ଭୁବନେଶ୍ୱର: ଦୁର୍ଘଟଣା ଜନିତ ମୃତ୍ୟୁହାର ରୋକିବା ତଥା ଜନ ସଚେତନତା ସୃଷ୍ଟି ପାଇଁ ସାରା ବିଶ୍ୱରେ “ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ” ପାଳିତ ହେଉଅଛି l ଭାରତରେ ବର୍ଷକୁ ପ୍ରାୟ ଦେଢ଼ ଲକ୍ଷ ଓ ଓଡ଼ିଶାରେ ବର୍ଷକୁ ଛଅ ହଜାର ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଥିବା ବେଳେ ଦଶ ଲକ୍ଷରୁ ଅଧିକ ଅର୍କମଣ୍ୟ ହେଉଛନ୍ତି l ଏହି ଅବସରରେ ସ୍ଥାନୀୟ ମହାଲେଖାକାର ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ […]
ରାଜ୍ୟ
ଭୁବନେଶ୍ୱର, ୧୧|୦୯:ଆସନ୍ତା ୨୪ ଘଣ୍ଟା ଭିତରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେବ ।ଏହା ଏବେ ଉତ୍ତର ଆନ୍ଧ୍ର ଉପକୂଳ ଓ ଦକ୍ଷିଣ ଉପକୂଳ ଉପରେ ରହି ଆହୁରି ଘନୀଭୂତ ହେବ । ଅବପାତ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିବ ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁଯାଇ ଆସନ୍ତା ତିନିଦିନ ରାଜ୍ୟର ଦକ୍ଷିଣ,ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ […]
ଭୁବନେଶ୍ବର(ବାସ୍ତବବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖରୁ ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ। ମୁମ୍ବାଇର ଟ୍ରାଇଡେଣ୍ଟ୍ ହୋଟେଲରେ ସେପ୍ଟେମ୍ବର ୧୪ରେ ଆୟୋଜନ ହେବାକୁ ଥିବା ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏଥିରେ ଦେଶର ବିଶିଷ୍ଟ ଉଦ୍ୟୋଗପତିମାନେ ଯୋଗଦେବାର କାର୍ଯ୍ୟକ୍ରମର ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଇନଭେଷ୍ଟର୍ସ ମିଟ୍ ମାଧ୍ୟମରେ ଆହ୍ବାନ କରିବେ । ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ହେବାକୁ […]
ସଂଜୟ ଶତପଥୀ(କଟକ):କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ତାଙ୍କ କଟକ ଗସ୍ତର ଦ୍ଵିତୀୟ ଦିବସର ଶୁଭାରମ୍ଭ କରିଥିଲେ ସକାଳୁ କଟକ ଆରାଧ୍ୟା ଦେବୀ ମା କଟକ ଚଣ୍ଡୀଙ୍କ ଦର୍ଶନରୁ।ସେଠାରେ କଟକ ଭାଜପା ମହିଳାମୋର୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ର ଓ ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସଙ୍କ ନେତୃତ୍ୱରେ ମହିଳା ମାନେ ସ୍ୱାଗତକରି ମନ୍ଦିର ଦର୍ଶନ କରାଇଥିଲେ।ଏହାପରେ ସେ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିଥିଲେ। ସେଠାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମୀଧର ପ୍ରଧାନ, […]
ସଞ୍ଜୟ ଶତପଥୀ(କଟକ) ୧୦/୦୯: କଟକ କ୍ଳବର ସୁଇମିଂ ପୁଲରେ ଅଘଟଣ । NCC କ୍ୟାମ୍ପ ପାଇଁ ଚାଲିଥିବା ସନ୍ତରଣ ପ୍ରଶିକ୍ଷଣ ବେଳେ ଜଣେ ଛାତ୍ରଙ୍କ ଜୀବନ ଚାଲିଯାଇଛି । ମୃତ ଛାତ୍ରଙ୍କ ନାଁ ସ୍ଵପ୍ନେଶ୍ୱର୍ ଦାସ । ସେ NSM ସିଟି କଲେଜର ଛାତ୍ର ହୋଇଥିବା ବେଳେ ତାଙ୍କ ଘର ରାଜାବଗିଚା ଅଞ୍ଚଳରେ ବୋଲି ସୂଚନା ମିଳିଛି । ତାଙ୍କୁ ଉଦ୍ଧାର କରି ସିଟି ହସ୍ପିଟାଲ୍ ନିଆଯାଇଥିବା ବେଳେ ଡାକ୍ତର […]
