ମେକ୍‌ ଇନ୍‌ ଓଡିଶା କନକ୍ଲେଭରେ ଉନ୍ମୋଚନ ହେଲା ଶିଳ୍ପ ନୀତି ୨୦୨୨

ବାସ୍ତବ ବ୍ୟୁରୋ: ମେକ୍‌ ଇନ୍‌ ଓଡିଶା କନକ୍ଲେଭରେ ଉନ୍ମୋଚନ ହେଲା ନୂଆ ଶିଳ୍ପ ନୀତି ୨୦୨୨ । ଏହାକୁ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ଶିଳ୍ପ ନୀତି ସମ୍ପର୍କରେ ସୂଚନା ଦେଇ ଶିଳ୍ପ ସଚିବ କହିଛନ୍ତି ଆଜି ଠାରୁ କାର୍ଯ୍ୟକ୍ଷମ ହେଲା ଶିଳ୍ପ ନୀତି ୨୦୨୨ । ଯେଉଁଥିରେ ପ୍ରାୟୋରିଟି ଓ ଥ୍ରଷ୍ଟ ଭଳି ଦୁଇଟି ସେକ୍ଟରକୁ ପ୍ରାଧାନ୍ୟ ଦିଆଯାଇଛି । ଯେଉଁ କ୍ଷତ୍ରରେ ୨୦୦ରୁ ଅଧିକ ଓଡ଼ିଆ ଲୋକେ ନିଯୁକ୍ତି ପାଉଥିବା ସେକ୍ଟରକୁ ପ୍ରାୟୋରିଟି ସେକ୍ଟର ଏବଂ ୧୦୦୦ରୁ ଅଧିକ ଓଡ଼ିଆ ନିଯୁକ୍ତି ପାଉଥିବା ସେକ୍ଟରକୁ ଥ୍ରଷ୍ଟ ସେକ୍ଟର ଭାବେ ବିବେଚନା କରାଯିବ । ବିଜୁ ଇକୋନୋମି କରିଡ଼ରକୁ ଏହି ପଲିସିରେ ଥ୍ରଷ୍ଟ ସେକ୍ଟର ଭାବେ ବିବେଚନା କରାଯାଇଛି ।

ସୂଚନାନୁଯାୟୀ, ରାଜ୍ୟ ସରକାର ପ୍ରାୟୋରିଟି ସେକ୍ଟର ପୁଞ୍ଜି ନିବେଶରେ ୨୦ ପ୍ରତିଶତ ଓ ଥ୍ରଷ୍ଟ ସେକ୍ଟରରେ ୩୦ ପ୍ରତିଶତ ସବସିଡି ଯୋଗାଇ ଦେବେ। ସେହିପରି ବିଜୁଳିରେ ୧୦ ବର୍ଷ ପର୍ଯ୍ୟନ୍ତ ୟୁନିଟ ପିଛା ୨ ଟଙ୍କା ଲେଖାଏଁ ବିଜୁଳି ଶୁଳ୍କ ଛାଡ଼ କରିବେ ସରକାର । ମାନବ ସମ୍ବଳ କ୍ଷେତ୍ରରେ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ୭ ବର୍ଷ ପର୍ଯ୍ୟନ୍ତ ESI ଏବଂ EPF ଶହେ ପ୍ରତିଶତ ଛାଡ଼ ହେବା ସହ ପ୍ଲାଣ୍ଟ ଓ ମେସିନାରୀ କ୍ଷେତ୍ରରେ ରାଜ୍ୟ ଜିଏସଟି ଛାଡ଼ କରିବେ ରାଜ୍ୟ ସରକାର ।

ଶିଳ୍ପପତିମାନଙ୍କୁ ଆକୃଷ୍ଟ କରିବାକୁ ଜମି ଆବଣ୍ଟନକୁ ସୁଗମ କରିଛନ୍ତି ରାଜ୍ୟ ସରକାର । ୩୦ ଦିନ ଭିତରେ ୩୦ ଏକର, ୫୦ ଦିନରେ ୫୦ ଏକର ଓ ୧୦୦ ଦିନରେ ୧୦୦ ଏକର ଜମି ଯୋଗାଇ ଦିଆଯିବ । ପାଣି, ବିଜୁଳି ଓ ଗମନା ଗମନ ସୁବିଧା ସହ ଜମି ଯୋଗାଇ ଦିଆଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅତାବିରା ରାସ୍ତାରେ ଅଙ୍ଗନବାଡ଼ି କର୍ମୀ ଙ୍କ ମାଣବସା ଗୁରୁବାର...

Thu Dec 1 , 2022
ବରଗଡ଼:-୧.୧୨(ଉ.ସ.ପ୍ର.ନବୀନ ଦାଶ) ଗତ ନଭେମ୍ବର ୨୧ତାରିଖ ଦିନ ଠାରୁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘ ମାନଙ୍କ ପକ୍ଷରୁ ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ପୂରଣ ନିମନ୍ତେ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କ ରେ କାର୍ଯ୍ୟ ବନ୍ଦ୍ ଆନ୍ଦୋଳନ ଜାରି ରହିଥିବା ବେଳେ, ଅତାବିରା ବ୍ଲକ ପରିସର ରେ ଥିବା ଆଇ ସି ଡି ଏସ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୪ଦିନ ଧରି ଧାରଣା ରେ ବସିଥିଲେ ହେଁ କେହି ଶୁଣିବାକୁ ନାହାନ୍ତି […]

You May Like

Pin It on Pinterest