
କଟକ(ସଞ୍ଜୟ ଶତପଥୀ): ଆଜି ୟୁନାଇଟେଡ଼ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନର (ୟୁ.ଏଫ୍.ବି.ୟୁ) ର ଡାକରା ରେ ସମଗ୍ର ଦେଶରେ ରାଷ୍ଟ୍ରାୟତ ବ୍ୟାଙ୍କରୁ ପ୍ରାୟ ଆଠ ଲକ୍ଷରୁ ଅଧିକ କର୍ମଚାରୀ ଓ ଅଧିକାରୀ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି।ଚାରି ଦଫା ସମ୍ମିଳିତ ଦାବି ଯଥା:-ସପ୍ତାହକୁ ପାଞ୍ଚଦିନ କାର୍ଯ୍ୟଦିବସ,ପରଫରମାନ୍ସ ଲିଙ୍କ ଇନସଜନଟିଭ୍(ପି.ଏଲ୍.ଆଇ.) ସଂଶୋଧନ,ରେସିଜୁଆଲ୍ ଇସ୍ଯୁର ତୁରନ୍ତ ସମାଧାନ, ପୁରୁଣା ପେନସନ କୁ ଲାଗୁ କରିବା ସହ ଅନ୍ୟାନ୍ୟ ଦାବିକୁ ପୁରଣ କରିବାକୁ ୟୁ.ଏଫ୍.ବି.ଆଇ ଦାବି କରିଛି।ଇତି ମଧ୍ୟରେ ସଂଘ ସକରାତ୍ମକ ଭାବନା ନେଇ ବ୍ୟାଙ୍କ ସଂଘ (ଆଇ.ବି.ଓ), କେନ୍ଦ୍ର ସରକାର ଓ ଚିଫ୍ ଲେବର କମିଶନର ସହ ଆଲୋଚନା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏହି ଧର୍ମଘଟ ଯୋଗୁଁ ବ୍ୟାଙ୍କ ସେବା ଓ କାରବାର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।ପାଞ୍ଚ ଦିନିଆ କାର୍ଯ୍ୟ ଦିବସ ଦାବି ପୁରଣ ନହେବା ପର୍ଯ୍ୟନ୍ତ ଏହି ଧର୍ମଘଟ ଚାଲୁ ରହିବ ବୋଲି ଆନ୍ଦୋଳନରତ ବ୍ୟାଙ୍କ କର୍ମଚାରୀମାନେ ପ୍ରକାଶ କରିଛନ୍ତି। ବାରମ୍ବାର ଦାବି ଓ ଆଶ୍ୱାସନା କୁ ଭରସା କରି ବିଫଳ ହୋଇଥୂବା ଏହି କର୍ମଚାରୀ ମାନେ ଏଥର କିନ୍ତୁ ଦାବି ପୁରଣ ନ ହେଲେ ଆସନ୍ତା ସେପ୍ଟେମ୍ବର ୨୮,୨୯ ଓ ୩୦ ରେ ତିନିଦିନିଆ ଧର୍ମଘଟ କରାଯିବ ବୋଲି ସଂଘ ର ନେତା ଶ୍ରୀ ଶୁଭେନ୍ଦୁ ତରାଇ କହିଛନ୍ତି। ଆଜିର ଏହି ଦିନିକିଆ ଧର୍ମଘଟ ରେ ବରିଷ୍ଠ ଟ୍ରେଡ ୟୁନିୟନ ନେତା ଶ୍ରୀ ଉପେନ୍ଦ୍ର କୁମାର ଦାଶ, ଶ୍ରୀ ଜ୍ୟୋତି ଭୂଷଣ ମହାପାତ୍ର, ଶ୍ରୀ ପ୍ରଦୀପ ଷଡ଼ଙ୍ଗୀ ଓ ଶ୍ରୀ ପଦ୍ମଲୋଚନ ମହାଳିକ ଯୋଗଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ। ଉକ୍ତ ଧର୍ମଘଟ କୁ ସଭ୍ୟ ଶ୍ରୀ ସରୋଜ ଦାସ, ଶ୍ରୀ ସଞ୍ଜୟ ଜେନା, ଶ୍ରୀ ଉପେନ୍ଦ୍ର ମହାନ୍ତି ଓ ଶ୍ରୀ ବିଜୟ କୁମାର ମହାପାତ୍ର ପରିଚାଳନା କରିଥିଲେ।



