ବାସ୍ତବ ବ୍ୟୁରୋ: ଆଜି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ଯେ, କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହେଇଯାଇଛି । ବଙ୍ଗୋପସାଗର ଉପରେ ସୃଷ୍ଟ ସାଇକ୍ଲୋନିକ୍ ସର୍କ୍ୟୁଲେସନ୍ ଏ ବର୍ଷ ଭାରତରେ ମୌସୁମୀ ବାୟୁ ଅଗ୍ରଗତିକୁ ତ୍ବରାନ୍ବିତ କରିଛି । ଏ ବର୍ଷ ଭାରତରେ ମୌସୁମୀ ବାୟୁ ପ୍ରବାହଜନିତ ବର୍ଷା ସ୍ବାଭାବିକ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। […]
ରାଜ୍ୟ
ବାସ୍ତବ ବ୍ୟୁରୋ : ପରଲୋକରେ ବଲିଉଡ ଜଗତର ଲୋକପ୍ରିୟ ସଂଗୀତକାର ୱାଜିଦ୍ ଖାନ । ଭାଙ୍ଗିଗଲା ସାଜିଦ୍-ୱାଜିଦ୍ ଯୋଡ଼ି । ନିଜ ଭାଇ ସାଜିଦ ଖାନଙ୍କ ସହ ମିଶି ସାଜିଦ୍-ଓ୍ୱାଜିଦ ନାମରେ ସେ ବହୁ ଲୋକପ୍ରିୟ ବଲିଉଡ୍ ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ୱାଜିଦ୍ ରବିବାର ବିଳମ୍ବିତ ରାତିରେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା । […]
୧-ଅନଲକ୍-୧ : ଜୁନ୍ ୩୦ ଯାଏ ବଢ଼ିଲା ଲକ୍ଡାଉନ୍, ୮ରୁ ଖୋଲିବ ଧାର୍ମିକସ୍ଥଳ, ହୋଟେଲ୍ ଓ ସପିଂମଲ। ଜୁଲାଇ ପହିଲା ଯାଏଁ ଖୋଲିବନି ଜିମ୍, ସିନେମା ହଲ ଏବଂ ସ୍କୁଲ।ରାତି ୯ରୁ ସକାଳ ୫ଯାଏଁ କଟକଣା। ୨-ବନ୍ଦେ ଉତ୍କଳ ଜନନୀ ସ୍ୱରରେ ଗୁଞ୍ଜରି ଉଠିଲା ସାରା ଓଡ଼ିଶା, ବିଶ୍ବବାସୀ ଶୁଣିଲେ ଉତ୍କଳ ବନ୍ଦନା। ୩-ବସରେ ଯାଉନାହାଁନ୍ତି ଯାତ୍ରୀ, ବନ୍ଦ ହୋଇପାରେ ବସ ଚଳାଚଳ ! ପରିବହନ ମନ୍ତ୍ରୀଙ୍କୁ ଭେଟିଲା ବସ […]
ବାସ୍ତବ ବ୍ୟୁରୋ-ଆଜି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମର ଏହା ହେଉଛି ୬୫ ତମ ସଂସ୍କରଣ । କରୋନା ସମୟରେ ବାତ୍ୟା ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ଯେ, ଲୋକ ଧୈର୍ଯ୍ୟ ଓ ସାହାସିକତାର ସହ ସ୍ଥିତିର ମୁକାବିଲା କରିଛନ୍ତି । ଆଉ ଏହାରି […]
୧-ବରଗଡ଼ ଜିଲ୍ଲାରେ ନୂତନ ୬ଜଣ କରୋନା ପଜିଟିଭ୍ ଚିହ୍ନଟ । ୨-୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ । ଗୋଟିଏ ଦିନରେ ୮ ହଜାରରୁ ଅଧିକ ରୋଗୀ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩୪୫୮। ବିଶ୍ବ ରେ ଭାରତ ସ୍ଥାନ ନବମ । ୩-କୋଭିତ ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଆଜି ସନ୍ଧ୍ୟା ୫ଟା ୩୦ମିନିଟ୍ ରେ ଗାଇବେ ବନ୍ଦେ ଉତ୍କଳଜନନୀ । ଦେଶ […]
