ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):ଡିଜିଟାଲ ମୁଦ୍ରା ସମ୍ବନ୍ଧରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ୨୦୨୨ -୨୩ ବର୍ଷରେ ଡିଜିଟାଲ ମୁଦ୍ରା ଭାରତରେ ଆସିବ। ବିଶେଷ କଥା ହେଉଛି ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯିବ। ବ୍ଲକ୍ ଚେନ୍ ଟେକ୍ନୋଲୋଜି ଉପରେ ଡିଜିଟାଲ୍ ରୁପି ଆଧାରିତ ହେବ | ବ୍ଲକ୍ ଚେନ୍ ଟେକ୍ନୋଲୋଜି ଉପରେ ଆଧାରିତ କାରବାରକୁ ବଦଳାଯାଇପାରିବ ନାହିଁ ଏବଂ ସେମାନଙ୍କର ସମ୍ପୂର୍ଣ୍ଣ […]
ରାଜ୍ୟ
ପ୍ରମୋଦ ନାୟକ(ଭୁବନେଶ୍ବର): ବକେୟା ଦରମା ସହିତ କୋଭିଡ ସହାୟତା ରାଶି ପ୍ରଦାନକୁ ନେଇ,କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାର ଖବର ମିଳିଛି।ଚୁକ୍ତିଭିତ୍ତିକ କର୍ମଚାରୀ, ସମନ୍ବିତ ରୋଗ ନିରୂପଣ କେନ୍ଦ୍ର ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନା ଅନୁସାରେ କ୍ୟାପିଟାଲ ହସ୍ପିଟାଲରେ,ଏକ ଘରୋଇ କମ୍ପାନି ଟେକମେଡ ହେଲଥ କେୟାର(ନିଦାନ)କୁ ରୋଗ ନିରୂପଣ କରିବା ପାଇଁ ଏକ ଲ୍ୟାବ ଦିଆଯାଇଥିଲା। ହେଲେ ସେଠି କାମ କରୁଥିବା କର୍ମଚାରୀମାନଙ୍କୁ ୪ ମାସର ଦରମା ଦିଆଯାଇ […]
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):ଲଗାତାର ନଅ ଦିନ ଧରି ଦେଶରେ କରୋନା ସଂକ୍ରମଣର ନୂଆ ମାମଲା କମ୍ ରହିଛି | ଜାନୁଆରୀ ୨୧ ରେ ଏକ ରେକର୍ଡ ୩ .୪୭ ଲକ୍ଷ ନୂତନ ସଂକ୍ରମଣ ରିପୋର୍ଟ କରାଯାଇଥିଲା, ସେହି ଦିନଠାରୁ ନୂତନ ସଂକ୍ରମଣ ହ୍ରାସ ପାଉଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ତୃତୀୟ ତରଙ୍ଗର ଶିଖର ଅତିକ୍ରମ କରିସାରିଛି ଏବଂ ଏହା ଧୀରେ ଧୀରେ ଶେଷ ହେବାକୁ ଯାଉଛି। ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ […]
ନବୀନ ସାହୁ(ଜଳେଶ୍ୱର):୩୦/୦୧-ବସ୍ତା ବିଡ଼ିଓ ଜ୍ଞାନ ରଞ୍ଜନ ସାହୁଙ୍କ ମହାନତା ଏବେ ସବୁଠାରେ ଚର୍ଚ୍ଚାର ବିଷୟ ପାଲଟିଛି ।ଦୁର୍ଘଟଣାର ଶୀକାର ହୋଇଥିବା ଵ୍ୟକ୍ତିକୁ ଜାତୀୟ ରାଜପଥରୁ ଉଦ୍ଧାର କରି ନିଜ ସରକାରୀ ଗାଡିରେ ଡାକ୍ତରଖାନାକୁ ନେଇ ମହାନତା ଦେଖାଇଛନ୍ତି ବିଡ଼ିଓ । ଖବର ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧିନସ୍ଥ ୬୦ ନମ୍ବର ଜାତୀୟ ରାଜପଥର ଜୁଣ ବଳଦା ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କର ଦୁର୍ଘଟଣା ହୋଇଥିଲା। ସେହି ସମୟରେ […]
ପ୍ରଭାତ ସାହା(ମାଲକାନଗିରି): ଛତିଶଗଡର ସୁକମା ଜିଲ୍ଲାରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବନିମୟ । ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡିଛି। ଆଜି ୨୦୧ ଡିଆରଜି ଯବାନ ଚିନ୍ତାଲନାର ଅଂଚଳରେ ସର୍ଚ୍ଚ ଅପରେସନରେ ବାହାରିଥିଲେ। ତେବେ ଚିନ୍ତାଲନାର ନିକଟରେ ରହିଥିବା ତିମାପୁରମ ଜଂଗଲରେ ନକ୍ସଲ ପୂର୍ବରୁ ଆମ୍ବୁସ ଲଗାଇ ବସିଥିଲେ। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ନିଜକୁ ସୁରକ୍ଷିତ କରି ନକ୍ସଲ ଉପରେ […]
