ଶିମିଳିପାଳ ନିଆଁକୁ ନେଇ ରାଜ୍ୟ ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧି ମଣ୍ଡଳୀ ଭେଟିଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ….

ବାସ୍ତବବ୍ୟୁରୋ: ୨୬ ଜିଲ୍ଲାରେ ବ୍ୟାପୁଥିବା ବନାଗ୍ନି ସମସ୍ୟାକୁ ନେଇ,ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ,ରାଜ୍ୟ ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିଛନ୍ତି । ବିଶେଷକରି ଶିମିଳିପାଳ ଜାତୀୟ ଉଦ୍ୟାନରେ ଲାଗିଥିବା ନିଆଁକୁ ନେଇ ନିଜର ଉଦବେଗ ଜଣାଇଛନ୍ତି ଓଡ଼ିଶାର ବିଜେପିର ସଂସଦୀୟ ପ୍ରତିନିଧି ମଣ୍ଡଳୀ ।

photo:social media

ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ସହ ଗ୍ରହଣ କରି ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଆସନ୍ତାକାଲି ଶିମିଳିପାଳ ପଠାଇବେ କେନ୍ଦ୍ରୀୟ ଟିମ୍ | ସେ କହିଛନ୍ତି, ଏହି କେନ୍ଦ୍ରୀୟ ବିଶେଷଜ୍ଞ କମିଟି ଘଟଣାର ଅନୁଧ୍ୟାନ କରି ରାଜ୍ୟ ବନ ବିଭାଗକୁ ବୈଷୟିକ ପରାମର୍ଶ ଦେବା ସହ ଶିମିଳିପାଳ ଓ ଏହାର ଆଖପାଖରେ ଥିବା ଫାୟାର ପଏଣ୍ଟକୁ ଲିଭାଇବା ଦିଗରେ ସାହାଯ୍ୟ କରିବ। ଓଡ଼ିଶାର ବିଜେପି ସାଂସଦଙ୍କୁ ଏହି ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁଁ ମୋର ନାମ ଭୁଲିପାରେ କିନ୍ତୁ ନନ୍ଦିଗ୍ରାମକୁ କେବେବି ଭୁଲି ପାରିବି ନାହିଁ - ମମତା ବାନାର୍ଜୀ

Wed Mar 10 , 2021
ମୁଁ ମୋର ନାମ ଭୁଲିପାରେ କିନ୍ତୁ ନନ୍ଦିଗ୍ରାମକୁ କେବେବି ଭୁଲି ପାରିବି ନାହିଁ | ନାମାଙ୍କନ ଦାଖଲ କରିବା ପରେ ଏ କଥା କହିଛନ୍ତି ମମତା ବାନାର୍ଜୀ | ବାସ୍ତବବ୍ୟୁରୋ:(କୋଲକାତା) ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ନନ୍ଦିଗ୍ରାମରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମଲେଖା ପୂର୍ବରୁ ଶିବ ମନ୍ଦିରରେ ପୂଜା କରିବାକୁ ମମତା ପହଞ୍ଚିଥିଲେ। ଫର୍ମ ଦାଖଲ କରିବା ପୂର୍ବରୁ ସେ ଏକ ରୋଡ୍ ସୋ କରିଥିଲେ ଯେଉଁଥିରେ […]

You May Like

Pin It on Pinterest