ନବୀନ ନିବାସରେ ବିଦାୟୀ ମନ୍ତ୍ରୀ, ସଂଗଠନ ଦାୟିତ୍ୱ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

ବାସ୍ତବବ୍ୟୁରୋ(ଭୁବନେଶ୍ବର): ନବୀନ ନିବାସରେ ବିଦାୟୀ ମନ୍ତ୍ରୀ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଦାୟୀ ମନ୍ତ୍ରୀ। ବିକ୍ରମ କେଶରୀ ଆରୁଖଙ୍କ ବ୍ୟତିର ଅନ୍ୟ ସମସ୍ତ ବିଦାୟୀ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଥିବା ଜଣାଯାଇଛି।

ଏହି ଅବସରରେ ବିଦାୟୀ ମନ୍ତ୍ରୀଙ୍କୁ ସଂଗଠନ ଦାୟିତ୍ୱ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପରଫରର୍ମନ୍ସ ଯୋଗୁଁ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇନି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମନ୍ତ୍ରିମଣ୍ଡଳ ବଦଳିବା ସ୍ୱାଭାବିକ ପ୍ରକ୍ରିୟା। କୋଭିଡ ସମୟରେ ଗୁରୁ ଦାୟିତ୍ୱ ବହନ କରିଥିବାରୁ ବିଦାୟୀ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ସେ ଆହୁରି କହିଥିଲେ, ଆପଣମାନେ ଦଳ ପାଇଁ କାମ କରନ୍ତୁ। ଆଗକୁ ୨୦୨୪ ନିର୍ବାଚନ ରହିଛି। ସଙ୍ଗଠନ କଥା ବୁଝନ୍ତୁ। ଦୁଇ ଚାରି ଦିନ ଭିତରେ ଖୁବଶୀଘ୍ର ସଙ୍ଗଠନ ଦାୟିତ୍ୱ ଦିଆଯିବ।

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଓ ଆଲୋଚନା କରିଥିବା ବିଦାୟୀ ମନ୍ତ୍ରୀ ମାନଙ୍କ ମଧ୍ୟରେ, ମନ୍ତ୍ରୀ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ସୁଦାମ ମାରାଣ୍ଡି, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ରଘୁନନ୍ଦନ ଦାସ, ପଦ୍ମନାଭ ବେହେରା, ପଦ୍ମିନୀ ଦିଆନ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନିରଞ୍ଜନ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ...

Mon Jun 6 , 2022
ପ୍ରମୋଦ ନାଏକ (ଭୁବନେଶ୍ୱର): ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ଦ୍ୱନ୍ଦ ନିର୍ବାଚିତ ହେଲେ ନିରଞ୍ଜନ ବିଶି । ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେଡି ର ପ୍ରାର୍ଥୀ ହୋଇଥିଲେ ନିରଞ୍ଜନ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ରହିଥିଲା ଶେଷ ତାରିଖ । ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ଥିଲା । ସଂଖ୍ୟା ଦୃଷ୍ଟିରୁ ବିଜେପି ଓ କଂଗ୍ରେସ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଇନଥିଲେ । ଯାହା ଦ୍ୱାରା ନିରଞ୍ଜନ ବିଶି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ […]

You May Like

Pin It on Pinterest