ଦେବବ୍ରତ ପଣ୍ଡା(ଯାଜପୁର):ଯାଜପୁର ଜିଲ୍ଲା ଧର୍ମଶାଳାର ଶିଶୁ କନ୍ୟା,୭ହଜାର ଟଙ୍କାରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ ବିକ୍ରି। ଏହି ଘଟଣାରେ ଧର୍ମଶାଳା ପୁଲିସ ୫ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଶିଶୁ କନ୍ୟାକୁ ବିକ୍ରି କରିଥିବା ବାପା, ଦୁଇ ଜଣ କ୍ରେତା ଓ ଦୁଇଜଣ ମଧ୍ୟସ୍ଥି ଥିବା ପୁଲିସ ସୂଚନା ଦେଇଛି । ସୂଚନା ଅନୁସାରେ,ଗତ ୨୭ତାରିଖରେ ଧର୍ମଶାଳା ଥାନା ସାନରାଏପଡା ଗ୍ରାମର ନଟ ବେହେରାଙ୍କ ପତ୍ନୀ କାଞ୍ଚନ ବେହେରା […]
ଭୁବନେଶ୍ୱର: ଆଜି ରାଜ୍ୟରେ ୫ ହଜାର ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୮୪୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ୨,୮୦୯ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ୨,୦୩୩ ଟି ହେଉଛି ସ୍ଥାନୀୟ ସଂକ୍ରମିତ ।ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୬୭୧ଜଣ ଅଛନ୍ତି। ସଂକ୍ରାମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୨୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ […]
ଭୁବନେଶ୍ୱର:୨୯।୦୧ – ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଅନୁଯାଇ, ଆମ ରାଜ୍ୟରେ ଓମିକ୍ରନ ସହ ଡେଲ୍ଟା ଭରିଆଣ୍ଟ ସକ୍ରିୟ ରହିଛି । କିଛିଦିନ ତଳେ ହୋଇଥିବା ସାମ୍ପଲ ସର୍ଭେରୁ ଜଣାପଡିଛି ରାଜ୍ୟରେ ଏବେ ବି ୨୫ରୁ ୩୦ ପ୍ରତିଶତ ଡେଲ୍ଟା ରହିଛି । ଶ୍ରୀ ମହାପାତ୍ର ଆହୁରୀ ମଧ୍ୟ କହିଛନ୍ତି କି , ଯେହେତୁ ଡେଲ୍ଟା ଭରିଆଣ୍ଟ ଅଧିକ ଗୁରୁତର କରିଥାଏ, ଆମେ ନିଶ୍ଚିତ ଭାବେ କହିପାରିବା ସ୍ଥିତି […]
ଡ଼.ନବକିଶୋର ମିଶ୍ର ଶୁକ୍ର,ଗୌରବ ଓ ବିଳାସର ଗ୍ରହ, ୨୯ ଜାନୁଆରୀ ଅର୍ଥାତ୍ ଆଜି ଧନୁ ରାଶିରେ ଚଳନ କରିବେ | ଏହା ସହିତ ଜାନୁୟାରୀ ୨୯ ରେ ସନ୍ଧ୍ୟା ୬ :୨୦ ରେ ବୁଧ ପୂର୍ବ ଦିଗରେ ଉଦୟ ହେବେ | ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହର ପଥ ହେଉଛି ଏକ ସିଧା ଗତି | ଶୁକ୍ରଙ୍କର ଗତି ରାଶି ଉପରେ ମଧ୍ୟ ପ୍ରଭାବ ପକାଇବ | ଶୁକ୍ର ବର୍ତ୍ତମାନ ଧନୁ […]
ପୁରୀ(ତ୍ରିନାଥ ବାରିକ):ଫେବ୍ରୁଆରୀ ୧ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ କାଳିଆ ଦୁଆର । ଅର୍ଥାତ କୋଭିଡ୍ ଗାଇଡ୍ଲାଇନ୍ରେ ଖୋଲିବ ଶ୍ରୀମନ୍ଦିର। ଭକ୍ତମାନେ ଶୃଙ୍ଖଳିତ ଭାବେ ଯାଇ ଶ୍ରୀବିଗ୍ରହଙ୍କ ଦର୍ଶନ କରିପାରିବେ। ଛତିଶା ନିଯୋଗ ବୈଠକରେ ଆଜି ଏନେଇ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିରର ସବୁ ସେବାୟତ […]


