ପ୍ରସବ ସମୟରେ କିମ୍ବା ଚିକିତ୍ସା ଅଭାବ ରୁ ଏବେ କୌଣସି ମା ବା ଶିଶୁ ମୃତ୍ୟୁ ମୁଖରେ ପଡିବେ ନାହିଁ । ସୁରକ୍ଷିତ ମାତୃତ୍ୱ ଲାଗି ଏହି ଯୋଜନା ଆରମ୍ଭ କରାଯାଇଛି। ସମ୍ପ୍ରତି ଦେଶର ୮୦ ପ୍ରତିଶତ ଗର୍ଭବତୀ ସରକାରୀ ହସ୍ପିଟାଲରେ ଅଭିଜ୍ଞ ଏବଂ ତାଲିମପ୍ରାପ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହାୟତାରେ ପ୍ରସବ କରୁଛନ୍ତି। ତେବେ ଏହାକୁ ୧୦୦% ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ […]

ବାସ୍ତବ ବ୍ୟୁରୋ (ମହାବଲୀପୁରମ୍‌): ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅନୌପଚାରିକ ଶିଖର ବୈଠକରେ ଯୋଗ ଦେବାକୁ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଏକ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଅପରାହ୍ଣ ୨ଟା୧୦ ମିନିଟରେ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲେ । ସେଠାରେ ତାଙ୍କୁ ତାମିଲନାଡ଼ୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣା ଯାଇଥିଲା। ଆଜି ଅପରାହ୍ଣ ୫ଟାରେ ଭାରତର ଐତିହ୍ୟ ସଂପନ୍ନ ଐତିହାସିକ ଉପକୂଳ […]

ବାସ୍ତବ ବ୍ୟୁରୋ- ଚଳିତ ବର୍ଷ ମେଡ଼ିସିନ୍‌ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣ ବୈଜ୍ଞାନିକ ମିଳିତ ଭାବେ ଏହି ପୁରସ୍କାର ପାଇବେ। ସେମାନେ ହେଉଛନ୍ତି ଓ୍ବିଲୟମ୍‌ ଜି. କାଇଲିନ୍‌, ସାର୍‌ ପିଟର ଜେ. ରାଟ୍‌କି୍ଲଫ ଏବଂ ଗ୍ରେଗ୍‌ ଏଲ୍‌. ସିମେଞ୍ଜା। ସେଲ୍‌ ଦ୍ୱାରା ଅମ୍ଳଜାନ କିଭଳି ଗ୍ରହଣ କରାଯାଇଥାଏ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ଲାଗି ସେମାନଙ୍କୁ ସୁଇଡିସ୍‌ ଏକାଡେମୀ ଦ୍ୱାରା ନୋବେଲ ସମ୍ମାନରେ ସମ୍ମାନୀତ କରାଯିବ।

ଯାତ୍ରୀ ଭିଡକୁ ଏଡ଼ାଇବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ସହ ନିୟମିତ ଟ୍ରେନ ଗୁଡିକରେ ଅତିରିକ୍ତ ବଗି ସଂଯୋଗ ■ ପୂର୍ବତଟ ରେଳପଥରୁ ଏବଂ ଏହାର ପରିସୀମା ମଧ୍ୟଦେଇ ୧୯ ଯୋଡ଼ା ପୂଜା ସ୍ୱତନ୍ତ୍ର ଚଳାଚଳ କରୁଛି I ■ ଚାରି ଲକ୍ଷରୁ ଅଧିକ ବର୍ଥ ସୃଷ୍ଟି କରାଯାଇପାରିଛି I ■ ନିୟମିତ ଚଳାଚଳ କରୁଥିବା ଟ୍ରେନ ଗୁଡିକରେ ଅତିରିକ୍ତ ବଗି ସଂଯୋଗ I ■ ଯାତ୍ରୀ […]

ବାସ୍ତବ ବ୍ୟୁରୋ-‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆମେରିକାର ହଷ୍ଟନ୍ ସହରରେ କାଲି ପହଞ୍ଚିଛନ୍ତି | ଏହି ଏକ ସପ୍ତାହର ଲମ୍ବା ବିଦେଶ ଗସ୍ତ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ କଥା ହେବା ସହ ୟୁଏନଜିଏ କୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅନୁସାରେ ତେଲ ସେକ୍ଟର ସିଇଜୋ ସହ ଏକ ଗୋଲଟେବୁଲ ବୈଠକ ହେବା ସହ ଏହା ପରେ ସେ […]

ମାନ୍ଦାବସ୍ଥାର ମୁକାବିଲା ପାଇଁ ,ମନମୋହନଙ୍କ ୬ସୂତ୍ରୀ ଫର୍ମୁଲା…ମୋଦିଙ୍କ ପାଇଁ । ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ପାଇଁ ,ଦେଶର ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କଡା ସମାଲୋଚନା କରିଛନ୍ତି ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ। ସେ କହିଛନ୍ତି ଗଣମାଧ୍ୟମରେ ଚର୍ଚ୍ଚା ରେ ରହିବା ପାଇଁ ଆଗଭର ନହୋଇ ,ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ଚେଷ୍ଟା କରିବା ଦରକାର । ଏକ ଇଂରାଜୀ ସମ୍ବାଦପତ୍ରକୁ ସାଖ୍ୟାତକାର ଦେଇ କହିଛନ୍ତି ,ଦେଶ ମାନ୍ଦାବସ୍ଥା କବଳରେ,ହେଲେ […]

