କେନ୍ଦ୍ରାପଡାରେ କେମିତି ପହଞ୍ଚିଲା କୋରୋନା

କେନ୍ଦ୍ରାପଡ଼ା ଆଳି ଥାନା ଠାରୁ 2-3 କିଲୋମିଟର ଦୂର ଗୋଟିଏ ଗାଁର ଜଣେ ଓଡ଼ିଆ ଯୁବକ ଆବୁଧାବିରେ ପାଣିପାଇପ୍ ମିସ୍ତ୍ରୀ କାମ କରନ୍ତି ! କରୋନା ପାଇଁ ସାରା ଦେଶ ଯେତେବେଳ ଥରହର ସେ ସମୟରେ ସେ ଦୁବାଇ ବାଟ ଦେଇ ଗାଁକୁ ଫେରି ଆସିଲେ ! 22 ରେ ଆନ୍ତର୍ଜାତୀୟ ଉଡାଣ ବନ୍ଦ ର ପୂର୍ବଦିନ ଅର୍ଥାତ୍ 21 ତାରିଖରେ ଦୁବାଇରୁ ଆସି ଦିଲ୍ଲୀରେ ପହଂଚିବା ପରେ ସେଠି 2 ଦିନ ଜଣେ ସମ୍ପର୍କୀୟଙ୍କ ଘରେ ରହିଲେ! ଟ୍ରେନ୍ ଚଳାଚଳ ସାରା ଦେଶରେ ବନ୍ଦ ଥିବାରୁ ଓ 25 ତାରିଖରେ ଘରୋଇ ଉଡାଣ ବନ୍ଦ ହେଉଥିବାରୁ ଗାଁକୁ ଆସିବା ଲାଗି 23 ତାରିଖ ଫ୍ଲାଇଟରେ ଟିକଟ କାଟିଲେ ! 23 ରେ ଭୁବନେଶ୍ଵର ଆସି ଗୋଟେ ଦିନ ଭୁବନେଶ୍ଵରରେ ରହିଲେ ! ଲକଡାଉନ୍ ବ୍ୟବସ୍ଥା ସତ୍ତ୍ୱେ 24 ତାରିଖରେ 2 ଜଣ ସାଙ୍ଗ ତାଙ୍କୁ ଭୁବନେଶ୍ୱରରୁ ଗୋଟେ ଗାଡି କରି ଆଣି ଗାଁରେ ଛାଡିଲେ ! ପୁଅ ଏତେ ଅସୁବିଧା ଭିତରେ ଘରେ ପହଂଚି ପାରିଥିବାରୁ ତାଙ୍କର ଚାରିଜଣିଆ ପରିବାର ବେଶ୍ ଖୁସି ହୋଇଥିଲେ ! ଗୋଟିଏ ଖଞ୍ଜା ତଳେ ଦାଦା ବଡବାପା ହୋଇ ରହୁଥିବା 4 ଘରର ବଡ ଯୌଥ ପରିବାର ମଧ୍ଯ ଖୁସିରେ ଠାକୁରଙ୍କୁ ମୁଣ୍ଡିଆ ମାରି ଆଶ୍ୱସ୍ତି ଅନୁଭବ କଲେ ! ହେଲେ ଖୁସି ସଙ୍କଟରେ ପରିବର୍ତ୍ତନ ହେବାକୁ ବେଶୀ ସମୟ ଲାଗିଲାନି !

ଗାଁରେ ସ୍ଵତନ୍ତ୍ର ପୃଥକବାସ ବ୍ଯବସ୍ଥା ସରକାର କରିଥିବା ସତ୍ତ୍ୱେ ବିଦେଶ ଫେରନ୍ତା ଯୁବକ ଜଣକ ସେଠି ରହିବାକୁ ଚାହିଁଲେ ନାହିଁ ! ତାଙ୍କର କିଛି ହୋଇନି, ତେଣୁ ଘରେ ରହିବେ ବୋଲି ଜିଦ୍ ଧରିଲେ ! ତାଙ୍କ ଜିଦ୍ ରହିଲା ଓ ନିଜ ଯୌଥ ପରିବାର ସହ ତାଙ୍କୁ ରହିବାକୁ ଦିଆଗଲା ! 15 ହଜାର ଟଙ୍କା ଓ ସରକାରୀ ନିୟମ ପାଇଁ ବିଦେଶ ଫେରନ୍ତା ବୋଲି ପଞ୍ଜିକରଣ ମଧ୍ଯ କଲେ ଓ ଘରେ ସଂଗରୋଧରେ ରହିବାର ଘୋଷଣାନାମା ଦେଲେ l ଅଥଚ ନିଷ୍ଠାର ସହ ପାଳିଲେନି ! କେନ୍ଦ୍ରପଡା ପୁଲିସ ଲୋକଙ୍କଠାରୁ ‘ଗୁଜବ ପରିବର୍ତ୍ତେ ଗୁପ୍ତ ତଥ୍ଯ’ ମାଗିବାରେ ସମ୍ପୃକ୍ତ ଯୁବକ ଆଳି ଥାନାକୁ ଆସି ସଙ୍ଗରୋଧରେ ରହିବାର ପ୍ରତିଶ୍ରୁତି ମଧ୍ଯ ଦେଲେ ! ହେଲେ ପାଳିଲେ ନାହିଁ ! ତାଙ୍କୁ ଦୁଇ ଦୁଇ ଥର ଆଳି ଓ ଗାଁ ପାଖ ବଜାରରେ ବୁଲିବା ଓ ସଉଦା କିଣିବା, ଔଷଧ କିଣିବା ଆଦି ସ୍ଥାନୀୟ ଲୋକ ଦେଖିଛନ୍ତି !

