ବାସ୍ତବ ବ୍ୟୁରୋ: ଚଳିତ ବର୍ଷ ମାର୍ଚ୍ଚ ୧୦ରୁ ଆରମ୍ଭ କରି ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ। ଆଜି(ଗୁରୁବାର) ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବୋର୍ଡ ସଭାପତି।
ଚଳିତ ବର୍ଷ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା ଶେଷ ହୋଇଯାଇଥିବା ବେଳେ ରେଜଲ୍ଟ ପ୍ରକାଶ ପାଇନି। ଆସନ୍ତା ୧୦ ଦିନ ଭିତରେ ସମେଟିଭ-୧ ପରୀକ୍ଷାର ଫଳ ବାହାରିବ । ଯେଉଁମାନେ ସମେଟିଭ-୧ ପରୀକ୍ଷା ଦେଇଛନ୍ତି ସେମାନେ ସମେଟିଭ-୨ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହେବେ। ସମେଟିଭ-୧ ପରୀକ୍ଷା ଦେଇ ନ ଥିବା ପିଲାମାନେ ବି ସମେଟିଭ-୨ ପରୀକ୍ଷା ଦେବାକୁ ଯୋଗ୍ୟ। କିନ୍ତୁ ସମେଟିଭ-୧ ପରୀକ୍ଷାର ମାର୍କ ସେମାନଙ୍କ ମାର୍କରୁ ବାଦ୍ ପଡ଼ିବ। ଉଭୟ ସମେଟିଭ ପରୀକ୍ଷାର ପାର୍ଟନ ସମାନ।
ମାଟ୍ରିକ ପରୀକ୍ଷା ପାଇଁ ଖୁବ୍ ଶୀଘ୍ର ଅନଲାଇନ୍ରେ ଫର୍ମ ଫିଲ୍ ଅପ୍ ହେବ । ସେହିପରି ନବମ ଶ୍ରେଣୀ ପରୀକ୍ଷା ପାଇଁ ମଧ୍ୟ ତାରିଖ ଘୋଷଣା କରାଯାଇଛି। ଫେବୃଆରୀ ୨୦ରୁ ୨୫ ପର୍ଯ୍ୟନ୍ତ ନବମ ଶ୍ରେଣୀ ପରୀକ୍ଷା ହେବ ବୋଲି ଘୋଷଣା ହୋଇଥିବା ବେଳେ ଫେବୃଆରୀ ୨୨ରୁ ୨୮ ପର୍ଯ୍ୟନ୍ତ ମୂଲ୍ୟାୟନ କରାଯିବ ।