
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ବିଦେଶ ଗସ୍ତରେ ଯିବାର ଯୋଜନା ରହିଛି।ଆସନ୍ତା ୨୧ ତାରିଖରୁ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ଙ୍କ ସହ ପ୍ରଥମେ ଇଟାଲି ଓ ପରେ ସେଠାରୁ ଦୁବାଇ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି।
୨୦୧୨ ମସିହାରେ ଲଣ୍ଡନରେ ଏଭଳି ଏକ ବିଜିନେସ୍ ମିଟ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।୧୦ବର୍ଷ ପରେ ତାଙ୍କର ଏହା ଦ୍ବିତୀୟ ଗସ୍ତ । ଦୁବାଇରେ ଆୟୋଜିତ ଏକ ବିଜିନେସ୍ ମିଟ୍ରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେଠାରେ ତାଙ୍କ ସହ କେତେକ ମନ୍ତ୍ରୀ ଓ ସଚିବମାନେ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।