ପଞ୍ଜିକରଣ ଯୋଗୁଁ ସରକାରୀ ନଜରରେ ଥିବା ଯୁବକ ଜଣକ ଗତ 5 ତାରିଖରେ କେନ୍ଦ୍ରାପଡ଼ା ଯାଇ ନମୂନା ଦେବା ପରେ ଗତ କାଲି ତାଙ୍କର ପଜିଟିଭ୍ ଆସିଛି ଓ ଚିକିତ୍ସା ପାଇଁ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି ! ଏବେ ପ୍ରଶାସନ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବାରେ ଲାଗିଛି ! ଭଗବାନ କରନ୍ତୁ ସେ ଶୀଘ୍ର ଭଲ ହୁଅନ୍ତୁ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଭଲ ଥାଉ !

ଏବେ ଅନୁମାନ କରନ୍ତୁ ଟିକେ ଅସଚେତନତା ଯୋଗୁଁ ଦିଲ୍ଲୀ, ଭୁବନେଶ୍ବର, କେନ୍ଦ୍ରପଡା, ଆଳି ଓ ତାଙ୍କ ଗାଁର କେତେ ଲୋକ ତାଙ୍କ ସଂସ୍ପର୍ଶରେ ଆସିଥିବେ ! ତେଣୁ ତ ଏହି ଘଡିସନ୍ଧି ସମୟରେ ସମସ୍ତ ସରକାରୀ ନିୟମ ତଥା ପୃଥକବାସ ବ୍ଯବସ୍ଥା ଓ ଲକଡାଉନ୍ ବେଳେ ଘରେ ରହିବା ବ୍ୟବସ୍ଥାକୁ କଡାକଡି ମାନିବା ଦରକାର ପଡୁଛି !

ଏହା ସହ ଏଭଳି କ୍ଷେତ୍ରରେ ସର୍ବସାଧାରଣଙ୍କ ସୁରକ୍ଷା ପାଇଁ ଆକ୍ରାନ୍ତଙ୍କ ପରିଚୟ ମଧ୍ଯ ସରକାର ପ୍ରଘଟ କରିବା ଜରୁରୀ ହୋଇଛି !

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜାରିହେଲା ଟେଲିମେଡିସିନ୍ ହେଲ୍ପଲାଇନ୍

Tue Apr 7 , 2020
ବାସ୍ତବ ବ୍ୟୁରୋ-କରୋନାକୁ ରୋକିବା ପାଇଁ ରାଜ୍ୟ ସରକାର ଯଥାସମ୍ଭବ ସବୁ ପ୍ରାୟଶଃ କରୁଛନ୍ତି, ତେବେ ତାଲାବନ୍ଦ ସମୟରେ ଲୋକମାନେ କଭଳି ଡାକ୍ତରୀ ସେବା ଘରେ ପାଇପାରିବେ ସେନେଇ ସରକାର ଆଣିଛନ୍ତି ଏକ ସ୍ୱତନ୍ତ୍ର ବ୍ୟବସ୍ଥା । ଲୋକଙ୍କୁ ଫୋନରେ ମିଳିବ ଡାକ୍ତରୀ ସେବା । ରାଜ୍ୟ ସରକାର ଜାରି କରିଥିବା ଆଉ ଏକ ନୂଆ ହେଲ୍ପଲାଇନ୍ ନମ୍ବର-୧୪୪୧୦କୁ କଲ୍ କରି ଘରେ ବସି ପାଇପାରିବେ ସେବା । ଆସନ୍ତାକାଲି (ବୁଧବାର) ଠାରୁ […]

You May Like

Pin It on Pinterest