କଟକ ମହାନଗର ନିଗମର ସଫେଇ କାର୍ଯ୍ୟକ୍ରମର ନଗ୍ନ ଚିତ୍ର…

ସଂଜୟ ଶତପଥୀ(କଟକ):କଟକ ମହାନଗର ନିଗମ ର ସଫେଇ କାର୍ଯ୍ୟକ୍ରମ ର ନଗ୍ନ ଚିତ୍ର ଆଜି ୧୫ ତାରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ ଆମେ ସଂଗ୍ରହ କରିଥୂଲୁ କଟକ ମହାନଗର ନିଗମ ଅନ୍ତର୍ଗତ ତୁଳସୀପୁରର ଶ୍ରୀ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରୁ।

ମହାନଗର ନିଗମର କର୍ତ୍ତୃପକ୍ଷ ଆଗାମୀ ପାର୍ବଣ ଲାଗି ଦୁଇବେଳା ସଫେଇ କାର୍ଯ୍ୟକ୍ରମ ଚାଲୁଥିବାର ଡିଣ୍ଡିମ ପିଟି କଟକବାସୀ ଙ୍କୁ ଭୂଆଁ ବୁଲାଉଥିବା ବେଳେ ଏହି ଜନଗହଳି ପୁର୍ଣ୍ଣ ରାସ୍ତା ର ଅବସ୍ଥା ଦେଖିଲେ ନିଗମର କାଉନସିଲ ବୈଠକ ଓ କର୍ପୋରେଟର, ତଥା କଟକ ମେୟର ଓ କମିଶନର କେତେ ଦୂର ତତ୍ପର ତାହା ସ୍ପଷ୍ଟ ଅନୁମେୟ।ଏହି ଫଟୋରୁ ପ୍ରମାଣିତ ହୋଇଯାଇଛି ଯେ, ଅଳିଆ ଆବର୍ଜ୍ଜନା ସହ ଏହି ମୁକୁଳା ନାଳ ଯାହାକି ବିଗତ ଦିନରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁର କାରଣ ଥିଲା ଏବଂ ଭବିଷ୍ୟତରେ ବି‌ ହେବାର ସମ୍ଭାବନା ।

ସେଥୂପ୍ରତି କଟକ ମହାନଗର ନିଗମ କର୍ତ୍ତୃପକ୍ଷ ଙ୍କର କୌଣସି ପଦକ୍ଷେପ ନ ଥୂବା ସ୍ଥାନୀୟ ଜନସାଧାରଣଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଅସନ୍ତୋଷ ମଧ୍ୟ ସୃଷ୍ଟି କରିଛି। କଟକ ମହାନଗର ନିଗମ ର ମାନନୀୟ ମେୟର ଓ କମିଶନର ମହୋଦୟ ଏହି ଗୁରୁତ୍ବପୂର୍ଣ୍ଣ ବିଷୟ କୁ ବିଚାର କୁ ନେଇ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି।

ସେୟାର କରନ୍ତୁ

Next Post

ଟାଟା ବିଦ୍ଯୂତ୍ ବିତରଣ କମ୍ପାନୀର ଶ୍ରମିକ ଶୋଷଣ ନୀତି ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ....

Mon Oct 16 , 2023
ଆଦିତ୍ୟ ବେହେରା(ଭୁବନେଶ୍ବର):ଆଜି ଭୁବନେଶ୍ଵର ସ୍ଥିତ ଭାରତୀୟ ମଜଦୂର ସଂଘ ରାଜ୍ୟ କାର୍ଯ୍ୟାଳୟରେ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ବୈଠକରେ ଓଡ଼ିଶା ର ଚାରୋଟି ଯାକ ବିଦ୍ୟୁତ ବିତରଣ ସଂସ୍ଥାର ଠିକା ଶ୍ରମିକମାନଙ୍କ ପ୍ରତିନିଧି ଯୋଗଦେଇଥିଲେ। ଟାଟା ପାୱାର କମ୍ପାନୀ ଚାରୋଟି ଯାକ ବିଦ୍ୟୁତ ବିତରଣ ସଂସ୍ଥା କୁ ଅଧିଗ୍ରହଣ ପରେ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଓଡିଶାର ବିଦ୍ୟୁତ ଠିକା […]

You May Like

Pin It on Pinterest