୫ଟି ସଚିବ ଭି. କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼

ବାସ୍ତବ ବ୍ୟୁରୋ: ଆଜି ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଉପରକୁ କାଳି ମାଡ଼ ହୋଇଛି। ପୁରୀ ଜିଲ୍ଲା ସତ୍ୟବାଦୀରେ ଥିବା ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାକୁ ଯିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳି ମାଡ଼ କରିଥିଲେ। କାଳି ୫ଟି ସଚିବ ଭି. କେ ପାଣ୍ଡିଆନଙ୍କ ମୁହଁରେ ପଡ଼ିଥିଲା। ପୁରୀ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡ଼ିଥିଲା। କାଳିମାଡ଼ କରିଥିବା ବ୍ୟକ୍ତି ଜଣଙ୍କ କଣାସ ଅଞ୍ଚଳର ଭାସ୍କର ସାହୁ ବୋଲି ଜଣାପଡ଼ିଛି। ତାଙ୍କୁ ପୁଲିସ ଗିରଫ କରିଛି। 

ସୂଚନାନୁଯାୟୀ, ଆଜି ୫ଟି ସଚିବ ଭି.କେ ପାଣ୍ଡିଆନଙ୍କର କାକଟପୁର, ନିମାପଡ଼ା,ପୁରୀ ଓ ସତ୍ୟବାଦୀରେ କାର୍ଯ୍ୟକ୍ରମ ଥିଲା। ସେ କାକଟପୁର, ନିମାପଡ଼ା ଓ ପୁରୀରେ କାର୍ଯ୍ୟକ୍ରମ ସାରି ସତ୍ୟବାଦୀରେ ପହଞ୍ଚିଥିଲେ। ସେଠାରେ ୟୁଜିଏସ୍ କଲେଜରେ ଆୟୋଜିତ ହୋଇଥିବା ସଭାରେ ଯୋଗ ଦେବା ପୂର୍ବରୁ ସେ ଉପସ୍ଥିତ ମିଶନ ଶକ୍ତି ମହିଳାଙ୍କ ସହ ହାତ ମିଳାଇଥିଲେ। ଏହି ସମୟରେ ଭାସ୍କର ସାହୁ ହଠାତ୍ ପଶି ଆସି ବୋତଲରେ ଆଣିଥିବା କାଳିକୁ ପାଣ୍ଡିଆନଙ୍କ ଉପରକୁ ଫିଙ୍ଗି ଦେଇଥିଲା। ପାଣ୍ଡିଆନଙ୍କ ମୁହଁରେ କାଳି ପଡ଼ିଥିଲା। ତାଙ୍କ ସାଙ୍ଗରେ ଥିବା ପୁରୀ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡ଼ିଥିଲା। ପରେ ଭାସ୍କରଙ୍କୁ ପୁଲିସ କାବୁ କରିଥିଲା। 

ସେୟାର କରନ୍ତୁ

Next Post

ମୁମ୍ବାଇ- ବେଙ୍ଗାଲୁରୁ ଉଦୟନ ଏକ୍ସପ୍ରେସରେ ଲାଗିଲା ନିଆଁ

Sat Aug 19 , 2023
ବାସ୍ତବ ବ୍ୟୁରୋ: ଆଜି ସକାଳ ପ୍ରାୟ ୭ଟା ୩୦ ବେଳେ ମୁମ୍ବାଇ- ବେଙ୍ଗାଲୁରୁ ଉଦୟନ ଏକ୍ସପ୍ରେସଟି ବେଙ୍ଗାଲୁରୁର କାନ୍ତିବୀର ସଙ୍ଗୋଲି ଷ୍ଟେସନରେ ପହଞ୍ଚିବା ପରେ ଦୁଇଟି ବଗିରେ ହଠାତ୍‌ ନିଆଁ ଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ଟ୍ରେନରେ ନିଆଁ ଲାଗିବା ବେଳେ ସେଥିରେ କୌଣସି ଯାତ୍ରୀ ନଥିଲେ । ସମସ୍ତ ଯାତ୍ରୀ ଓହ୍ଲାଇବାର ପ୍ରାୟ […]

You May Like

Pin It on Pinterest