ବିଜେପୁର ଗଞ୍ଜେଇଭାଟି ଛକଠାରେ ସ୍କୁଟି ସହ ଏହି ଟ୍ରକ୍‌ଟିର ମୁହାଁମୁହିଁ ଧକ୍କା ନାବାଳିକା ମୃତ,ଘଟଣାସ୍ଥଳରେ ଉତ୍ତେଜନା ପୋଲିସର ଲାଠି ଚାର୍ଜ…

ନବୀନ ଦାଶ(ବରଗଡ଼)୧୩/୦୯: ବିଜେପୁରର ଐତିହାସିକ ଅନନ୍ତବ୍ରତ ମହୋତ୍ସବ ଦେଖିବାକୁ ଆସୁଥିବା ସମୟରେ ମାଲବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି।ଆଜି ସକାଳ ୯ ଟା ସମୟରେ ପଦ୍ମପୁର ପଟରୁ ଓଡି ୧୭ଏନ -୫୦୧୫ ନମ୍ୱର ବିଶିିଷ୍ଟ ଏକ ୧୬ ଚକିଆ ମାଲବୋଝେଇ ଟ୍ରକ ଆସୁଥିବାବେଳେ,ସ୍ଥାନୀୟ ବିଜେପୁର ଗଞ୍ଜେଇଭାଟି ଛକଠାରେ ସ୍କୁଟି ସହ ଏହି ଟ୍ରକ୍‌ଟିର ମୁହାଁମୁହିଁ ଧକ୍କା ହୋଇଥିଲା ।ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଥିଲା ।

ସୂଚନା ଅନୁଯାଇ ନିକଟସ୍ଥ ପହଣ୍ଡି ଗ୍ରାମର ସୁନିତା ମେହେର ମାମୁଁ ଘରକୁ ମହୋତ୍ସବ ଦେଖିବାକୁ ସ୍କୁଟି ଯୋଗେ ଆସୁଥିବା ସମୟରେ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ସୁନିତାଙ୍କର ପ୍ରବଳ ରକ୍ତଶ୍ରାବ ହେବା ସହ, ସେ ସାଙ୍ଘାତିକ ଗୁରୁତର ଥିବା କାରଣରୁ ତାଙ୍କୁ ସଙ୍ଗେସଙ୍ଗେ ବରଗଡ ଖେଦାପାଲି ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା ।

ହେଲେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ କାରଣରୁ ତୁରନ୍ତ ବୁର୍ଲା ଭିମସାର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ତେବେ ସ୍ଥାନୀୟ ଲୋକେ ଟ୍ରକ ଡ୍ରାଇଭରକୁ ଗିରଫ କରିବା ଦାବିରେ ରାସ୍ତା ଅବରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହାକୁ ନେଇ ପୋଲିସ ଓ ଜନତା ମୁହାଁ ମୁହିଁ ସହ ଧସ୍ତାଧସ୍ତି ହୋଇଥିଲେ । ପରେ ପୋଲିସ ଲାଠି ଚାର୍ଜ କରିଛି । ଅନ୍ୟପଟେ ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅସହାୟକ ଦିବାକର ମଳିକ ପରିବାରକୁ ସହାୟତାର ହାତ ବଢାଇଲା "ହେଲ୍ପ ମି ଫାଉଣ୍ଡେସନ"...

Tue Sep 13 , 2022
ଜୟନ୍ତ ଶତପଥୀ(ଡେରାବିଶ):ଗତ ଜୁଲାଇ ମାସ ୧୯ ତାରିଖ ଦିନ ଡେରାବିଶ ବ୍ଲକ ଚାନ୍ଦୋଳ ପଞ୍ଚାୟତ ଗଣେଷ ପୁର ଗ୍ରାମର ଦିବାକର ମଳିକ ବିଲରେ ଚାଷ କାର୍ଯ୍ୟ କରୁଥିବା ସମୟରେ ବଜ୍ରାଘାତ ରେ ମୃତୁବରଣ କରିଥିଲେ । ବହୁତ କଷ୍ଟରେ ଗ୍ରାମର ଲୋକମାନେ ମାଗିଯାଚି ଶୁଦ୍ଧିକ୍ରିୟା କରିଥିଲେ, ଘରେ ଏକମାତ୍ର ରୋଜଗାରୀଆ ପୁଅ ଚାଲିଗଲା ପରେ ଅଶି ବର୍ଷୀୟା ବୃଦ୍ଧା ମା, ସ୍ତ୍ରୀ, ଓ ନାବାଳିକା ଝିଅ, କିଏ କରିବ ଘରର […]

You May Like

Pin It on Pinterest