
ବାସ୍ତବ ବ୍ୟୁରୋ : ଆଜି(ବୁଧବାର) ଦିନ ୧୧ଟାରେ ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା। ଭଦ୍ରକ , ଯାଜପୁର , କେନ୍ଦୁଝର ଜିଲ୍ଲା ପ୍ରଚଣ୍ଡ ଶବ୍ଦ ହୋଇଛି । ଯାହାଫଳରେ ଲୋକେ ଭୟଭୀତ ହୋଇଯାଇଥିଲେ । କିନ୍ତୁ ଏହା ୧୦ ମିନିଟ୍ ଭିତରେ ଆଉ ଏକ ଶବ୍ଦ ହୋଇଥିଲା । ଶବ୍ଦର ମାତ୍ରା ଏପରି ଥିଲା ଯେ କିଛି କ୍ଷଣ ପାଇଁ ଘରଦ୍ବାର ଦୋହଲି ପଡ଼ିଥିଲା। ପ୍ରତ୍ୟେକ୍ଷଦର୍ଶୀଙ୍କଠାରୁ ପ୍ରକାଶ ଯେ ଲଗାତର ଅଳ୍ପ କିଛି ସେକେଣ୍ଡ୍ ବ୍ୟବଧାନରେ ୨ଟି ବଡ଼ ଧରଣର ବିସ୍ପୋରଣଜନିତ ଶବ୍ଦ ଅନୁଭୂତ ହୋଇଥିଲା।
ବୋମାମାଡ଼ ଭଳି ଭୟଙ୍କର ଶବ୍ଦରେ ଥରିଲା ପୁରା ଅଞ୍ଚଳ । ଘରେ ଥିବା ଲୋକେମାନ ବାହାରକୁ ଆସିଯାଇଥିଲେ । ତେବେ କେଉଁ କାରଣକୁ ନେଇ ଏପରି ଶବ୍ଦ ହୋଇଛି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି ।
ତେବେ ଏହି ଘଟଣାକୁ ଅନେକ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏହାର ଉତ୍ସ ସଂପର୍କରେ ଏବେ ଯାଏଁ କୌଣସି ସୂଚନା ମିଳିପାରି ନାହିଁ। କେନ୍ଦୁଝର ଜିଲ୍ଲାର ଘଷିପୁରା ଯାଜପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ହୋଇଥିବାରୁ ଏହି ପ୍ରଚଣ୍ଡ ଶବ୍ଦ ମଧ୍ୟ ଯାଜପୁର ଜିଲ୍ଲାର ବେଶ୍ କିଛି ଅଞ୍ଚଳକୁ ଶୁଣାଯାଇଛି।