
ନମିତା କୁଂଅର(ଭୁବନେଶ୍ୱର) ୨୯/୦୯:ଭୁବନେଶ୍ୱରର ଜନଗହଳି ଅଂଚଳ ମାଷ୍ଟରକ୍ୟାଣ୍ଟିନ ଛକରେ,ଦୁଇ ଅସାମାଜିକ ମାତାଲ ଯୁବକଙ୍କ ମଧ୍ୟରେ ମରଣାନ୍ତକ ଆକ୍ରମଣ ପ୍ରତି ଆକ୍ରମଣରେ ଅଶାନ୍ତ ହୋଇଉଠିଛି । ମାଷ୍ଟର କ୍ୟାଣ୍ଟିନ ଦୁଇଜଣ ଅସାମାଜିକ ଓ ମଦ୍ୟପ ଉଭୟ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଜଣେ ଯୁବକ ଘଟଣା ପରେ ସେଠାରୁ ଫେରାର ହେବାରେ ସକ୍ଷମ ହୋଇଛି । ଅନ୍ୟ ଆହତ ଯୁବକ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ଦୀର୍ଘ ସମୟ ପଡି ରହିବା ପରେ PCR ଭ୍ୟାନ ପହଁଚି ୧୦୮ ଆମ୍ବୁଲାନ୍ସ ସହାୟତାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛି । ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ ଭିତ୍ତିକରି ଏଭଳି ଘଟଣା ଘଟିଛି । ଆହତ ଯୁବକର ନାମ “ମୁନା” ବୋଲି ଜଣାପଡିଥିବା ବେଳେ ଫେରାର ଯୁବକର ନାମ ମିଳିପାରି ନାହିଁ ।



