଜରୁରୀ ହେଉଛି ମେଣ୍ଟ ସଫଳତା । ଯଦି ନିର୍ବାଚନ ପରେ ଏପରି କୈଣସି ସ୍ଥିତି ସୃଷ୍ଟି ହୁଏ ତେବେ ସେ କୌଣସି […]
ଭୁବନେଶ୍ୱର(ବାସ୍ତବ ଟିଭି): ରାଜନୀତିରେ ପ୍ରାର୍ଥୀଙ୍କୁ ଦେଖିବାକୁ ଗଲେ ବିଜେପି ଆଗରେ । କାରଣ ଏଇ ମତ୍ର କିଛି ଦିନ ହେବ ହାତ ଓ ଶଙ୍ଖ ଛାଡ଼ି ପ୍ରାଏ ଅଧିକାଂଶ ନେତା ପଦ୍ମ ପୋଖରୀ ମୁହାଁ । ସେ ବିଜେଡ଼ିରୁ ଟିକେଟ୍ ନମିଳିବାରୁ ହେଉ କି କଂଗ୍ରେସକୁ ଭରସା ନକରି । ତେବେ ନିକଟରେ ବିଜେଡି ଓ କଂଗ୍ରେସ ତାଙ୍କର ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଳେ ମଧ୍ୟ […]
ମଧ୍ୟପ୍ରଦେଶ(ବାସ୍ତବ ଟିଭି): ରାଜ୍ୟ ହେଉକି ଦେଶ ଥମିବାର ନାଁ ଧରୁନି ଦୁଷ୍କର୍ମ । ସତେ ଯେମିତି ନାରୀ ସାଜୁଛନ୍ତି ପୁରୁଷ ହାତର ଖେଳନା । ସାରା ଭାରତରେ ଦୁଷ୍କର୍ମ ଗୋଟେ ବ୍ୟାଧୀ ପାଲଟିଗଲାଣି । ସବୁଠୁ ବଡ଼ କଥା ହେଉଛି ଦୁଷ୍କର୍ମର ଶିକାର ହେଇଥିବା ମହିଳା ମାନଙ୍କ ଭିତରୁ ଅଧିକାଂଶ ମହିଳା ହେଉଛନ୍ତି ନାବାଳିକା । ପୁଣି ସେମିତି ଏକ ଲଜ୍ଜାକର ଘଟଣା ଘଟିଛି ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ । […]


