
ତ୍ରିନାଥ ବାରିକ(ପୁରୀ):ପୁରୀ ଡୁଡୁୱଲା ଧର୍ମଶାଳା ଠାରେ ବରିଷ୍ଠ ଦଇତାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସମହାପାତ୍ରଙ୍କ ମାର୍ଗଦର୍ଶନରେ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ଦ୍ଵାରା ‘ଶ୍ରୀଜଗନ୍ନାଥ କଥା ଗୁରୁକୂଳମ୍- ୪୭ତମ ଚାରଣ ସମ୍ମିଳନୀ’ ର ଉଦଯାପନୀ ଉତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି।
ଚାରଣ ମାନଙ୍କର ସାଧନା ହେଉଛି ସ୍ୱାଧ୍ୟାୟ ଯାହା ସେମାନେ ପ୍ରତିଦିନ ତାଙ୍କ ବାସଭବନରେ କରନ୍ତି। କିନ୍ତୁ ମହାପ୍ରଭୁଙ୍କ କରୁଣାରୁ ସେମାନେ ଶ୍ରୀ ମନ୍ଦିର ସମ୍ମୁଖରେ ପ୍ରାତଃ ୫ ଘଟିକା ସମୟରେ ଉପଦଳପତି ଡଃ ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ ଚାରଣ ମାନେ ବିଷ୍ଣୁ ସହସ୍ରନାମ, ପଞ୍ଚଦଶ ଅଧ୍ୟାୟ ଶ୍ରୀମଦ୍ ଭଗବତ ଗୀତା, ହନୁମାନ ଚାଳିଶା ପାଠ କରିଥିଲେ। ଧ୍ୱଜାଧାରଣ ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା ଚାରଣ ମାନେ ପୂର୍ବଦିନ ଭଳି ସଂକୀର୍ତ୍ତନ ସହିତ ଶ୍ରୀ ମନ୍ଦିର ପରିକ୍ରମା କରିଥିଲେ । ସକାଳ ୯ ଘଟିକା ସମୟରେ ବିଷ୍ଣୁ ସହସ୍ରନାମରେ ହବନ କାର୍ଯ୍ୟକ୍ରମ ହୋଇଥିଲା।
ଶ୍ରୀଯୁକ୍ତ ସୁଦର୍ଶନ ପୂଜାପଣ୍ଡା ସାମନ୍ତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମହାପ୍ରଭୁଙ୍କ ନିତିକାନ୍ତି ବିଷୟରେ ଆଲୋଚନା କରିଥିଲେ। ବରିଷ୍ଠ ଚାରଣ ପଣ୍ଡିତ ଗଣେଶ୍ୱର ପରିଡ଼ା, ବଂଶୀଧର ପରିଡ଼ା ଚାରଣର କର୍ତ୍ତବ୍ୟ ଓ ଶୃଙ୍ଖଳିତ ଜୀବନ କିପରି ମହାପ୍ରଭୁଙ୍କ ମାନବୀୟ ଲୀଳାରୁ ଶିକ୍ଷା କରିହେବ ସେ ବିଷୟରେ ଉପସ୍ଥିତ ଚାରଣମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ। ମହାପ୍ରଭୁଙ୍କ ବିଷୟରେ ପ୍ରବଚନ ପ୍ରଦାନ କରିଥିଲେ। ଅପରାହ୍ନ ୫ ଘଟିକା ସମୟରେ ପ୍ରଦୀପ୍ତ କୁମାର ସାହୁ, ମହନ୍ତ ରବିନ୍ଦ୍ର କୁମାର ବସ୍ତିଆ ସଂକୀର୍ତ୍ତନ କରିଥିଲେ। ଅଗଣିତ ଭକ୍ତ ଚାରଣ ମାନେ ହୁଳହୁଳି ଓ ହରିବୋଲ ପ୍ରଦାନ କରିବା ସହିତ ଆନନ୍ଦରେ ନୃତ୍ୟ କରିଥିଲେ। ସ଼ଂନ୍ଧ୍ୟା ମଞ୍ଚରେ ଭାଗବତ ପାଠ ପରେ ଅତିଥି ମାନେ ମହାପ୍ରଭୁଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ।
ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର ମଧ୍ୟ ମଞ୍ଚରେ ଉପସ୍ଥିତ ରହିଥିଲେ। ଚୈତନ୍ୟ ଆଇତୋଟା ମଠର ମଠାଧୀଶ ପୂଜ୍ୟ ସ୍ୱାମୀ ଭକ୍ତିବିଜ୍ଞାନ ଅକିଞ୍ଚନ ମହାରାଜ , ଶ୍ରୀ ମନ୍ଦିର ସେବାୟତ ଶ୍ରୀଯୁକ୍ତ ରଘୁନାଥ ଦାସମହାପାତ୍ର, ଶ୍ରୀଯୁକ୍ତ ଶ୍ରୀଯୁକ୍ତ ଗଣେଶ ଦାସମହାପାତ୍ର, ଶ୍ରୀ ଯୁକ୍ତ ବଳଭଦ୍ର ମହାପାତ୍ର, ଶ୍ରୀଯୁକ୍ତ ମାଧବ ପଣ୍ଡା,ଶ୍ରୀଯୁକ୍ତ ଗଙ୍ଗାଧର ପ୍ରତିହାରୀ, ଶ୍ରୀ ଯୁକ୍ତ ଗୋପବନ୍ଧୁ ଆଚାର୍ଯ୍ୟ, ଶ୍ରୀଯୁକ୍ତ ଅମିତ ଦାସମହାପାତ୍ର ଆଦି ମଞ୍ଚରେ ଆଶୀର୍ବଚନ ପ୍ରଦାନ କରିଥିଲେ। ବରିଷ୍ଠ କଳାକାର ଶ୍ରୀଯୁକ୍ତ କୁନା ତ୍ରିପାଠୀ ଜୀବନ ଓ ଜଗନ୍ନାଥ ପ୍ରସଙ୍ଗରେ ପ୍ରବଚନ ପ୍ରଦାନ କରିଥିବା ବେଳେ ଶ୍ରୀ ଯୁକ୍ତ ଅସିତ ମହାନ୍ତି ଜଗନ୍ନାଥ ହିଁ କେବଳ ଆମ ମହାପ୍ରଭୁ ପ୍ରସଙ୍ଗରେ ତଥ୍ୟ ତତ୍ତ୍ୱ ପ୍ରଦାନ ପୂର୍ବକ ଆଲୋଚନା କରିଥିଲେ। ଇତ୍ୟବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଟ୍ରଫି ଓ ଉତ୍ତରୀୟ ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଶୁଭେନ୍ଦୁ ଭୂୟାଁ, ଶ୍ରୀଯୁକ୍ତ ପ୍ରସନ୍ନ ନାୟକ, ଚିକିତ୍ସକ ଡଃ ପ୍ରଦୀପ ମହାନ୍ତି, ଶ୍ରୀଯୁକ୍ତ ବସନ୍ତ ସେଠୀ, ଶ୍ରୀଯୁକ୍ତ ବିଭୁତି ଭୁଷଣ ମଲ୍ଲିକ, ଶ୍ରୀଯୁକ୍ତ ରାମଚନ୍ଦ୍ର ପଧାନୀ ଦେବବର୍ମା , ଶ୍ରୀ ଯୁକ୍ତ ନିରଞ୍ଜନ ସାହୁ ଆଦିଙ୍କୁ ଉପଢୌକନ ଓ ମାନପତ୍ର ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦିବ୍ୟ ଲୀଳା ବିଷୟରେ ସମସ୍ତଙ୍କୁ ଜଣାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସାଂସ୍କୃତିକ ସଂପାଦକ ଡଃ ଶୁଭେନ୍ଦୁ ସ୍ୱାଇଁ ପରିଚାଳନା କରିଥିବା ବେଳେ ବରିଷ୍ଠ ଚାରଣ ପଣ୍ଡିତ ବିଚିତ୍ରାନନ୍ଦ ଦାଶ, ଲିଙ୍ଗରାଜ ପତି,ଭଗବାନ ଶତପଥୀ, ବାସୁଦେବ ବେହେରା, ରବିନ୍ଦ୍ର ରଣା, ନରହରି ସାହୁ, ସଞ୍ଜୟ କୁମାର ରାଉତ,କାହ୍ନୁ ଚରଣ ସାହୁ,ଭରତ ଚନ୍ଦ୍ର ନାଥ, ସୁନାକର ସାହୁ, ଧୀରେନ୍ଦ୍ର ସାହୁ,ମାନସ ମହାରଣା, ଉଦୟ ସାହୁ,ରମେଶ ସାହୁ, ରୀନା ବେହେରା, ଅବିନାଶ ରାଉତ, ସୁଶାନ୍ତ ସାହୁ, ଚନ୍ଦ୍ରକାନ୍ତ ବସ୍ତିଆ, ତରଣୀସେନ ଲେଙ୍କା, ଅଭିମନ୍ୟୁ ବେହେରା ଆଦି ସହଯୋଗ କରିଥିଲେ।