୧-ନୂଆ ୬୩ ଜଣ କୋରୋନା ପଜିଟିଭ ଚିହ୍ନଟ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ରେ ପହଞ୍ଚିଲା । ୨-ଟ୍ବିନ ସିଟି ସାବଧାନ ! ଲକ୍ଡାଉନ୍ ନିୟମ ଖିଲାପ କଲେ ଆଉ ମିଳିବନି ନିସ୍ତାର, ଅମାନିଆଙ୍କୁ ନଜର ରଖିବ ଡ୍ରୋନ। ୩-କୋଭିଡ୍-୧୯ ଚିନ୍ତା : ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ରାୟଗଡ଼ା ଜିଲ୍ଲା ଉନ୍ନୟନ କାର୍ଯ୍ୟ ସମୀକ୍ଷା। ୪-କେନ୍ଦ୍ର- ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଘରକୁ ଯାଉଥିବା ପ୍ରବାସୀ […]
ବାସ୍ତବ ବ୍ୟୁରୋ-ଆଜି ଦିନ ୨ଟା ସମୟରେ ଭିଡିଓ ବାର୍ତ୍ତା ଜାରି କରି ରାଜ୍ୟବାସୀଙ୍କୁ ସମ୍ୱୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇ ନବୀନ କହିଛନ୍ତି ଯେ, କୋଭିଡ୍ ଯୁଦ୍ଧରେ ଆଗ ଧାଡ଼ିରେ ରହି ଲଢ଼େଇ କରୁଥିବା ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାନ୍ତୁୂ । ତାଙ୍କ ଉଦ୍ଦେଶ୍ୟରେ କିଛି ସମୟ ବାହାର କରି ମେ ୩୦ ସନ୍ଧ୍ୟା ସାଢେ ୫ଟାରେ ସାମାଜିକ ଦୂରତା ରକ୍ଷା କରି ‘ବନ୍ଦେ […]
୧-ଆଜି ନୂଆ ୬୭ ଜଣ କୋରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦ରେ ପହଞ୍ଚିଲା । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୪୧ ହୋଇଥିବା ବେଳେ ୮୧୨ଜଣ ସୁସ୍ଥ ହୋଇଛନ୍ତି । ୨-ମାଟ୍ରିକ ଖାତା ମୂଲ୍ୟାୟନ:ସବୁ ପରୀକ୍ଷକ ଆସୁନାହାନ୍ତି, ଆଜିଠୁ ୨୩ଟି କେନ୍ଦ୍ରରେ ସବୁ ବିଷୟର ହେବ ମୂଲ୍ୟାୟନ। ୩-ଓଡ଼ିଶା ଚାଷୀଙ୍କୁ ଘାରିଲାଣି ପଙ୍ଗପାଳ ଭୟ, ସତର୍କ ରହିବାକୁ ଆଡଭାଇଜାରୀ ଜାରି କଲା OUAT। ୪-ଶୁକ୍ରବାର ଠାରୁ ପୁରୀ ଓ […]
୧- ରାଜ୍ୟରେ ୭୬ ନୂଆ କରୋନା ପଜିଟିଭ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୫୩ଟି ସକ୍ରିୟ, ୭୩୩ ଜଣ ସୁସ୍ଥ ଏବଂ ୭ ଜଣଙ୍କର ମୃତ୍ୟୁ ହୋଇଛି । ୨-ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ । ୩-ବେଜିଂ: ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ବୃଦ୍ଧି ।ଚୀନ ସେନାକୁ ଜିନ୍ପିଙ୍ଗଙ୍କ ନିର୍ଦେଶ ; […]
ବାସ୍ତବ ବ୍ୟୁରୋ : କଟକ ଜିଲ୍ଲା ପ୍ରଶାସନଙ୍କ ସୂଚନା ଅନୁଯାୟୀ, ପ୍ରଥମ ଥର ପାଇଁ କଟକରେ ଜଣେ ଶିଶୁରୋଗ ବିଶେଷଜ୍ଞ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ଡାକ୍ତର ଜଣକ କଟକ ସ୍ଥିତ ସିଟି ହସ୍ପିଟାଲରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ କଟକର ସିଟି ହସ୍ପିଟାଲରେ ଶିଶୁରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିଲେ । କିଛି ଦିନ ହେବ ଶିଶୁରୋଗ ବିଭାଗର ଡାକ୍ତର ଜ୍ୱରରେ ପୀଡ଼ିତ ଥିଲେ । […]

 
		 
		 
		 
		 
		 
		 
		 
		 
		 
		