ନୂଆଦିଲ୍ଲୀ(ବାସ୍ତବ ବ୍ୟୁରୋ) : ପୂର୍ବ ଲଦାଖ ଅଞ୍ଚଳ ସୀମାରେ ଚୀନ ସେନା ଓ ଭାରତୀୟ ସେନାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଅନେକ ସମୟ ଧରି ଦୁଇ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପାଙ୍ଗଙ୍ଗ୍‌ ହ୍ରଦର ୧୩୪ କିଲୋମିଟର ଉତ୍ତରରେ ଏହି ଘଟଣା ଘଟିଥିଲା। ତେବେ ଆଲୋଚନା ପରେ ଉତ୍ତେଜନା ଥମିଥିବା ଜଣାପଡ଼ିଛି। ପାଙ୍ଗଙ୍ଗ୍‌ ହ୍ରଦ ଚୀନରେ ଦୁଇ ତୃତୀୟାଂଶ ରହି ଥିବାବେଳେ ଭାରତରେ ଗୋଟିଏ ଭାଗ […]

ଟ୍ରେନକୁ ପଥର ଫୋପାଡିବା ରୋକିବାକୁ ପୂର୍ବତଟ ରେଳପଥ ର ପ୍ରୟାସ I ରେଳଧାରଣା ନିକଟବର୍ତ୍ତି ଅଞ୍ଚଳରେ ବସବାସ କରୁଥିବା କେତେକ ପିଲାମାନେ ଖେଳହେଉ କିମ୍ବା ମଜା ନେବାପାଇଁ ଚଳନ୍ତା ଟ୍ରେନ କୁ ପଥର ଫିଙ୍ଗିବା ଘଟଣା ନିକଟ ଅତୀତ ରେ ଘଟିଛି ଯାହାକି ଟ୍ରେନ ରେ ଥିବା ଯାତ୍ରୀ ମାନଙ୍କ ପାଇଁ ଏବେ ସଙ୍କଟ ର କାରଣ ହୋଇଛି I ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷା ବଳ ଏହାର ପରିସୀମା […]

ସୁପ୍ରିମକୋର୍ଟଙ୍କ ବରିଷ୍ଠ ଆଡ୍‌ଭୋକେଟ ବିନୟ କୁମାର ଗର୍ଗ ଏବଂ ଆଡ୍‌ଭୋକେଟ ରୋହିତ ଶ୍ରୀବାସ୍ତବଙ୍କ କହିବା ଅନୁସାରେ, କେନ୍ଦ୍ରୀୟ ମୋଟର ଯାନ ନିୟମ ୧୩୯ରେ ବ୍ୟବସ୍ଥା ରହିଛି ଯେ, ଗାଡ଼ି ଚାଳକଙ୍କୁ କାଗଜପତ୍ର ଦେଖାଇବା ଲାଗି ୧୫ ଦିନ ସମୟ ଦିଆଯିବ। ଟ୍ରାଫିକ ପୁଲିସ ତତ୍କାଳ ଚାଳକଙ୍କ ଚାଲାଣ କାଟିପାରିବେ ନାହିଁ। ଚାଳକ ଯଦି ୧୫ ଦିନ ମଧ୍ୟରେ ଗାଡ଼ିର କାଗଜପତ୍ର ଦେଖାଇବା ଲାଗି ଦାବି କରିବେ, ତା’ହେଲେ ପୁଲିସ କିମ୍ବା […]

ବେଙ୍ଗାଲୁରୁ (ବାସ୍ତବ ବ୍ୟୁରୋ)- ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡର ବିକ୍ରମର ଅବତରଣକୁ ଦେଶବାସୀ ଖୁବ୍ ଉତ୍ସାହର ସହ ଅପେକ୍ଷା କରିଥିଲେ କିନ୍ତୁ ଶେଷ ମୁହୂର୍ତ୍ତରେ ସମ୍ପର୍କ ବିଚ୍ଛିନ୍ନ ହୋଇଗଲା | ଚନ୍ଦ୍ରପୃଷ୍ଠରୁ ୨.୧କିମି ଦୂରତାରେ ଲ୍ୟାଣ୍ଡର ବିକ୍ରମ ସହିତ ଇସ୍ରୋ କମାଣ୍ଡ ସେଣ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା | ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମର ସୂକ୍ଷ୍ମ ଅବତରଣ ହୋଇଥିଲେ ଭାରତର ଏହି କ୍ଷେତ୍ରରେ ଅନ୍ୟ ଶକ୍ତିଶାଳୀ ରାଷ୍ଟ୍ରଙ୍କୁ ପଛରେ ପକାଇଥାନ୍ତା […]

Pin It on Pinterest