
ବାସ୍ତବବ୍ୟୁରୋ:ୟୁକ୍ରେନ-ରୁଷର ତିକ୍ତତା ମଧ୍ୟରେ ୟୁକ୍ରେନରେ ଆମେରିକାର ସାମରିକ କାର୍ଯ୍ୟକଳାପକୁ ବଜାୟ ରଖିବା ପାଇଁ ରୁଷ ରେ ସାଇବର ଆକ୍ରମଣ କରିବାର ବିକଳ୍ପ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କୁ ଦିଆଯାଇଥିଲା। ବିଡେନଙ୍କୁ ପରାମର୍ଶ ଦେଇଥିବା କମିଟିର ନିକଟବର୍ତ୍ତୀ ଲୋକମାନେ ଏହି ସୂଚନା ଦେଇଛନ୍ତି।
ଯୁକ୍ତରାଷ୍ଟ୍ରରେ, ଏନବିସି ନ୍ୟୁଜ୍ କୁ ପରାମର୍ଶ କମିଟିର ନିକଟବର୍ତ୍ତୀ ଲୋକ କହିଛନ୍ତିକି ରୁଷ ର କ୍ଷମତାକୁ କ୍ଷୁର୍ଣ୍ଣ କରିବା ପାଇଁ ବିଡେନଙ୍କୁ ରୁଷ ଉପରେ ସାଇବର ଆକ୍ରମଣ କରିବାକୁ ପରାମର୍ଶ ଦିଆଯାଇଛି।
ଏଥି ସହିତ, ବିଡେନଙ୍କୁ ଦିଆଯାଇଥିବା ବିକଳ୍ପଗୁଡ଼ିକରେ ରୁଷ ର ଇଣ୍ଟରନେଟ ସେବାକୁ ବାଧା ଦେବା, ବିଦ୍ୟୁତ ଯୋଗାଣ ବନ୍ଦ କରିବା, ରେଳ ସଂଯୋଗ ବନ୍ଦ କରିବା ଭଳି ପରାମର୍ଶ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ବିକଳ୍ପଗୁଡ଼ିକର ସାହାଯ୍ୟରେ ଆମେରିକା ୟୁକ୍ରେନରେ ନିଜର ସାମରିକ ଅପରେସନ୍ କରିବାକୁ ସକ୍ଷମ ହେବ ଏବଂ ରୁଷ ର ସେନାର ଯୋଗାଣ କ୍ଷମତା ଦୁର୍ବଳ ହୋଇପାରେ | ତେବେ ସୂତ୍ରରୁ ପ୍ରକାଶ ଯେ ବିଡେନ ଏପର୍ଯ୍ୟନ୍ତ ଏହି ପରାମର୍ଶ ଉପରେ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି।
ୟୁକ୍ରେନ ସଙ୍କଟର ପରିଣାମ ପୁଟିନ ଭୋଗିବେ
ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣ ପରେ ଅନେକ ସୈନିକ ଏବଂ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ରୁଷ ର ରାଷ୍ଟ୍ରପତିଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ରୁଷ ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ବାଛିଛନ୍ତି ଏବଂ ଏହାର ପରିଣାମ ମଧ୍ୟ ସାମ୍ନା କରିବେ। ମିଳିତ ଭାବେ ଆମେ G-7 ଦେଶ ରୁଷକୁ ଜବାବ ଦେବୁ | VTB ସମେତ ରୁଷର ୪ଟି ବ୍ୟାଙ୍କ ଉପରେ କଟକଣା ଲାଗୁ କରାଯିବ। ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ପୂର୍ବ ଯୋଜନା ବଦ୍ଧ ଆକ୍ରମଣ ବୋଲି କହିଛନ୍ତି ଏବଂ ସପ୍ତାହେ ହେଲା ଏହା ଘଟିବ ବୋଲି ଚେତାବନୀ ଦେଇଛୁ। ଆମେ ଯାହା ପୂର୍ବାନୁମାନ କରିଥିଲୁ ଠିକ୍ ତାହା ଘଟିଲା |
ଭାରତ ସହ ଆଲୋଚନା କରିବେ ବିଡେନ
ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଗୁରୁବାର ଦିନ କହିଛନ୍ତି ଯେ ରୁଷର ସାମରିକ ଅପରେସନ ପରେ ଆମେରିକା ଭାରତ ସହ ୟୁକ୍ରେନ ସଙ୍କଟ ଉପରେ ଆଲୋଚନା କରିବ। ୟୁକ୍ରେନ ସଙ୍କଟ ଉପରେ ହ୍ବାଇଟ ହାଉସର ଏକ ସାମ୍ବାଦିକ ସମ୍ମିଳନୀରେ ବିଡେନ ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ଭାରତ ସହ (ୟୁକ୍ରେନ ସଙ୍କଟ ଉପରେ) ଆଲୋଚନା କରିବାକୁ ଯାଉଛୁ। ଆମେ ଏହାକୁ ସଂପୂର୍ଣ୍ଣ ସମାଧାନ କରିନାହୁଁ |



