ଫେଲ୍ ମାରିଛି ସରକାରଙ୍କ ସ୍ୱଚ୍ଛ ଅତାବିରା ସୁସ୍ଥ ଅତାବିରା ଯୋଜନା…

ନବୀନ ଦାଶ(ତାବିରା) :-ବରଗଡ଼ଜିଲ୍ଳା ଅତାବିରା ଏନଏସି ଦୀର୍ଘ ୯ବର୍ଷରୁ ଉର୍ଦ୍ଧ୍ବ ହେବ ୧୨ଟି ୱାର୍ଡ କୁ ନେଇ ଗଠିତ ହେଇଛି ସତ।ହେଲେ ଏବେବି ଲୋକେ ପାନୀୟ ଜଳ,ଶୌଚାଳୟ ସହ ଭଳି ଅନେକ ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି ଲୋକେ।ରାଜରାସ୍ତାରୁ କିଛି ଦୂରରେ ରହିଥିବା ୱାର୍ଡ ମାନଙ୍କ କଥା ତ ତେଣିକି ଥାଉ ଏନଏସି ମଧ୍ୟ ଦେଇ ଯାଇଥିବା ରାଜରାସ୍ତା ଉପରେ କୁଢ଼ କୁଢ଼ ଅଳିଆ ଆବର୍ଜନା ସହ ଛକ ମାନଙ୍କରେ ରାଜରାସ୍ତା ଉପରେ ଏଣେତେଣେ ଡ଼ଷ୍ଟବିନ ଗୁଡିକ ଅଳିଆ ଭାବେ ପଡିରହି ଏନଏସି ର ଅବହେଳା ତଥା ଅପାରଗତାକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ସହ ଅଞ୍ଚଳବାସୀ ମୁଣ୍ଡ ବ୍ୟଥା ର କାରଣ ହୋଇଛି।

ଯଦ୍ୱାରା ଯିବାଆସିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇ ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ସହ ନୂଆଁ ନୂଆଁ ଧରଣର ପୋକଜୋକ ଓ ମଶାମାଛି ଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି।ଏନଏସି ଅଞ୍ଚଳ ପାଇଁ ସରକାର ସ୍ୱଚ୍ଛତା ପକ୍ଷ ତଥା ସ୍ୱଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା ଗଠନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବେନର ପୋଷ୍ଟର ମାଧ୍ୟମ ରେ ଲୋକଙ୍କୁ ସଚେତନ କରି ଡିଣ୍ଡିମ ବାଡେଇ ବାଃ ବାଃ ନେଉଥିବାବେଳେ ଅତାବିରା ଏନଏସି ରେ କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା।

କେବଳ ସେତିକି ନୁହେଁ ରାଜରାସ୍ତା ଉପରୁ ଦୀର୍ଘ ଦିନରୁ ଅଳିଆ ଉଠା ନଯାଇ ରାଜରାସ୍ତା ରେ ଥିବା ଡ୍ରେନ ମାନଙ୍କରେ ଅଳିଆ ଗୁଡିକ ଠୋସି ଦିଆ ଯାଉଛି।ଯଦ୍ୱାରା ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଡ଼ମ୍ପିୟାଡ଼ ଗୁଡିକ ଗଢି ଉଠି ଡ୍ରେନ ମଧ୍ୟରେ ଦୀର୍ଘ ଦିନରୁ ଅଳିଆ ଜମିରହି ତାହା ଡମ୍ପିୟାଡ଼ ରୂପ ନେଇସାରିଛି।ତେବେ ରାଜରାସ୍ତାରେ ଗଢି ଉଠିଥିବା ଡ଼ମ୍ପିୟାଡ଼ ଗୁଡିକୁ ଉଦଘାଟନ କଲା କିଏ ଓ କାହା ସ୍ୱାର୍ଥ ଲାଳସା ଯୋଗୁଁ ଆଜି ଏ ଡମ୍ପିଂ ୟାଡ୍ ବୋଲି ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଦୀର୍ଘ ବର୍ଷରୁ ଏନଏସି ହେଇ ଏଇ ଦଶା ଯଦି ଦେଖିବାକୁ ଅଛି ତେବେ “ପଞ୍ଚାୟତ ଥିଲା ଭଲ ଥିଲା ଏନଏସି ହେଇ ଆମ ପାଇଁ କାଳ ହେଲା” ବୋଲି ଲୋକେ କହୁଛନ୍ତି।ଏନଏସି ର ଅବହେଳା କୁ ନେଇ ଏନଏସି କୁ ଚେତେଇ ବାକୁ ଯାଇ ସ୍ୱଚ୍ଛତା ପକ୍ଷକୁ ନେଇ ଦୀର୍ଘ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସଫେଇ ଅଭିଯାନ ହାତକୁ ନେଇଥିଲେ ଲୋକେ।

