ପୁଞ୍ଚ୍ ରେ ଆତଙ୍କି ହାମଲାରେ ସହିଦ୍ ମାନଙ୍କୁ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି….

ପୁରୁଷୋତ୍ତମ ମହାପାତ୍ର(ଭଞ୍ଜନଗର):ଜାମୁ କାଶ୍ମୀର ପୁଞ୍ଚ ଜିଲ୍ଲାରେ ଆତଙ୍କୀ ହମଲାରେ ଗୁରୁବାର ସହିଦ ହୋଇଥିବା ୫ ଜଣ ବୀର ଯବାନଙ୍କ ସ୍ମୃତି ଉଦେଶ୍ୟରେ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ମହମବତୀ ଶୋଭାଯାତ୍ରା ସହ ନିରବ ପ୍ରାଥନା କରାଯାଇଥିଲା ।ସଙ୍ଘର ସଭାପତି ପ୍ରଦୀପ କୁମାର ସ୍ୱାଇଁ ନେତୃତ୍ୱରେ ସଙ୍ଘର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସ୍ଥାନୀୟ ରଘୁନାଥ ମନ୍ଦିରରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଥାନା ନିକଟରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାଇଥିଲା ।

ସୂଚନା ଯୋଗ୍ୟ ଯେ ଗୁରୁବାର ଜାମୁ କାଶ୍ମୀରର ରାଜୌରୀ ସେକ୍ଟରରେ ଅଜ୍ଞ୍ୟାତ ଆତଙ୍କବାଦୀଙ୍କ ଦ୍ୱାରା ଗ୍ରେନେଡ଼ ବ୍ୟବହାର ହେତୁ ଏକ ସେନା ଟ୍ରକରେ ନିଆଁ ଲାଗିଯାଇଥିଲା, ଏହି ଅଂଚଳରେ ଆତଙ୍କବାଦୀ ମୁକାବିଲା ପାଇଁ ନିୟୋଜିତ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର ପାଞ୍ଚ ଜଣ ଯବାନ ଦୁର୍ଭାଗ୍ୟବଶତ ଏହି ଘଟଣାରେ ପ୍ରାଣ ହରାଇଛନ୍ତି, ଅନ୍ୟ ଜଣେ ଗୁରୁତର ଆହତ ଯବାନଙ୍କୁ ତୁରନ୍ତ ରାଜୋରୀ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି,
ମୃତକଙ୍କ ନାମ ହାବିଲଦାର ମନ୍ଦୀପ ସିଂ / ଏନ କେ କୁଲବନ୍ତ ସିଂ, କନେଷ୍ଟେବଳ ହରିକିଷାନ ସିଂ ଏବଂ ପଞ୍ଜାବର କନଷ୍ଟେବଳ ସେୱାକ ସିଂ ଏବଂ ଓଡିଶାର ଏଲ / ଏନ କେ ଦେବାଶିଷ ବିଶ୍ୱାଳ ବୋଲି ଜଣାପଡିଛି, ଆତଙ୍କବାଦୀଙ୍କ ଦ୍ୱାରା ଗ୍ରେନେଡ଼ ବ୍ୟବହାର ହେତୁ ଗାଡ଼ିରେ ନିଆଁ ଲାଗିଛି ବୋଲି ଉଧାମପୁର ସ୍ଥିତ ଉତ୍ତର କମାଣ୍ଡ ଏକ ବିବୃତିରେ କହିଛି, ଗୁରୁବାର ଦିନ ଅପରାହ୍ନ ପ୍ରାୟ 3ଟା ସମୟରେ ରାଜୋରୀ ସେକ୍ଟରର ଭୀମବର ଗାଲି ଏବଂ ପୁଞ୍ଚ ମଧ୍ୟରେ ସେନା ଗାଡି ଚାଲୁଥିବା ବେଳେ ଏହି ଘଟଣା ଘଟିଥିଲା ।

ସେୟାର କରନ୍ତୁ

Next Post

ପଶ୍ଚିମା ଝଡ଼ ପ୍ରତି ସତର୍କ ରହିବାକୁ ପରାମର୍ଶ; ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ...

Mon Apr 24 , 2023
ବାସ୍ତବ ବ୍ୟୁରୋ: କାଳବୈଶାଖୀର ପ୍ରଭାବରେ ଏବେ ସାରା ରାଜ୍ୟରେ କୋହଲା ପାଗ । ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ରହିଛି। ଏହା ପ୍ରଭାବରେ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ରହିବ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପଶ୍ଚିମ ଝଡ଼ ସହ କାଳବୈଶାଖୀର ପ୍ରଭାବ ଲାଗି ରହିବ। ସୋମବାର ସକାଳ ୯ଟା ସୁଦ୍ଧା କଳାହାଣ୍ଡି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଗଞ୍ଜାମ, କଟକ, ଯାଜପୁର, ଭଦ୍ରକ, […]

You May Like

Pin It on Pinterest