କଟକରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ମହାସମାରୋହରେ ଅନୁଷ୍ଠିତ

ସଂଜୟ ଶତପଥୀ(କଟକ):ଆଜି ରୁପାର ନଗରୀ କଟକର ଅନ୍ୟତମ ଶ୍ରେଷ୍ଠ ତଥା ଖ୍ୟାତନାମା ବିଦ୍ୟାଳୟ ରେଭେନ୍ସା କଲିଜିଏଟ୍ ସ୍କୁଲ ପରିସରରେ କଟକ ଜିଲ୍ଲାର ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି। ମହୋତ୍ସବରେ ମୂଖ୍ୟ ଅତିଥି ଭାବେ କଟକ ମହାନଗର ନିଗମ ର ମାନନୀୟ ମେୟର ଶ୍ରୀ ସୁବାସ ସିଂ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ. ସନ୍ତୋଷ କୁମାର ରାଉତ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଦୀପ୍ତିମୟୀ ଶୁଭଦର୍ଶୀନି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ ଓ ବରେଣ୍ୟ ଅତିଥି ଭାବେ ରେଭେନ୍ସା କଲିଜିଏଟ୍ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଡଃ ଅନୁସ୍ମିତା ସ୍ଵାଇଁ ଯୋଗ ଦେଇ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ପ୍ରୟାସ ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଓ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଆଗକୁ ବଢ଼ିବାରେ ଉତ୍ସାହ ପ୍ରଦାନ କରିବ ବୋଲି ମତବ୍ୟକ୍ତ କରିଥିଲେ।

ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ମଣ୍ଡଳସ୍ତରୀୟ ବିଜେତା ବରିଷ୍ଠ ଓ କନିଷ୍ଠ ବିଭାଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ତର୍କ, ସଙ୍ଗୀତ, ଚିତ୍ରାଙ୍କନ, ସୃଜନଶୀଳ ଲେଖନୀ, ରଚନା,ଏକକ ନୃତ୍ୟ, ସମବେତ ନୃତ୍ୟ ଅନୁଷ୍ଠିତ ହେବା ସହ ବିଜେତା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଜିଲ୍ଲାର ସମସ୍ତ ‌ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ/ସଂଯୋଜିକା ମାନଙ୍କୁ ପ୍ରତିଯୋଗିତାରେ ବିଚାରକ ଭାବେ ନିୟୋଜିତ କରାଯାଇଥିଲା। ଅବଶେଷ ରେ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀମତୀ ସରସ୍ଵତୀ କାନୁନଗୋ ଧନ୍ୟବାଦ ଅର୍ପଣ କରିଥିଲେ।‌

ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରି‌ କାର୍ଯ୍ୟକ୍ରମକୁ ‌ସଫଳ କରିବା ସହ କଟକର ସମ୍ମାନ କୁ ଆଗକୁ ନେବାର ପ୍ରୟାସ ଲାଗି ରେଭେନ୍ସା କଲିଜିଏଟ୍ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ କଟକ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ପ୍ରତିଯୋଗୀ , ଅଭିଭାବକ ତଥା ବିଭିନ୍ନ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀମାନେ ଭୂରି ଭୂରି ପ୍ରଶଂସା କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏ ବିଜୟ ଧାମନଗରବାସୀଙ୍କର ପ୍ରାର୍ଥୀ ନୁହେଁ ପୁଅ ଭାବି ଜିତାଇଛନ୍ତି- ସୂର୍ଯ୍ୟବଂଶୀ ସୂରଜ...

Sun Nov 6 , 2022
ଭଦ୍ରକ: ଧାମନଗରରେ ଉପନିର୍ବାଚନରେ ସୂର୍ଯ୍ୟବଂଶୀ ସୂରଜ ୯୭୪୨ ଖଣ୍ଡ ଭୋଟ୍‌ରେ କଲେ ବାଜିମାତ୍‌। ପୁଣି ଥରେ ପଦ୍ମ ଫୁଟିଲା । ଧାମନଗରବାସୀ ଭାରତୀୟ ଜନତା ପାର୍ଟି (ବିଜେପି)ଉପରେ ଭରସା ରଖିଲେ ।ଯଦିଓ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଔପଚାରିକ ଭାବେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇ ନାହିଁ।ହେଲେ ଧାମନଗର ବାସି ବିଜେପିର ବିଜୟ ଉସଃଛବରେ ମତୁଆଲା । ଏନେଇ ସୁରଜ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମୋତେ ପୁଅ ଭାବୁଥିଲେ ଧାମନଗର […]

You May Like

Pin It on Pinterest