
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ନିଟ୍- ୟୁଜି ଉପରେ ସୁପ୍ରିମକୋର୍ଟଙ୍କ ବିସ୍ତୃତ ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛନ୍ତି, ଏବଂ ଏହା ସତ୍ୟର ବିଜୟ ବୋଲି କହିଛନ୍ତି।
ସେ କହିଛନ୍ତି ଯେ ପରୀକ୍ଷା ତୃଟିମୁକ୍ତ ଏବଂ ସ୍ୱଚ୍ଛ ଭାବରେ କରିବାକୁ ସରକାର ପ୍ରତିବଦ୍ଧ। ଏ ବାବଦରେ କୋର୍ଟ ଯାହା ନିର୍ଦ୍ଦେଶ ଦେଇଛନ୍ତି, ସେ ତାହାକୁ ଅକ୍ଷରେ ଅକ୍ଷରେ ଅନୁସରଣ କରିବେ। ପରୀକ୍ଷାରେ ଅନିୟମିତତାକୁ ରୋକିବା ଏବଂ NTA ର ଉନ୍ନତି ପାଇଁ ଗଠିତ କମିଟିରେ ମଧ୍ୟ ସୁପାରିଶ ରହିବ ଏବଂ ଯଥାଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ |
ସେ କହିଛନ୍ତି ଯେ ପରୀକ୍ଷା ସମ୍ବନ୍ଧରେ ମିଥ୍ୟା ପ୍ରଚାର ପ୍ରସାରକୁ କୋର୍ଟର ଏହି ସିଦ୍ଧାନ୍ତ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି।ଏହା ମଧ୍ୟ ଲକ୍ଷ ଲକ୍ଷ ପରିଶ୍ରମୀ ଛାତ୍ରଙ୍କ ସ୍ୱାର୍ଥ ରକ୍ଷା କରିବାକୁ ଯାଉଛି। ସେ ଏହି ନିଷ୍ପତ୍ତିକୁ ହୃଦୟରୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମକୁ ନଷ୍ଟ କରିବାକୁ ଏକ ପ୍ରୟାସକୁ ରୋକି ଦେଇଛି।
ସୂଚନାନୁଯାଇ ଅନିୟମିତତାକୁ ରୋକିବା ଏବଂ NTA ର ଉନ୍ନତି ପାଇଁ ଜୁନ୍ ୨୪ ରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଥିଲା ।ଦୁଇ ମାସ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବାକୁ କହିଥିଲେ। ସୁପ୍ରିମକୋର୍ଟ ଜୁଲାଇ ୨୩ ରେ ନିଟ୍-ୟୁଜି ଉପରେ ଏହି ରାୟ ଦେଇଥିଲେ, ଯେଉଁଥିରେ ସ୍ପଷ୍ଟ ହୋଇଛି ଯେ ପରୀକ୍ଷାରେ କୌଣସି ତ୍ରୁଟି ନାହିଁ।