
ସଂଜୟ ଶତପଥୀ(କଟକ): କଟକ କମିଶନରେଟ୍ ପୋଲିସ୍ ଅଧୀନରେ କାର୍ଯ୍ୟ କରୁଥିବା ପୁରୀଘାଟ ଥାନା କୁ ଏକ ସଫଳତା ମିଳିଛି। ସୂଚନାଯୋଗ୍ୟ ଯେ,ଚୋରା ଗଂଜେଇ ବିକ୍ରି ହେଉଥିବାର କୈାଣସି ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ୧୪ତାରିଖ ସକାଳ ୦୯/୨୭ ମିନିଟ୍ ରେ ପୁରୀଘାଟ ଥାନା ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ ଯତୀନ୍ଦ୍ର ମୋହନ ସେଠୀଙ୍କ ନିର୍ଦ୍ଦେଶରେ ପୁରୀଘାଟ ଥାନା ର ସହକାରୀ ନିରୀକ୍ଷକ ଶ୍ରୀ ବିଭୁତି ଭୁଷଣ ଦାସ ଓ ଶ୍ରୀ ଆଶିଷ କୁମାର ଦାସ ସଦଳବଳେ କଟକର ପୁରୀଘାଟ ଥାନା ଅର୍ନ୍ତଗତ ମେରିଆବଜାର ଛକରେ ଏକ ହିରୋହୋଣ୍ଡା ମୋଟରସାଇକେଲ ନମ୍ବର OD 05 AS 7261 ରେ ଏକ ବସ୍ତାରେ ବନ୍ଧା ଯାଇ ବିକ୍ରି ଲାଗି ଥିବା ୦୬ କି.ଗ୍ରା ୨୦୦ ଗ୍ରାମ୍ ଗଞ୍ଜେଇ ଜବତ କରିବା ସହ ଚୋରାବେପାରୀ କଟକ ବିଡାନାସୀ ର ମନୋଜ ଦାସଙ୍କୁ ଗିରଫ କରିଛନ୍ତି।
ଏହି ଅଭିଯୁକ୍ତଙ୍କୁ ଗିରଫ କରିବା ସମୟରେ ନଗଦ ଟଙ୍କା ୧୩୦୦/ ଓ ଏକ ହିରୋହୋଣ୍ଡା ମୋଟରସାଇକେଲ ଜବତ କରାଯାଇ ଆସାମୀ ବିରୁଦ୍ଧରେ ଧାରା ୨୦(ବି),୨୫ ଏନ୍.ଡି.ପି.ଏସ୍ ଅନୁଯାୟୀ ପୁରୀଘାଟ ଥାନା କେଶ୍ ନମ୍ବର ୨୪/୧୪.୦୧.୨୦୨୪ ଋଜ୍ଜୁ କରାଯାଇ ଆସାମୀ କୁ କୋର୍ଟ ଚାଲାଣ କରାଯାଇଛି। ଅନୁସନ୍ଧାନ ରୁ ଜଣାଯାଏ ଯେ, ଏହି ଚୋରା ଗଂଜେଇ ବେପାରୀଙ୍କ ନାମରେ ପୂର୍ବରୁ କଟକ ର ବିଡାନାସୀ ଥାନା ରେ ସମାନ ଧାରାରେ ୨୦୨୨ ମସିହାରେ ଏକ ମାମଲା ମାନ୍ୟବର ଅଦାଲତ ରେ ବିଚାରାଧିନ ଅଛି। ପୁରୀଘାଟ ଥାନା ପକ୍ଷରୁ ଏହି ପରିପ୍ରେକ୍ଷୀରେ ତଦନ୍ତ ଜାରି ରହିଛି।



