ଗୁଜୁରାଟ ଉପକୂଳରେ ପାକିସ୍ତାନୀ ଡଙ୍ଗା ସହ ୩୫୦ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ…

ବାସ୍ତବବ୍ୟୁରୋ:ଇଣ୍ଡିଆନ୍ କୋଷ୍ଟଗାର୍ଡ ଏଟିଏସ୍ ଗୁଜୁରାଟ ଶନିବାର ସକାଳେ ମିଳିତ ଅପରେସନ୍ କରି ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ଏକ ପାକିସ୍ତାନୀ ଡଙ୍ଗା ଧରିଛି । ଅଲ ସାକାର ନାମକ ଏହି ଡଙ୍ଗାରୁ ୫୦ କିଲୋଗ୍ରାମ ହିରୋଇନ ଜବତ କରାଯାଇଛି।

ଡଙ୍ଗାରେ ଥିବା ୬ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ଆନ୍ତର୍ଜାତୀୟ ବଜାରରେ ହିରୋଇନ ମୂଲ୍ୟ ପ୍ରାୟ ୩୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅଧିକ ଅନୁସନ୍ଧାନ ପାଇଁ ଡଙ୍ଗାକୁ କୁଞ୍ଚ ଜିଲ୍ଲାର ଜାଖା ବନ୍ଦରକୁ ନିଆଯାଇଛି। ଏହାପୂର୍ବରୁ ସେପ୍ଟେମ୍ବର ୧୪ ରେ ପାକିସ୍ତାନୀ ଡଙ୍ଗାରୁ ୨୦୦ କୋଟି ମୂଲ୍ୟର ୪୦ କିଲୋଗ୍ରାମ ହିରୋଇନ ଜବତ କରାଯାଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଗୁଜୁରାଟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ପ୍ରଥମ ସୌର ଚାଳିତ ଗ୍ରାମକୁ ଲୋକାର୍ପଣ କରିବେ…

Sun Oct 9 , 2022
ବାସ୍ତବବ୍ୟୁରୋ:ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଗୁଜୁରାଟ ଗସ୍ତରେ ଯିବେ।ରବିବାର ଦିନ ପ୍ରଧାନମନ୍ତ୍ରୀ ଗୁଜୁରାଟର ମେହସାନା ଜିଲ୍ଲାର ମୋଧେରାକୁ ଭାରତର ପ୍ରଥମ ସୌର ଚାଳିତ ଗ୍ରାମ ବୋଲି ଘୋଷଣା କରିବେ। ଏହି ସୂଚନା ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ଗୁଜରାଟ ସରକାରଙ୍କ କହିବାନୁସାରେ,ଗାଁର ପ୍ରତ୍ୟେକଙ୍କ ଘର ଉପରେ ଏକ ହଜାରରୁ ଅଧିକ ଶକ୍ତିର ସୋଲାର ପ୍ୟାନେଲ ଲଗାଯାଇଛି, ଯାହା ଗ୍ରାମବାସୀଙ୍କ ପାଇଁ ୨୪ ଘଣ୍ଟା ବିଦ୍ୟୁତ ଉତ୍ପାଦନ କରିବ […]

You May Like

Pin It on Pinterest