ପ୍ରମୋଦ ନାୟକ(ଭୁବନେଶ୍ବର): ପ୍ରସିଦ୍ଧ କଟକ ବାଲିଯାତ୍ରା ଆସନ୍ତା ନଭେମ୍ବର ୮ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ପ୍ରସିଦ୍ଧ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ ବା ଏନ୍ଜିଟିର ନିର୍ଦେଶାବଳୀ ଅନୁଯାୟୀ ଯାତ୍ରା ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ବ ଦିଆଯାଇଛି । ଶୁକ୍ରବାର ଦିନ ମୁଖ୍ୟ ଶାସନ ସଚିବ […]
ସଂଜୟ ଶତପଥୀ(କଟକ):୦୯/୦୯/୨୦୨୨-ଆଜି ରାତ୍ରି ଘ ୦୯/୪୫ ମିନିଟ୍ ସମୟରେ କଟକର ଲାଲବାଗ ଥାନା ଅଧୀନରେ ଥିବା ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ମୂଖ୍ଯ କାର୍ଯ୍ଯାଳୟର ଏଟିଏମ୍ କାଉଣ୍ଟର ସମ୍ମୁଖରୁ ଏକ ମୋଟରସାଇକେଲ କୁ ଲାଲବାଗ ଥାନା ପୋଲିସ୍ ଜବତ୍ କରିବା ସହ ଗାଡିଚାଳକ କଟକ ନିମଚୌଡି ଅଂଚଳର ଏକ ଯୁବକକୁ ଥାନାକୁ ନେଇ ପଚରାଉଚରା କରୁଛନ୍ତି। ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ ଜବତ ମୋଟରସାଇକେଲ ର ଆଗ ଓ ପଛ ନମ୍ବର […]
ଭୁବନେଶ୍ବର :ଆଂଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାଇ, ଗୁରୁବାର ସୃଷ୍ଟି ହୋଇଥିବା ଲଘୁଚାପବଳୟ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘନୀଭୂତ ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳସ୍ଥ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳ ଉପରେ ରହିବ। ଏହା ପ୍ରଭାବରେ ରାଜ୍ୟରେ ଆଜିଠାରୁ ପ୍ରବଳ ବର୍ଷା ଆରମ୍ଭ ହେବ। ୧୦ ଓ […]
ବାସ୍ତବ ବ୍ୟୁରୋ : ପରଲୋକ ବ୍ରିଟେନ ମହାରାଣୀ ଏଲିଜାବେଥ (ଦ୍ବିତୀୟ) । ମହାରାଣୀ ଏଲିଜାବେଥ(ଦ୍ବିତୀୟ)ଙ୍କର ଗୁରୁବାର ଦିନ ୯୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ବୁଧବାର ଠାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ପରେ ଡାକ୍ତରଙ୍କ କଡା ତତ୍ତ୍ୱାବଧାନରେ ତାଙ୍କୁ ରଖାଯାଇଥିଲା। ଗୁରୁବାର ତାଙ୍କ ମୃତ୍ୟୁ ଘୋଷଣା କରାଯାଇଥିଲା। ତାଙ୍କ ମୃତ୍ୟୁକୁ ନେଇ ବ୍ରିଟେନରେ ଜାତୀୟ ଶୋକ ଘୋଷଣା କରାଯାଇଛି ଏବଂ ଦେଶର ଜାତୀୟ ପତାକା […]
ଏସ୍.ବାସ୍ତବ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରାତି ୮ ଟାରେ ଇଣ୍ଡିଆ ଫାଟକ ସମ୍ମୁଖରେ କର୍ତବ୍ୟ ପଥ ଉଦଘାଟନ କରିଛନ୍ତି। ସେ ସନ୍ଧ୍ୟା ୭ ଟାରେ କର୍ତବ୍ୟ ପଥରେ ପହଞ୍ଚିଥିଲେ | ପ୍ରଥମେ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ୧୯ ମାସର ନିରନ୍ତର କାର୍ଯ୍ୟ ପରେ, ସେଣ୍ଟ୍ରାଲ୍ ଭିସ୍ତା ଆଭେନ୍ୟୁ କାର୍ଯ୍ୟ ସମାପ୍ତ ହୋଇଛି | ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି- ସ୍ୱାଧୀନତାର ଅମୃତ ମହୋତ୍ସବରେ ଦେଶ […]


