ପ୍ରଶାନ୍ତ ଦାସ(ବାଲେଶ୍ୱର):ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଓ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସଙ୍କୁ ୧୦୦୦ ଟଙ୍କା ଫାଇନ କାଟିଲା ବାଲେଶ୍ୱର ଟ୍ରାଫିକ ପୋଲିସ ।ବିନା ହେଲମେଟରେ,ମନ୍ତ୍ରୀ ଓ ବିଧାୟକ ବାଲେଶ୍ୱରରେ ଏକ ବାଇକରେ ଯାଉଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ଟ୍ରାଫିକ ନିୟମ ଭଙ୍ଗ କରିଥିବା ଜଣାଯାଇଛି। ଏଥିଲାଗି ଟ୍ରାଫିକ ପୁଲିସ ୧୦୦୦ ଟଙ୍କା ଗାଡ଼ିମାଲିକଙ୍କଠାରୁଜରିମାନା ଆଦାୟ କରିଛି। ଖବର ଅନୁଯାଇ,ବାଲେଶ୍ୱର ସହରର ହେମକାପଦା […]

ଏସ ବାସ୍ତବ:ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ,ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦୌପ୍ରଦୀ ମୁର୍ମୁଙ୍କ ବିଷୟରେ ଝାଡ଼ଖଣ୍ଡ ରାଜନୀତିରେ ଆନ୍ଦୋଳନ ତୀବ୍ର ହୋଇଛି। ବିଜେପି ଉତ୍ସବ ପାଳନ କରୁଥିବାବେଳେ ଜେଏମଏମ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ପ୍ରସଙ୍ଗରେ ନୀରବତା ଭାଙ୍ଗିବାକୁ ନିବେଦନ କରୁଛି। ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ନୀରବତାକୁ ଭାଙ୍ଗିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାଶ ଜେଏମଏମଙ୍କୁ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଜେଏମଏମ୍ର କିଛି ବିଧାୟକ ଦୌପ୍ରଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ ପାଇଁ ଗର୍ବିତ ଅନୁଭବ […]

ନବୀନ ଦାଶ(ବରଗଡ଼):ଓଡ଼ିଶାର ଭାତହାଣ୍ଡି ଭାବେ ବେଶ୍ ପରିଚିତ ଥିବା ବରଗଡ଼ ଜିଲ୍ଲାରେ ଉନ୍ନତ ମାନର ଧାନ ଚାଷ ହେଉଥିବାରୁ ଯଥେଷ୍ଟ ପରିମାଣ ରେ ସାର ର ଆବଶ୍ୟକତା ରହିଛି | ବିଗତ ରବି ଋତୁରେ ଆବଶ୍ୟକ ମୁତାବକ ସାର ସରକାରୀ ମୂଲ୍ୟରେ ନ ପାଇ ଚଢ଼ା ଦରରେ ସାର କିଣି ଭିଟାମିନ ବାଧ୍ୟତା ହେବା ସହ ଚାଷୀ ଶୋଷଣ ର ଶିକାର ହୋଇଥିବା ବେଳେ, ଚାଷ କାର୍ଯ୍ୟ ରେ ବାଧା […]

ଭୁବନେଶ୍ୱର ୨୪/୦୬: ସ୍ତବ୍ଧ ହୋଇଯାଇଛି ଓଲିଉଡ । ଆତ୍ମହତ୍ୟା କରିଛନ୍ତି ବରିଷ୍ଠ ଅଭିନେତା ରାଇମୋହନ ପରିଡା । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସେପଟେ ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ପୁରା ଓଲିଉଡରେ ଶୋକର ଛାୟା, ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା କାହିଁକି ରାହିମୋହନ […]

ଏସ ବାସ୍ତବ(ଭୁବନେଶ୍ଵର):ଓଡିଶା ମାଟିର ଗର୍ବ,ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ।ଶାସକ ଭାରତୀୟ ଜନତା ପାର୍ଟି ବିରୋଧୀଙ୍କୁ ଚକମା ଦେବା ପାଇଁ ଗୋଟି ଚାଳନାରେ ବିରୋଧୀ ଧରାଶାୟୀ ହେବାର ସମ୍ଭାବନା ଉଜ୍ଜଳ । ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କ ବିଜୟ ସମ୍ଭାବନା ଅଧିକ । ଦ୍ରୌପଦୀଙ୍କ ପ୍ରାର୍ଥୀତ୍ଵକୁ ପ୍ରଥମେ ସମର୍ଥନ କରିଛି ଶାସକ ବିଜୁ ଜନତା ଦଳ। ଏପରିକି ଦଳର ଦୁଇ ମନ୍ତ୍ରୀ ପ୍ରସ୍ତାବକ ସାଜିବେ ବୋଲି କହିଛନ୍ତି […]

ଭୁବନେଶ୍ୱର,୨୪/୦୬:ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ, ଜୁନ ଶେଷ ଆଡ଼କୁ ଏହି ଲଘୁଚାପ ଓଡ଼ିଶା ନିକଟବର୍ତ୍ତୀ ହେବାର ସମ୍ଭାବନା । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ ଅନୁଯାଇ,ଏହା ଉତ୍ତର-ପଶ୍ଚିମ ଦିଗରେ ମୁହାଁଇବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧ରୁ ୭ ତାରିଖ ଭିତରେ ରାଜ୍ୟରେ ଭଲ ବର୍ଷା ହୋଇପାରେ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି, ଭୁବନେଶ୍ୱର […]

ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରସ୍ତାବକ ରହିବେ ବିଜେଡିର ଏହି ଦୁଇ ମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସୂଚନା ଥାଉକି, ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ।

ପ୍ରମୋଦ ନାୟକ(ଭୁବନେଶ୍ୱର) : ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଓଡ଼ିଆ ଜାତିକୁ ପ୍ରଧାନମନ୍ତ୍ରୀଙ୍କର ଏହା ସର୍ବଶ୍ରେଷ୍ଠ ପୁରସ୍କାର ବୋଲି ମଧ୍ୟ ଶ୍ରୀ ମହାନ୍ତି କହିଛନ୍ତି । ବୁଧବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଜୀବନ ସଂଗ୍ରାମରେ ବହୁ ଝଡ଼ଝଞ୍ଜାକୁ ପ୍ରତିହିତ କରି ଶ୍ରୀମତୀ […]

ପ୍ରମୋଦ ନାୟକ(ଭୁବନେଶ୍ବର): ଗତ ମଙ୍ଗଳବାର ଏନ୍‌ଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମା ଘୋଷଣା କରିଛି। ଏନ୍‌ଡିଏ ପକ୍ଷରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଘୋଷଣା କରିଥିଲେ। ଏହି ଘୋଷଣା ପ୍ରତେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ହୋଇଚି । ଏହି ଖୁସିର ମୁହୁର୍ତରେ ଇଟାଲି ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀ ମୁର୍ମୁଙ୍କୁ […]

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାଇ, ଓଡିଶାରେ ସକ୍ରିୟ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ଲାଗି ରହିଛି ପ୍ରବଳ ବର୍ଷା । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଉତ୍ତର ଓଡ଼ିଶାରେ ୨୬ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ  । କନ୍ଧମାଳ, ଗଞ୍ଜାମ, ନୟାଗଡ, କେନ୍ଦୁଝର, ମୟୂରଭଞ୍ଜ, ବଲେଶ୍ୱର, ଭଦ୍ରକ […]

Pin It on Pinterest