ସନାତନ ଧର୍ମ ର ପ୍ରଚାର ଓ ପ୍ରସାର ଦିଗରେ କଟକ ଶେଖ୍ ବଜାର ପୁଜା କମିଟିର ଅଭିନବ ପ୍ରୟାସ….

ସଂଜୟ ଶତପଥୀ(କଟକ): ବହୁ ପୁରାତନ ଆଧ୍ୟାତ୍ମିକ ପୀଠ କଟକ ଶେଖ୍ ବଜାର ର ଶ୍ରୀ ରଘୁନାଥ ଜୀଉଙ୍କ ବିଜେ ପୀଠସ୍ଥଳୀ ଲାଲାମଠ ଠାରେ ପବିତ୍ର ହିନ୍ଦୁ ଧର୍ମର ପ୍ରଚାର ଓ ସନାତନ ଧର୍ମ ର ପ୍ରସାର ଉଦ୍ଦେଶ୍ୟରେ ଏକଦିବସୀୟ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ର ଲୀଳା ସ୍ଥାନୀୟ ଯୁବକମାନଙ୍କ ଦ୍ୱାରା ପ୍ରସିଦ୍ଧ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ଅନିରୁଦ୍ଧ ସେନାପତି ଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ କଟକର ପୂର୍ବତନ ନଗରପାଳ, କ୍ରୀଡା ସଂଗଠକ, ବିଶିଷ୍ଟ ସମାଜସେବୀ ଶ୍ରୀ ଆଶ୍ରିବାଦ ବେହେରା, କଟକ-ବାରବାଟୀ ର ପୂର୍ବତନ ବିଧାୟକ, ସୁଦକ୍ଷ ରାଜନେତା,ଦକ୍ଷ ସଂଗଠକ, ସମାଜସେବୀ ତଥା କଟକ ସହରରେ ଋଷିଭାଇ ବୋଲି ସର୍ବତ୍ର ପରିଚିତ ଶ୍ରୀ ଦେବାଶିଷ ସାମନ୍ତରାୟ ‌ଉଦଘାଟକ ଓ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଟକ ମହାନଗର ଶାନ୍ତି କମିଟି ସଭାପତି ଶ୍ରୀ ଦେବେନ୍ଦ୍ର ସାହୁ, ସମ୍ପାଦକ ଶ୍ରୀ ଭିକାରୀ ଦାସ,ବରିଷ୍ଠ କଳାକାର ଶ୍ରୀ ବ୍ରଜକିଶୋର ଦେ ଉପସ୍ଥିତ ଥିଲେ।

ସଂପ୍ରତି ଆଜିର ସମାଜ ଓ ବର୍ତ୍ତମାନର ଯୁବପିଢି ପାଶ୍ଚାତ୍ୟ ସଭ୍ୟତାକୁ ଛାଡ଼ି ଓଡ଼ିଶାର ସଂସ୍କୃତିକୁ ଆପଣେଇବାର ବାର୍ତ୍ତା ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ ମତ ଦେଇଥିଲା ବେଳେ ସମସ୍ତେ ବିଶ୍ବର ସର୍ବନିୟନ୍ତା ଙ୍କ ଶରଣାପନ୍ନ ହେବାକୁ ଓ ହିନ୍ଦୁ ଧର୍ମ କୁ ଶ୍ରେଷ୍ଠ ଧର୍ମ ବୋଲି ପ୍ରମାଣିତ କରିବାକୁ ପ୍ରତ୍ୟେକ ସନାତନ ଧର୍ମୀ ସଙ୍କଳ୍ପ କରିବାକୁ ଆହ୍ବାନ ଦେଇଥୂଲେ।ଏହି କାର୍ଯ୍ୟକ୍ରମରେ ଶେଖ୍ ବଜାର ପୁଜା କମିଟିର ସଭାପତି ଶ୍ରୀ ରାଜକିଶୋର ନାୟକ ଓ ସମ୍ପାଦକ ଶ୍ରୀ କିଶୋର ବେହେରା ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଉପସ୍ଥିତ କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତି ର ସମସ୍ତ କର୍ମକର୍ତ୍ତାମାନଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଶେଖ୍ ବଜାର ରାମଲୀଳା ସମିତି ର ସମ୍ପାଦକ ଶ୍ରୀ ନିହାର ରଞ୍ଜନ ସାମନ୍ତରାୟ ମଞ୍ଚ ପରିଚାଳନା କରିଥିବା ବେଳେ ପୁଜା କମିଟିର କୋଷାଧ୍ୟକ୍ଷ ଶ୍ରୀ ଦିଲ୍ଲୀପ ନାରାୟଣ ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଶ୍ରୀରାମ ଲୀଳା ର “ରାମ ବନବାସ” ଲୀଳା ଶେଖ୍ ବଜାର ରାମଲୀଳା ସମିତିର ସଦସ୍ୟମାନଙ୍କ ଦ୍ବାରା ପରିବେଷିତ ହୋଇଥିଲା।

ସେୟାର କରନ୍ତୁ

Next Post

ମେ ତୃତୀୟ ସପ୍ତାହରେ ମାଟ୍ରିକ ଏବଂ ଶେଷ ସପ୍ତାହ ସୁଦ୍ଧା ବାହାରିବ + ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

Sun May 7 , 2023
ବାସ୍ତବ ବ୍ୟୁରୋ:ମେ ତୃତୀୟ ସପ୍ତାହରେ ମାଟ୍ରିକ ଏବଂ ମେ ଶେଷ ସପ୍ତାହ ସୁଦ୍ଧା + ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିବାର ସମ୍ଭାବନା ଥିବା କଥା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ। ମନ୍ତ୍ରୀ କହିଛନ୍ତି, ଯଦିଓ ପରୀକ୍ଷାଫଳ ତାରିଖ ନିର୍ଦ୍ଧାରିତ ହୋଇନାହିଁ, କିନ୍ତୁ ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ। ଏଦିଗରେ ବୋର୍ଡ ଓ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟ କରୁଛନ୍ତି। […]

You May Like

Pin It on Pinterest