ଦୀପାବଳିରେ ଝଲସିବ ରାଜଧାନୀ,ବାଣ ବିକ୍ରି ପାଇଁ ସରକାର ଦେଲେ ଅନୁମତି…

ବାସ୍ତବ ବ୍ୟୁରୋ : ଗତ ୨ ବର୍ଷ ହେବ କୋଭିଡ ପାଇଁ ଆଲୋକର ପର୍ବ ‘ଦୀପାବଳି’ ନିରାଡାମ୍ବର ଭାବେ ପାଳିତ ହୋଇ ଆସୁଥିଲା। କିନ୍ତୁ ଏଥର ସବୁଆଡେ ବହୁ ଆଡମ୍ବରରେ ଦୀପାବଳି ପାଳନ କରାଯିବ। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ବାଣ ବିକ୍ରି ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଭୁବନେଶ୍ବରରେ କେଉଁଠାରେ ବାଣ ବଜାର ଖୋଲିବ ସେ ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମାନସ ରଂଜନ ସାମଲ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କମିସନରଙ୍କୁ ଚିଠି ଲେଖିଛନ୍ତି ଯେ, ଭୁବନେଶ୍ବର ସ୍ଥିତ ଗାଡ଼କଣର ସବରସାହି ମେଳଣ ପଡ଼ିଆ, ବମିଖାଲର ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ, ପାଣ୍ଡରାର ପଳାସୁଣୀ ବିଜୁ ପଟ୍ଟନାୟକ ଖେଳ ପଡ଼ିଆ, ବାପୁଜୀ ନଗରର ୟୁନିଟ-୧ ହାଇସ୍କୁଲ ପଡ଼ିଆ ପଛପଟ, ଲକ୍ଷ୍ମୀସାଗର-୨ର ଲକ୍ଷ୍ମୀସାଗର ମେଳନ ପଡ଼ିଆ, ବଡ଼ଗଡ଼ର ବିଡିଏ ମାର୍କେଟ ପାର୍ଶ୍ବ  ସହିତ ୨ଟି ସ୍ଥାନରେ ବାଣ ବିକ୍ରି ହେବ।

ବାଣ ବିକ୍ରି ବେଳେ ଯେପରିକି ଅଘଟଣ ରୋକିବାକୁ ଦୃଷ୍ଟିରେ ରଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବ। ସେହିପରି ଅଗ୍ନିଶମ ବାହିନୀ ଉପସ୍ଥିତ ରହିବେ ଏବଂ ଦଳକଳଗୁଡ଼ିକ ଏହି ସ୍ଥାନଗୁଡ଼ିକରେ ରହିବ। ଲାଇସେନ୍ସ ପ୍ରାପ୍ତ ଦୋକାନୀ ଆବଶ୍ୟକ ଶୁଳ୍କ ଦେଇ ଏହି ସ୍ଥାନରେ ବାଣ ଦୋକାନ ଖୋଲିପାରିବେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡ଼ିଶାରୁ ମୌସୁମୀ ଫେରିବାର ବେଳ; ଅଧିକ ସକ୍ରିୟ ହେବ ୨୦ ତାରିଖରେ ହେବାକୁ ଥିବା ଲଘୁଚାପ...

Sun Oct 16 , 2022
ବାସ୍ତବ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସୂଚନାନୁଯାୟୀ ଓଡ଼ିଶାରୁ ଫେରିଯିବ ମୌସୁମୀ । ମୌସୁମୀ ଫେରିବା ଖବର ଲଘୁଚାପକୁ ଅଧିକ ଶକ୍ତିଶାଳୀ କରିବ ଓ ଘନୀଭୂତ ହେବାର ଆଶଙ୍କାକୁ ଦୃଢ଼ୀଭୂତ କରୁଛି। ଆସନ୍ତା ୨ ଦିନ ମଧ୍ୟରେ ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକର ଅନେକ ଅଞ୍ଚଳରୁ ମୌସୁମୀ ଅପସାରଣ ହେବା ପାଇଁ ପାଗ ଅନୁକୂଳ ହେବାରେ ଲାଗିଛି। ଏହାଭିତରେ ରହିଛି ଓଡ଼ିଶା। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଏବେ ସକ୍ରିୟ ରହିଥିବା ବେଳେ […]

You May Like

Pin It on Pinterest