ସରକାରଙ୍କ ଶିକ୍ଷାନୀତି-ପାଲଟିଯାଇଛି ମହାଦୁର୍ନୀତି କଟକ ସିଟି କଲେଜରେ ମହା ଦୁର୍ନୀତିର ଗନ୍ଧ…

ସଂଜୟ ଶତପଥୀ(କଟକ): କଟକ ରାଜା ବଗିଚାସ୍ଥିତ ସୁଭାଷ ସ୍ମାରକୀ ସିଟି ମହାବିଦ୍ୟାଳୟ ମହାଦୁର୍ନୀତି ର ଗନ୍ଧରେ ଫାଟିପଡୁଛି।

ବିଶ୍ବସ୍ତ ସୂତ୍ରରୁ ଜଣାଯାଏ ଯେ, କଟକର କେନ୍ଦ୍ରସ୍ଥଳରେ ଏହି ଶିକ୍ଷାନୁଷ୍ଠାନ ଥୂବାବେଳେ ଏହି କଲେଜର ପରିଚାଳନା କମିଟିର ପୂର୍ବତନ ଅଧ୍ଯକ୍ଷ କଲେଜ ଠାରୁ ପ୍ରାୟ ୧୫ କି.ମି ଦୂରରେ ଥୂବା ଏକ ରାସ୍ତା ନଥିବା ଅଦରକାରୀ ଯାଗାକୁ ପ୍ରଥମେ ନିଜ ସ୍ତ୍ରୀ ଓ ନିଜର ଗୁମାସ୍ତାଙ୍କ ନାମରେ କମ୍ ଅର୍ଥରେ ଅର୍ଥାତ୍ ୨୮ ଲକ୍ଷରେ କ୍ରୟକରି ଠିକ୍ ୧ ବର୍ଷ ପରେ କଲେଜ କୁ ୨ କୋଟିରୁ ଅଧିକ ଅର୍ଥ ରେ ବିକ୍ରୀ କରିବା,ପରିଚାଳନା କମିଟିର ନିଷ୍ପତ୍ତି ବିରୁଦ୍ଧରେ ଯାଇ ନିଜ ଝିଅ କୁ କଲେଜରେ ଅଧ୍ଯାପିକାରେ ନିଯୁକ୍ତି ଦେବା ତଥା କଲେଜର ସାଇକେଲ ଷ୍ଟାଣ୍ଡରୁ ଆଦାୟ ଅର୍ଥ ବଜାର କମିଟିରେ ପଇଠ ନକରି ନିଜେ ଆତ୍ମସାତ କରିବା ଇତ୍ୟାଦି ବହୁ ଅନିୟମିତତା ଓ ମହାଦୁର୍ନୀତି ର ବିଧୂବଦ୍ଧ ତଦନ୍ତ କରିବାକୁ ଓ ଦୁର୍ନୀତିର ମୂଖ୍ଯ କଲେଜ ପରିଚାଳନା କମିଟିର ପୂର୍ବତନ ଅଧ୍ଯକ୍ଷ ଙ୍କ ବିରୁଦ୍ଧରେ କଡାକଡି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ନେଇ ଆଜି ରାଷ୍ଟ୍ରୀୟ ପଛୁଆ ବର୍ଗ ମହାସଂହାର ରାଜ୍ଯ ପ୍ରଭାରୀ ଶ୍ରୀ ସଞ୍ଜିତ୍ ସାମଲଙ୍କ ନେତୃତ୍ବ ରେ ଏକ ଦଳ ମାନନୀୟ ମହାନିର୍ଦ୍ଦେଶକ, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି।

ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ସାମଲ ଯଦି ଏହି ପରିପ୍ରେକ୍ଷୀରେ କୌଣସି ପଦକ୍ଷେପ ନ ନିଆଯାଏ ତେବେ କଲେଜର ଛାତ୍ରଛାତ୍ରୀମାନଙ୍କ ଭବିଷ୍ଯତକୁ ନଜର ରଖି ରାଷ୍ଟ୍ରୀୟ ପଛୁଆ ବର୍ଗ ମହାସଂଘ ଆନ୍ଦୋଳନ ଲାଗି ରାଜରାସ୍ତାକୁ ନିଶ୍ଚୟ ଓହ୍ଲାଇବ। ଏହି ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ଶ୍ରୀ ସାମଲଙ୍କ ସହ ମହାସଂଘ ର ସଦସ୍ଯ ସୁଧାଂଶୁ ପରିଡା, କହ୍ନେୟା ନାୟକ, ଉମାଶଙ୍କର ସାହୁ, ରଞ୍ଜନ ଦାସ ଓ ଅନ୍ଯାନ୍ଯ ସଦସ୍ଯମାନେ ଯୋଗ ଦେଇଥିଲେ।

ଶାନ୍ତିଶୃଙ୍ଖଳା ରକ୍ଷାଲାଗି ମଂଗଳାବାଗ ଥାନା ପକ୍ଷରୁ ଥାନାଧିକାରୀ ଶ୍ରୀ ସୁଧାଂଶୁ ଭୂଷଣ ଜେନାଙ୍କ ନେତୃତ୍ବ ରେ ବହୁ ଅଧୀକାରୀ ରାଜ୍ଯ ଦୁର୍ନୀତି ନିବାରଣ ବିଭାଗ କାର୍ଯ୍ଯାଳୟରେ ଉପସ୍ଥିତ ରହିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବର୍ଷା ଜନିତ ସମ୍ଭାବ୍ୟ ବନ୍ୟାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ୮ଟି ଅଗ୍ନିଶମ ବାହିନୀ ସହ ୨ଟି ଓଡ୍ରାଫ ଟିମ, ୨ ଟି ଏନଡିଆରଏଫ ଟିମ ପ୍ରସ୍ତୁତ...

Sat Aug 20 , 2022
ଭଦ୍ରକ ୨୦।୦୮: ବର୍ଷା ଜନିତ ସମ୍ଭାବ୍ୟ ବନ୍ୟାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ । ବର୍ଷା ପରେ ବନ୍ୟାକୁ ସାମ୍ନା କରିବା ପାଇଁ ଜିଲ୍ଲାରେ ୮ଟି ଅଗ୍ନିଶମ ବାହିନୀ ସହ ୨ଟି ଓଡ୍ରାଫ ଟିମ, ୨ ଟି ଏନଡିଆରଏଫ ଟିମ ସହ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ମୃତୟନ କରାଯାଇଛି । ସାଳନ୍ଦୀ ନଦୀର ବିଦ୍ୟାଧରପୁର କେନାଲ ଡିଭିଜନ ହଦଗଡ଼ ଡ୍ୟାମର ଗୋଟିଏ ଗେଟ ଖୋଲିଛି […]

You May Like

Pin It on Pinterest