
ଦେବକାନ୍ତ ମହାନ୍ତି,ଚାନ୍ଦବାଲି,ପେଟ୍ରୋଲ, ଡିଜେଲ ସମେତ ସମସ୍ତ ଅତ୍ୟାବଶକିୟ ସାମଗ୍ରୀର ଦର ଦର ଦାମ ବୃଦ୍ଧିକୁ ବିରୋଧ କରି ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ଦଶ ଦିନିଆ ଭାରତ ବନ୍ଧ ଡାକରାରେ ଶେଷ ଦିନ ପୂର୍ବରୁ ଆଜି ଚାନ୍ଦବାଲି ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ନଗର ସଭାପତି ଶ୍ରୀଯୁକ୍ତ ବୃନ୍ଦାବନ ମହାଳିକଙ୍କ ନେତୃତ୍ୱରେ ଏକ ଅଭିନଵ ଭାବେ ବିରୋଧ କରାଯାଉଛି ।
ଦଳୀୟ କାର୍ଯ୍ୟାଳୟରୁ ଶତାଧିକ କର୍ମୀ ସାଇକେଲ ଶୋଭାଯାତ୍ରାରେ ବାହାରି ଚାନ୍ଦବାଲି ବଜାର ସମେତ ସମସ୍ତ ବିଜ୍ଞାପିତ ଅଂଚଳ ପରିକ୍ରମା କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାର ଏ ଦୁହେଁ ସଲାସୁତୁରା ହୋଇ ଦର ଦାମ ବଢେଇବା ସଂଗେ ସଂଗେ ସାଧାରଣ ଖଟିଖିଆ ଗରିବ ଲୋକ ମାନଙ୍କୁ ପରୋକ୍ଷରେ ଲୁଟୁଛନ୍ତି ବୋଲି ଯୁବ ଓ ଛାତ୍ର କଂଗ୍ରେସର ନେତା ମାନେ ନାରାବାଜି ଦେଇଥିଲେ ।
ଉକ୍ତ ଶୋଭାଯାତ୍ରାରେ ସାମିଲ ଥିଲେ କଂଗ୍ରେସ ନେତା ଦିଗମ୍ବର ଦାସ, ବ୍ଲକ ସଭାପତି କିଣୁରାମ ଜେନା, ବରିଷ୍ଠ କଂଗ୍ରେସ ନେତା ନୁରୁମହମ୍ମଦ ଇସ୍ମାଇଲ, ଭଦ୍ରକ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୌମ୍ୟ ରଞ୍ଜନ ବାରିକ, ହରେନ୍ଦ୍ର ମାଈତି,ସୁବାସ ଚନ୍ଦ୍ର ନାୟକ,ବଦ୍ରି ନାୟକ ପ୍ରମୁଖ ଶତାଧିକ କର୍ମୀ ମାନେ ସାମିଲ ରହି ସାଇକେଲ ଶୋଭାଯାତ୍ରାଟିକୁ ସଫଳ କରାଇଥିଲେ.