BREAKING NEWS ସୋରଡା ପୋଲିସକୁ ବଡ ସଫଳତା…..

ବ୍ରଜବିହାରୀ ଶଢଙ୍ଗୀ(ଭଞ୍ଜନଗର):ଗଞ୍ଜାମ ଜିଲ୍ଲା ସୋରଡ଼ା ପୋଲିସ କୁ ମିଳିଛି ବଡ଼ ସଫଳତା l ସୋରଡା ଥାନା ଇଲାକା ରେ ଲଗାତାର ଘଟୁଥିବା ଡକାୟତ ଘଟଣା ର ପର୍ଦାଫାଶ କରିଛି ପୋଲିସ l ଗତ ୧୧ ତାରିଖ ଦିନ ସୋରଡ଼ା ବଡଦାଣ୍ଡ ସାହିରେ ରହୁଥିବା ଏନ୍. ଦିନବନ୍ଧୁ ଚୌଧୁରୀ ଙ୍କ ଦୋକାନ ଘର ଭିତରକୁ ଗ୍ରାହକ ସାଜି ଆସି ବନ୍ଧୁକ ଦେଖାଇ ୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ସହ ୨୫୦ ଗ୍ରାମ ସୁନା ଲୁଟ୍ କରି ନେଇଥିଲେ ଡକାୟତ ଗ୍ୟାଙ୍ଗ l

ଗଞ୍ଜାମ ଏସ.ପି ଙ୍କ ନିର୍ଦେଶ କ୍ରମେ ଆସିକା ଏସଡିପିଓ ଙ୍କ ତତ୍ୱାବଧାନ ରେ ସୋରଡ଼ା ପୋଲିସ ଦୀର୍ଘ ୪ ଦିନ ଧରି ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ଅଭିଯୁକ୍ତ କୁ ଗିରଫ କରିଥିଲେ ।ଗିରଫ ଅଭିଯୁକ୍ତ ମାନେ ହେଲେ ଖାରିଗୁଡ଼ା ଗ୍ରାମର ସୁଧାଂଶୁ ଗୌଡ଼,ଉମା ଚରଣ ଗୌଡ଼,ସନାତନ ଗୌଡ଼। ଅଭିଯୁକ୍ତ ଙ୍କ ଠାରୁ ନଗତ ୬୨ ହଜାର ଟଙ୍କା,୨୦ ଭରି ରୂ ଅଧିକ ସୁନା ଅଳଙ୍କାର, ଦୁଇଟି ଖେଳନା ବନ୍ଧୁକ, ଚାରୋଟି ମୋବାଇଲ ଫୋନ୍, ଗୋଟିଏ କାର, ବାଇକ, ଛୁରୀ ଜବତ ହୋଇଛି lଅଭିଯୁକ୍ତ ବ୍ୟାଙ୍କ୍ ଆକାଉଣ୍ଟରେ ରଖିଥିବା ଦୁଇ ଲକ୍ଷ ୨୭ ହଜାର ଟଙ୍କା କୁ ପୋଲିସ ଫ୍ରିଜ କରିଛି l
ଖାଲି ସେତିକି ନୁହେଁ ଏକମାସ ପୂର୍ବରୁ ଏହି ତିନି ଜଣ ଡକାୟତ ସୋରଡ଼ା ଥାନା ଦାରିଙ୍ଗବାଡି ଘାଟି ଓ ବିଭୁତିଆ ଜଙ୍ଗଲ ଅଂଚଳ ରେ ବାଇକ ଆରୋହୀ ଙ୍କ ଠାରୁ ଲୁଟିଥିଲେ ସୁନା ଅଳଙ୍କାର ଓ ମୋବାଇଲ l ସେହି ସୁନା ଅଳଙ୍କାର କୁ ମଧ୍ୟ ପୋଲିସ ଜବତ କରିଥିବା ନେଇ ପ୍ରେସମିଟ ଜରିଆରେ ଆସିକା ଏସଡିପିଓ ସୂଚନା ଦେଇଛନ୍ତି l
ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଶୀଘ୍ର ଡକାୟତ ଗ୍ୟାଙ୍ଗ କୁ କାବୁ କରି ସେମାନଙ୍କ ଠାରୁ ସୁନା ଅଳଙ୍କାର ଓ ନଗତ ଟଙ୍କା ପୋଲିସ ଜବତ କରିଥିବା ଜାଣିବା ପରେ ଥାନା ଅଧିକାରୀଙ୍କୁ ଅଭିଯୋଗ କାରିମାନେ ଧନ୍ୟବାଦ ଜଣାଇଛନ୍ତି l

ସେୟାର କରନ୍ତୁ

Next Post

ବୈତରଣୀ ରୋଡ ଠାରେ ରଜ ମହୋତ୍ସବ -୨୦୨୩ ଅନୁଷ୍ଠିତ....

Fri Jun 16 , 2023
ଜାଜପୁର(ବସ୍ତବବ୍ୟୁରୋ): ୧୬/୬/୨୩-ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ରଜ ଅବସରରେ, ସାମାଜିକ ସଂଗଠନ “ଜାତୀୟ ମାନବାଧିକାର ସାମ୍ମୁଖ୍ୟ” ଓ ଦୈନିକ ସମ୍ବାଦପତ୍ର “ଅନେକ ସୂଚନା” ର ମିଳିତ ପ୍ରୟାସରେ ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ବୈତରଣୀ ରୋଡ ସ୍ଥିତ ବରୁଣେଇ କଲ୍ୟାଣ ମଣ୍ଡପ ରେ ରଜ ସଂକ୍ରାନ୍ତି ଅବସରରେ “ରଜ ମହୋତ୍ସବ-୨୦୨୩” ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଓ ଓଡ଼ିଆ ଙ୍କ ଅସ୍ମିତା,କଳା, ସଂସ୍କୃତି, ପରମ୍ପରା କୁ ଉଜ୍ଜୀବିତ କରିବା ପାଇଁ ମା’, […]

You May Like

Pin It on Pinterest