
ଜୟନ୍ତ ଶତପଥୀ(ଡେରାବିଶ):ଡେରାବିଶ ବ୍ଲକ ନହଙ୍ଗ ପଞ୍ଚାୟତ ସନ୍ଥପୁରା ଦାମୋଦର ଜୀୟୁ ଯୁବକ ସଂଘ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି, ଏହି କାର୍ଯ୍ୟ କୁ ଭୂମିକା ଚକ୍ଷୁ ହସ୍ପିଟାଲ ର ବରିଷ୍ଠ ଡାକ୍ତର ପ୍ରକାଶ କୁମାର ମଳିକ,ଟେକ୍ନିସିଆଁଅନ କବିତା ଜେନା, ରୀନା ମହାନ୍ତି,ବ୍ଲକ ସଂଯୋଜଗ ପ୍ରଭାତ କୁମାର ବାରିକ ରୋଗୀ ମାନଙ୍କୁ ପରୀକ୍ଷା କରିଥିଲେ ।
ଏହି ଶିବିରରେ ୫୦ଜଣ ଆଖି ପରୀକ୍ଷା କରିଥିଲେ ସେଥି ମଧ୍ୟରୁ ଏକୋଇଶି ଜଣ ମୋତିଆ ବିନ୍ଦୁ ରୋଗୀ ବାହାରି ଥିଲେ ସେମାନଙ୍କୁ ହସ୍ପିଟାଲକୁ ସ୍ଥାନନ୍ତରିତ କରାଯାଇଥିଲା ସେମାନଙ୍କର ଚକ୍ଷୁ ଅସ୍ତ୍ରୋପଚାର କରାଯିବ ।ଏହି ଶିବିରକୁ ନାହଙ୍ଗ ପଞ୍ଚଯାତ ସମିତି ସଭ୍ୟା ଲଷ୍ମୀପ୍ରିୟା ସେଠୀ ଉଦଘାଟନ କରିଥିଲେ ।

ଏହି ଜନ ହିତକର କାର୍ଯ୍ୟକ୍ରମଟିକୁ ସମାଜସେବୀ ତଥା ଯୁବକ ସଂଘ ସଭାପତି ସୁବାଷ ସେଠୀ,ଉପସଭାପତି କୁମାର ରଞ୍ଜନ,ୱାର୍ଡ ମେମ୍ବର ଜୟନ୍ତ କୁମାର ସାହୁ,ସଞ୍ଜୟ ସାହୁ,ବନମାଳୀ ସାହୁ,ବୁଲା ବେହେରା,ଜଗନ୍ନାଥ ସେଠୀ,ରୀତିକ ରାଉତ,ଗୁଡ଼ୁ, ଲିଟୁ,କୁନମୁନ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହିପରି କାର୍ଯ୍ୟକ୍ରମ ଆଗକୁ ଜାରୀ ରହିବ ବୋଲି ସଭାପତି ପ୍ରକାଶ କରିଛନ୍ତି ।