
ଭୁବନେଶ୍ୱର(ପ୍ରମୋଦ ନାୟକ): ସମସ୍ତେ ନୂଆ ବର୍ଷ ଅପେକ୍ଷାରେ ଆଜି ବିଦାୟ ନେବ ୨୦୨୨ । ସମସ୍ତଙ୍କର ଅପେକ୍ଷା ଜିରୋ ନାଇଟ୍ ସେଲିବ୍ରେଶନକୁ ।ସ୍ବାଗତ କରିବେ ୨୦୨୩(ନୂଆବର୍ଷ)କୁ।
ନାଚ ଗୀତ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବିଭିନ୍ନ କ୍ଲବ୍ ଏବଂ ହୋଟେଲରେ ହେଉଛି ବଡ଼ ଆୟୋଜନ। ସହରର ବିଭିନ୍ନ କ୍ଲବ ଓ ହୋଟେଲରେ ସୁସ୍ୱାଦୁ ଖାଦ୍ୟପେୟର ବ୍ୟବସ୍ଥା ବି କରାଯାଇଛି।
ଏହି ନୂଆବର୍ଷ ସେଲିବ୍ରେସନ ଭୁବନେଶ୍ୱରବାସୀ କିପରି ନିରାପତା ଭାବେ କରିବେ ସେ ନେଇ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଭିଡିଓ ବାର୍ତ୍ତା ମାଧ୍ୟମରେ ସଚେତନ କରିଛନ୍ତି।
ସେ କହିଛନ୍ତି,
୧-ନୂଆବର୍ଷ ସେଲିବ୍ରେସନ ବେଳେ ଟ୍ରାଫିକ୍ ନିୟମ ମାନନ୍ତୁ।
୨-ମଦ ନିଶାରେ ଗାଡ଼ି ଚଲାନ୍ତୁ ନାହିଁ।
୩-୫୦ କିମିରୁ ଅଧିକ ବେଗରେ ଗାଡ଼ି ଚଲାନ୍ତୁ ନାହିଁ।
୪-ପାର୍ଟିକୁ ଯାଉଥିଲେ ସାଥିରେ ଡ୍ରାଇଭର ନେଇକି ଯାଆନ୍ତୁ।
୫-ନୋ ପାର୍କିଂ ଜୋନ୍ରେ ଗାଡ଼ି ରଖନ୍ତୁ ନାହିଁ।
ଡିସିପି ଆହୁରି କହିଛନ୍ତି, ନୂଆବର୍ଷ ପାଇଁ ବିଭିନ୍ନ ସ୍ଥାନରେ ଚେକିଂ କରାଯିବ। କେହି ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।