ଏହା ବ୍ୟତୀତ ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ ସହରର ଦୋକାନ ବଜାର ବୁଲି ସ୍ୱଚ୍ଛତା ପକ୍ଷ ପାଇଁ ଲିପ୍ଲେଟ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇ ପ୍ରଶାସନକୁ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ।ହେଲେ “ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଢ଼ା କାଠ” ବୋଲି ଏବେବି ଅତାବିରା ଏନଏସି ଓ ରାସ୍ତା କଡରେ ଭାଙ୍ଗିରୁଚି ଅଳିଆ ସହ ଅଳିଆ ହୋଇ ଏଣେତେଣେ ପଡି ରହିଥିବା ଡଷ୍ଟବିନ୍ ତାର ବାସ୍ତବ ଚିତ୍ର ବୟାନ କରୁଛି।ଏଠି ପ୍ରଶ୍ନ ଉଠୁଛି ଯେ ସରକାରଙ୍କ ସ୍ୱଚ୍ଛତା ପକ୍ଷ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କାହା ସ୍ୱାର୍ଥରେ ଓ ଯାହା କେବଳ ବେନର ପୋଷ୍ଟର ରେ ସୀମିତ ରହିଯାଉଥିବା ଜଣାପଡୁଛି।ଯଦି ନିତିଦିନିଆ ଭାବେ ରାଜରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ଆଖିରେ ଧୂଳି ମାରି ଏନଏସି ନିଜର ମନମୁଖୀ କାର୍ଯ୍ୟ ଚଳାଉଛି ତେବେ ୱାର୍ଡ ମାନଙ୍କର ଅବସ୍ଥା ନକହିବା ଭଲ।

ଏବେବି ୱାର୍ଡ ମାନଙ୍କୁ ଅଳିଆ ଗାଡି ଯିବା ତ ଦୂର ଏବେ ପର୍ଯ୍ୟନ୍ତ ଏନଏସି ଗଠନ ହେବା ଦିନଠୁ ଡ଼ଷ୍ଟବିନ ଟିଏ ମିଳିପାରି ନାହିଁ ଓ ଯେଉଁଠି ଡ଼ଷ୍ଟବିନ ଅଛି ସେଇଠୁ ଅଳିଆ ଉଠାଯାଉ ନଥିବାର ଲୋକେ ଅଭିଯୋଗ କରନ୍ତି।ସବୁଠୁ ବଡ କଥା ମାସିକ ସଫେଇ ପାଇଁ ପାଖାପାଖି ୮ଲକ୍ଷ ଟଙ୍କା ହିସାବରେ ବାର୍ଷିକ ୪ଲକ୍ଷ କମ୍ ୧କୋଟି ଟଙ୍କା ଖର୍ଚ୍ଚ ହୋଇ ଅତାବିରା ର ବାସ୍ତବ ଦୃଶ୍ୟ ଯଦି ଏମିତି,ଆଉ କେତେ ଟଙ୍କା ଖର୍ଚ୍ଚ ହେଲେ ସ୍ୱଚ୍ଛ ଅତାବିରା,ସୁସ୍ଥ ଅତାବିରା ହେଇପାରିବ।କେବଳ କାଗଜ କଲମରେ ସଫେଇ କରି ଦେଇ ମାସିକ ଲକ୍ଷାଧିକ ଟଙ୍କା ହରି ଲୁଟ ହେଉଥିବା ଲୋକେ କହନ୍ତି।ଯାହା ଫଟୋ ରେ କିଞ୍ଚିଡ ଉଦାହରଣ ମାତ୍ର।ଆଗକୁ ଆହୁରି ଅଛି।ଏଦିଗରେ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସରକାରଙ୍କ ସ୍ୱଚ୍ଛତା ପକ୍ଷକୁ ବଜାୟ ରଖିବାକୁ ସାଧାରଣରେ ଦାବୀ ହେଉଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Apr 26 , 2022
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୦୦୭ ଜଣକୁ ବୃଦ୍ଧି ପାଇଛି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୦୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୮୭୫୦ ଜଣ ସୁସ୍ଥ ହୋଇଛନ୍ତି ।  ଆଜି ସକାଳ ୬ଟା ୫୦ରେ ଝଙ୍କଡ଼ବାସିନୀ […]

You May Like

Pin It on Pinterest