ଆଜିର ଖାସ୍ ଖବର

୧-ମଣିଷ ଦେହରେ ଟୀକା ପରୀକ୍ଷା । କରୋନା ଭ୍ୟାକସିନ୍ ପ୍ରସ୍ତୁତିରେ ଆଉ ପାଦେ ଆଗେଇଲା ବିଟ୍ରେନ୍ , ଅକ୍ସଫୋର୍ଡ ୟୁନିଭରସିଟିର ପରୀକ୍ଷଣ ସଫଳ ହେଲେ ସେପ୍ଟେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇପାରିବ ୧୦ ଲକ୍ଷ ଡୋଜ୍ ।

୨-ବଦଳିଲା ବ୍ୟାଙ୍କ ସମୟ; ସକାଳ ୮ରୁ ଅପରାହ୍ନ ୨ଟା,ଭୁବନେଶ୍ବର, କଟକ, ପୁରୀ, ଛତ୍ରପୁର, ବ୍ରହ୍ମପୁର ଓ କୋରାପୁଟରେ ବାଦ୍।

୩-ବର୍ଦ୍ଧିିତ ମହଙ୍ଗା ଭତ୍ତା ବାତିଲ୍ : କରୋନା ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି, ୨୦୨୧ ଜୁଲାଇ ଯାଏଁ ମିଳିବନି ମହଙ୍ଗା ଭତ୍ତା।

୪-ଭଦ୍ରକ, ବାଲେଶ୍ବର ଓ ଯାଜପୁରରେ ୬୦ ଘଣ୍ଟା ସଟଡାଉନ, ଗୁରୁବାର ରାତି ୧୦ରୁ ରବିବାର ସକାଳ ୧୦ଟା ଯାଏଁ ସବୁ ବନ୍ଦ।

୫-କର୍ତ୍ତବ୍ୟରେ ଅବହେଳା କରି ତହସିଲଦାର ନିଲମ୍ବିତ: ଟ୍ବିଟ୍ କରି ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ।

୬-ଓଡ଼ିଶାକୁ ଏବେ ଜଳ ପଥରେ ଆସୁଛି କରୋନା ବିପଦ; ପୁରୀ, ଗଞ୍ଜାମ ଜିଲ୍ଲାରେ ପୋଲିସ ଆଲର୍ଟ।

୭-ଆଜିଠାରୁ ୨୭ ଯାଏଁ ରାଜ୍ୟରେ ହେବ ପ୍ରବଳ ଘଡ଼ଘଡ଼ି ସହ ବର୍ଷା, ପାଣିପାଗ କେନ୍ଦ୍ର ଜାରିକଲା ୟେଲୋ ୱାର୍ଣ୍ଣିଂ।

୮-ଓଡ଼ିଶା ଫେରନ୍ତାଙ୍କ ହାତରେ ଲାଗିବ ଅଲିଭା କାଳି, କ୍ୱାରେଣ୍ଟାଇନରେ ରହିବା ଜରୁରୀ।

୯-ଶିମିଳିପାଳ:ବନ ବିଭାଗର ଅଚାନକ ଚଢ଼ାଉ: ହରିଣ ମାଂସ ଏବଂ ଚମଡ଼ା ଜବତ।

୧୦-ଅଣରାସନ କାର୍ଡଧାରୀ ଖାଉଟିଙ୍କୁ ମିଳିବ କିରୋସିନ।ପ୍ରତି ପରିବାରକୁ ୨ ଲିଟର ଲେଖାଏଁ କିରୋସିନ ଦେବାକୁ ସବୁ ଜିଲାପାଳଙ୍କୁ ନିର୍ଦେଶ।

୧୧-BMC ଓ ଭୁବନେଶ୍ୱର ବ୍ଲକର ସରକାରୀ ସ୍କୁଲରେ ଶିକ୍ଷା: ଗଠନ ହେଲା ୧୨୧୬ ହ୍ବାଟସପ୍ ଗ୍ରୁପ୍,୩୦ ସୁଦ୍ଧା ବହି ବଣ୍ଟା ସରିବ।

୧୨-ରଥଯାତ୍ରାକୁ ନେଇ ଲାଗିରହିଛି ଅନିଶ୍ଚିତତା,ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କ ପରାମର୍ଶ ଲୋଡ଼ିଲା ମନ୍ଦିର ପ୍ରଶାସନ।

୧୩-କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଗସ୍ତ କଲେ 5T ସଚିବ, କୋଭିଡ଼ ହସପିଟାଲ ସହ ବିଭିନ୍ନ ଦିଗକୁ ନେଇ କରିଛନ୍ତି ସମୀକ୍ଷା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାମନ୍ତ୍ରୀ ‌ଦେଶର ସମସ୍ତ ସରପଂଚଙ୍କ ସହ ଭିଡିଓ କନ୍‌ଫରେନ୍ସିଙ୍ଗ୍ ଜରିଆରେ କଥା ହେଲେ

Fri Apr 24 , 2020
ବାସ୍ତବ ବ୍ୟୁରୋ-ଆଜି ପଞ୍ଚାୟତିରାଜ ଦିବସ ଉପଲକ୍ଷେ ଗ୍ରାମ ପଞ୍ଚାୟତ ଗୁଡ଼ିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ଦେଶର ଲକ୍ଷାଧିକ ସରପଞ୍ଚକୁ ସେ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି କରୋନା ଯୋଗୁଁ କାମ କରିବାର ତରିକା ବଦଳିଛି । କରୋନା ପାଇଁ ନୂଆ ନୂଆ ସମସ୍ୟା ଉପୁଜିବାରେ ଲାଗିଛି । କରୋନା ଆମ ସମସ୍ତଙ୍କୁ ନୂଆ ଶିକ୍ଷା ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆମକୁ […]

You May Like

Pin It on Pinterest