ମେୟରଙ୍କୁ ଚେତାବନି:ବକ୍ସି ବଜାର ବ୍ୟବସା଼ୟୀ ସଂଘ ଧର୍ମଘଟକୁ ଓହ୍ଲାଇବେ….

ସଂଜୟ ଶତପଥୀ(କଟକ): ବିଗତ ୬ ବର୍ଷର ବ୍ୟବଧାନ ପରେ , ବାରମ୍ବାର ଦାବି ସତ୍ତ୍ବେ ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ ତଥା ଯାହା ନାମରେ ବକ୍ସିବଜାର ନାମିତ ସେହି ବରପୁତ୍ର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଙ୍କର ଏକ ପ୍ରତିମୂର୍ତ୍ତି ବକ୍ସି ବଜାର ଛକରେ ସ୍ଥାପନା ହୋଇପାରିଲା ନାହିଁ।

ଏଥୂପ୍ରତି କଟକ ମହାନଗର ନିଗମ ର ମେୟର ଓ କମିଶନର ଙ୍କୁ ବାରମ୍ବାର ଭେଟିବା ଓ ଜଣାଇଥିଲେ ମଧ୍ୟ କଟକ ମହାନଗର ନିଗମ ପକ୍ଷରୁ କୈାଣସି ପଦକ୍ଷେପ ନ ନେବା ଏକ ଦୁଃଖ ଓ ପରିତାପର ବିଷୟ। ସମଗ୍ର ରାଜ୍ୟରେ ଓଡ଼ିଶାର ଅସ୍ମିତା ବିଷୟରେ ଚର୍ଚ୍ଚା ହେଉଥିବା ବେଳେ କଟକ ମହାନଗର ନିଗମର କର୍ତ୍ତୃପକ୍ଷ ଏହି ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଙ୍କୁ ଅବହେଳା କରି ଓଡ଼ିଶା ର ଅସ୍ମିତା ଓ ପୂଜ୍ୟପୁଜାର ଅସମ୍ମାନ କରୁନାହିଁ କି ?ଗତ ୨୦୧୯ ମସିହାରୁ ମୂର୍ତ୍ତି ସ୍ଥାପନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଦୀର୍ଘ ୫ ବର୍ଷ ବିତିଗଲା ପରେ ମଧ୍ୟ ଏପର୍ଯ୍ୟନ୍ତ ପ୍ରତିମୂର୍ତ୍ତି ସ୍ଥାପନ ହୋଇ ନ ପାରିବା କଟକ ମହାନଗର ନିଗମର ପାରିବାର ପଣିଆ ର ଏକ ଜ୍ୱଳନ୍ତ ଉଦାହରଣ।

ନିଗମ କର୍ତ୍ତୃପକ୍ଷ ଙ୍କ ନିର୍ଦ୍ଦେଶରେ କାରିଗର ଙ୍କ ଦ୍ବାରା ମୂର୍ତ୍ତି ନିର୍ମାଣ ସରିଛି, କିନ୍ତୁ ମୂର୍ତ୍ତି ସ୍ଥାପନା ର ମୂଳପିଣ୍ଡି ଏ ପର୍ଯ୍ୟନ୍ତ ତିଆରି ହୋଇନାହିଁ। ମୂର୍ତ୍ତି ସ୍ଥାପନା ରେ ବିଳମ୍ବ କୁ ନେଇ ବକ୍ସିବଜାର ବ୍ୟବସା଼ୟୀ ସଂଘ ସଭାପତି ଶ୍ରୀ ସଲିଲ୍ ଘୋଷଙ୍କ ଅନୁରୋଧକ୍ରମେ ଏକ ସ୍ବତନ୍ତ୍ର ବୈଠକ କଟକ ମହାନଗର ନିଗମ ର ମାନନୀୟ ଆୟୁକ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲ ଏବଂ ଗତ ମଇ ମାସ ସୁଦ୍ଧା କାରିଗର ଙ୍କୁ ସମସ୍ତ ଅର୍ଥ ପ୍ରଦାନ କରାଯାଇ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି ମାନନୀୟ ଆୟୁକ୍ତ ପ୍ରତିଶୃତି ଦେଇଥିଲେ। କିନ୍ତୁ ବର୍ତ୍ତମାନ କାରିଗର ଙ୍କ ମତରେ ନିଗମ କର୍ତ୍ତୃପକ୍ଷ କହିବାନୁଯାୟୀ ମୂର୍ତ୍ତି ସ୍ଥାପନା ଆକଳନର ତିନିଚତୁର୍ଥାଂଶ ଅର୍ଥ ପ୍ରଦାନ କରିସାରିଛୁ, ବକେୟା ପଛରେ ଦିଆଯିବ।

ଏହି ଟଣାଓଟରା ମଧ୍ୟରେ ଓଡ଼ିଶାର ବୀରପୁତ୍ରଙ୍କ ମୂର୍ତ୍ତି ଅବହେଳିତ ଅବସ୍ଥା ରେ ବକ୍ସିବଜାର ଛକରେ ରଖାଯାଇଥିବା ନିଗମ ର ବରପୁତ୍ରମାନଙ୍କ ପ୍ରତି ଅବହେଳା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଯଦି ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା କଟକ ମହାନଗର ନିଗମ ସ୍ଥାପନା ଲାଗି କୈାଣସି ପଦକ୍ଷେପ ନ ନିଏ ତେବେ ବକ୍ସି ବଜାର ବ୍ୟବସା଼ୟୀ ସଂଘ ପକ୍ଷରୁ ପ୍ରତୀକ ଧର୍ମଘଟ କରାଯିବ ବୋଲି ସଂଘ ର ସଭାପତି ଶ୍ରୀ ସଲିଲ୍ ଘୋଷ ଓ ସମ୍ପାଦକ ଶ୍ରୀ ଜଗନ୍ନାଥ ଭଗତ ଚେତାବନୀ ଦେଇଛନ୍ତି।

ସେୟାର କରନ୍ତୁ

Next Post

ସାମ୍ବାଦିକଙ୍କ ବାଇକ କୁ ଧକ୍କା ଦେଇ ଲକ୍ଷ୍ମୀ ବସ୍ ଫେରାର....

Sun Jul 28 , 2024
ଚିନ୍ତାମଣୀ ନାଏକ(ନର୍ଲା): ଶନିବାର ଦିବା ପ୍ରାୟ୧୦.୫୫ରୁ ୧୧ଟା ମଧ୍ୟରେ ଆମ ଓଡ଼ିଶା ସମସ୍ୟାର ନର୍ଲା ପ୍ରତିନିଧି ବାବୁଲାଲ ବାଗ କୌଣସି ଏକ ଜରୁରୀ କାମ ପାଇଁ ତାଙ୍କ ସହଯୋଗୀ ତପନ କୁମାର୍ ସାହୁ ଙ୍କ ସହ ରୂପ୍ରା ରୋଡ ସ୍ଥିତ କାନାଡା ବ୍ୟାଙ୍କ୍ ଏଟିଏମ୍ ପାର୍ଶ୍ଵରେ ନିଜ ଗାଡ଼ି OD 08 U 6263 କୁ ରଖି ATM ରୁ ଟଙ୍କା ଉଠାଉଥିବା ସମୟରେ ନର୍ଲା ରୁ ରୁପ୍ରାରୋଡ ଦେଇ […]

You May Like

Pin It on Pinterest